ବିଭିନ୍ନ ସର୍ଭେକେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ପର୍ଯ୍ୟବେକ୍ଷକ, ଡିଡବ୍ଲୁଓ ଏବଂ ନୂଆଗାଁ ବିଡ଼ିଓ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସମସ୍ତ ବ୍ଲକରେ ପଛୁଆ ବର୍ଗ ସର୍ଭେ କାର୍ଯ୍ୟ ଚାଲିଥିବା ବେଳେ ନୂଆଗାଁ ବ୍ଲକର ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରିଛନ୍ତି ପଛୁଆବର୍ଗ କମିଶନର ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରଦୀପ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର। ନୂଆଗାଁ ବ୍ଲକର ହରିପୁର, ବାହାଡାଝୋଲା, ସିଙ୍ଗାରପଲ୍ଲୀ, ଗାତେରୀ, ମହିପୁର, ଚାହାଳି, ଢେଙ୍କେଣା ଏବଂ ଦୁରୁଦୁରା ପଞ୍ଚାୟତର ସର୍ଭେ କେନ୍ଦ୍ର ପରିଦର୍ଶନ କରି ପଛୁଆ ବର୍ଗ ଲୋକମାନଙ୍କ ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ସହ ଲୋକମାନଙ୍କୁ ସଚେତନ କରିଥିଲେ ରାଜ୍ୟ ପର୍ଯ୍ୟବେକ୍ଷକ। ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟବେକ୍ଷକ, ଡିଡ଼ବ୍ଲୁଓ ଦୟାନିଧି ନାୟକ ଏବଂ ନୂଆଗାଁ ବ୍ଲକ୍ ବିଡ଼ିଓଙ୍କ ସହିତ ଡବ୍ଲୁଇଓ ମଳୟ ରଞ୍ଜନ ଚିନାରା, ବରିଷ୍ଠ ରାଜସ୍ୱ ସହକାରୀ ବନମାଳୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଵତନ୍ତ୍ର ପ୍ରଚାର ଦିବସ ମେ ମାସ ୧ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହା ୨୭ ତାରିଖରେ ସମାପ୍ତ ହେବ ଏବଂ ଆଜି ସ୍ଵତନ୍ତ୍ର ଦ୍ଵିତୀୟ ପ୍ରଚାର ଦିବସ ଥିବ ବୋଲି ବିଡ଼ିଓ ସଚିଦା ନନ୍ଦ ମିଶ୍ର କହିଛନ୍ତି। ପ୍ରତି ରବିବାର ଛୁଟି ଦିନରେ ମଧ୍ୟ ଦିଡବ୍ଲୁଓ ଶ୍ରୀଯୁକ୍ତ ନାୟକ, ବିଡ଼ିଓ ଶ୍ରୀଯୁକ୍ତ ମିଶ୍ର, ଏବଂ ବରିଷ୍ଠ ରାଜସ୍ୱ ସହକାରୀ ଶ୍ରୀଯୁକ୍ତ ସ୍ୱାଇଁ ବିଭିନ୍ନ ସର୍ଭେ କେନ୍ଦ୍ର ପରିଦର୍ଶନ କରି ସର୍ଭେ କାର୍ଯ୍ୟର ଉଦ୍ଦେଶ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ସର୍ଭେ କାର୍ଯ୍ୟର ତ୍ୱରାନ୍ୱିତ ଉପରେ ଗୁରୁତ୍ୱାରୋପ କରୁଛନ୍ତି।

Related posts