ଥୁଆବାରୀ ଗ୍ରାମ ଡମସାହି ଆଲୋକିତ

ଦଶପଲ୍ଲା ବିଧାୟକ, ବ୍ଲକ୍ ଅଧ୍ୟକ୍ଷା ଏବଂ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇଲେ ଡ଼ମସାହି ବାସିନ୍ଦା

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ଥୁଆବାରି ଗ୍ରାମର ଡମସାହି ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଦୀର୍ଘ ୨ ମାସରୁ ଅଧିକ ହେବ ଗ୍ରାମର କିଛି ହିତାଧିକାରୀଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଗ୍ରୀଷ୍ମ ପ୍ରଭାବ ବଢିବା ସହିତ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏ ସମୟରେ ବିଦ୍ୟୁତ ସଂଯୋଗ ନଥିବାରୁ ଡମସାହିର ବାସିନ୍ଦା ଅସହ୍ୟ ଗରମ ସହି ନ ପାରି ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ। ପାରାଢିପ ସରପଞ୍ଚ ବିଭୁତି ଭୁଷଣ ପ୍ରଧାନ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ବିଦ୍ୟୁତ ବିଭାଗ ଅଫିସ ମଧ୍ୟରେ ଏହି ସମସ୍ଯାକୁ ନେଇ ଆଲୋଚନା ହେବାପରେ ତୁରନ୍ତ ସମସ୍ୟାର ସମାଧାନ କରାଯାଇଥିଲା। ଦଶପଲ୍ଲା ବିଧାୟକ, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସ୍ଥାନୀୟ ସରପଞ୍ଚଙ୍କ ପ୍ରଚେଷ୍ଟା ଯୋଗୁଁ ଥୁଆବାରୀ ଡମସାହିରେ ବିଦ୍ୟୁତ ସଂଯୋଗ ହେବା ପରେ ଡ଼ମସାହି ଆଲୋକିତ ହୋଇଥିଲା । ବିଦ୍ୟୁତ୍ ସମସ୍ୟା ଦୂରୀଭୂତ ହୋଇଥିବାରୁ ଥୁଆବାରୀ ଡମସାହିର ଲୋକମାନେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏବଂ ପାରାଢିପି ପଞ୍ଚାୟତ ସରପଞ୍ଚ ବିଭୁତି ଭୂଷଣ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related posts