ରାଜ୍ୟ ଟପ୍ପର ହୋଇ ନୟାଗଡ଼ ପାଇଁ ଗୌରବ ଆଣିଲେ ପ୍ରତ୍ୟାଶା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନୋତରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ସିବିଏସି ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୮୧ଜଣ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀ ପ୍ରତ୍ୟାଶା ଶତପଥୀ ୯୮% ମାର୍କ ରଖି ଟପ୍ପର ହୋଇଛନ୍ତି । ଖାଲି ସେତିକି ନୁହେଁ ପ୍ରତ୍ୟାଶା ରାଜ୍ୟ ସ୍ତରରେ ଟପ୍ପର ହୋଇଛନ୍ତି । ସେ ମୋଟ ୫୦୦ ନମ୍ବରରୁ ୪୯୦ ନମ୍ବର ରଖୁଛନ୍ତି । ସେହିପରି ଭାବେ ଶୁଭକାନ୍ତି ମାଝି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ୯୭.୨% ମାର୍କ ରଖୁଛନ୍ତି। ସେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ।
ଦିବେଶ ଦାସ ୯୫.୨% ମାର୍କ ରଖୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ଉକ୍ତ ବିଦ୍ୟାଳୟରେ ୯୫ ରୁ ୧୦୦ % ମଧ୍ୟରେ ୩ ଜଣ ମେଧାବୀ ଥିବା ବେଳେ ୯୦ ରୁ ୧୦୦ % ଭିତରେ ୨୧ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ସେହିପରି ଭାବେ ୮୦ ରୁ ୯୦ % ୩୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ସେହିପରି ୭୦ ରୁ ୮୦ % ମାର୍କ ରଖୁଛନ୍ତି ୧୮ ଜଣ ଛାତ୍ରଛାତ୍ରୀ । ପ୍ରତ୍ୟାଶା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟର ଟପ୍ପର ହୋଇଥିବାରୁ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି । ପ୍ରତ୍ୟାଶା ହେଉଛନ୍ତି ଲାଠିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରତାପ କୁମାର ଶତପଥି ଓ ମାତା ନିବେଦିତା ମିଶ୍ରଙ୍କ ସୁକନ୍ୟା।ପ୍ରତ୍ୟାଶାଙ୍କ ସଫଳତାକୁ ନେଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ନୋତର ଓଡିଶା ଆଦର୍ଶ ବିଦ୍ୟାଳୟ ଏବର୍ଷ ଭଲ ରେଜଲ୍ଟ କରିଥିବାରୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Related posts