ଡକାୟତି ଉଦ୍ୟମ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ନୂଆଗାଁ,(ନୟାଗଡ଼ ଦର୍ପଣ) ନୟାଗଡ ଜିଲ୍ଲା ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ଏକ କାର ଗାଡ଼ିକୁ ଲୁଟ କରିବା ଉଦ୍ୟମ ବିଫଳ ହେବା ସହ ଡ଼୍ରାଇଭରକୁ ମରଣାନ୍ତକ ଆକ୍ରମଣଏ ଶିକାର ହୋଇ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ସୂଚନା ଥାଉକି କଣ୍ଟିଲୋ ଗ୍ରାମର କାର୍ ଡ଼୍ରାଇଭର କୁଲକ୍ ସାହୁ କିଛି ଲୋକଙ୍କୁ ନେଇ ନୟାଗଡ ଦେଇ ଦଶପଲ୍ଲା ଯାଉଥିଲେ। ଦଶପଲ୍ଲା ଯାଉଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ଲୁଣିସରା ଠାରେ ହଠାତ୍ ଏକ ଅଜଣା ବାଇକ୍ ଆସି ଗାଡ଼ି ଆଗରେ ରହି ଗାଡ଼ିଟିକୁ ଅଟକାଇଥିଲେ। ଗାଡ଼ି ଅଟକାଇବା ପରେ ଗାଡ଼ିରେ ବସିଥିବା ଲୋକ ଏବଂ ବାଇକ୍ ଚାଳକ( ଓଡି – ୦୨- ବିସି-୬୨୪୩ ) କାରର କାଚ ଭାଙ୍ଗିବା ସହ କାର ଡ଼୍ରାଇଭରକୁ ମରଣାତ୍ମକ ଆକ୍ରମଣ କରି ପର୍ସ ଓ ଗାଡ଼ି ଚାବି ଛଡ଼ାଇ ନେବା ସମୟରେ ସ୍ଥାନୀୟ ଲୋକ ଆସି ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ଗୁରୁତର ଅବସ୍ଥାରେ ଥିବା ଡ଼୍ରାଇଭରକୁ ସ୍ଥାନୀୟ ଲୋକ ଦଶପଲ୍ଲା ମେଡିକାଲକୁ ନେଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଣିସରା ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ନିକଟରେ ଏଭଳି ଘଟଣା ଯାତାୟାତ କରୁଥିବା ଲୋକମାନଙ୍କୁ ଭୟଭୀତ କରିଛି।

Related posts