ନୂଆଗାଁ ବ୍ଲକ ବାର୍ଷିକ ଖସଡା ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ

ନୂଆଗା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଭା ଗୃହରେ ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗ ଓଡ଼ିଶା ଆନୁକୁଲ୍ଯରେ ୨୦୨୩- ୨୪ ମସିହାରେ ଗ୍ରାମପଞ୍ଚାୟତର ଉନ୍ନୟନ ଯୋଜନା ପାଇଁ ବାର୍ଷିକ ଖସଡା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡ଼ିଓ ସଚିଦା ନନ୍ଦ ମିଶ୍ର, ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା, ଜିପିଓ ସାଧୁ ଚରଣ ସାହୁ, ସି ପି ତୁଷାରକାନ୍ତ ପରିଡ଼ା, ପରିମଳ ଅଧିକାରୀ କାହୁଁ ଚରଣ ବେହେରା ପ୍ରମୁଖ ମଞ୍ଚାସୀନ ରହି, ନୂଆଗାଁ ବ୍ଲକ ମଧ୍ୟରେ ଥିବା ୨୨ଗୋଟି ପଞ୍ଚାୟତ ମଧ୍ୟରେ ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନା କିଭଳି କାର୍ଯ୍ୟକ୍ଷମ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଗ୍ରାମପରିମଳ, ଆଲୋକିକରଣ, ପାନୀୟଜଳ ଯୋଗାଣ, ମହାତ୍ମାଗାନ୍ଧୀ ଜାତୀୟନିଶ୍ଚିତ କର୍ମନିଯୁକ୍ତି ଯୋଜନା, ରାଶନ ହିତାଧିକାରୀଙ୍କୁ ପିଡିଏସ ଯୋଗାଣ, ଭତା, ରାସ୍ତା, ମିଡେମିଲ, ସ୍ବାସ୍ଥ୍ୟବିମା, ଗ୍ରାମିଣ ହାଟ, ଜଳଛତ୍ର ପରି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରଯାଇଥିଲା। ତତ୍ ସହିତ ସ୍ୱଚ୍ଛଭାରତ ମିଶନ (ଗ୍ରାମୀଣ)ଆନୁକୂଲ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ କିଭଳି ଅଣ ଜୈବ ବିଘଟନଶୀଳ କଠିନ ବର୍ଜ୍ୟବସ୍ତୁକୁ ସଠିକ ଭାବରେ ପରିଚାଳନା କରାଯିବ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଆଜିର ବୈଠକରେ ଗ୍ରାମ ଓ ଡିଏଫପ୍ଲସ୍ ଯୋଜନା କାର୍ଯ୍ୟ କିଭଳି କରାଯିବ ସେ ଉପରେ ଆଲୋଚନା କରଯାଇଥିଲା। ଏହି ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଜିଆର୍ଏସ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts