ଲୋକଙ୍କ ସହ ତଳେ ବସିଲେ, ଲୋକଙ୍କ ସମସ୍ୟା ବୁଝିଲେ ଦଶପଲ୍ଲା ବିଧାୟକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିକଶିତ ହେବାରେ ଲାଗିଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ। ଯାହାକୁ ନେଇ ଅଣ ବିଜେଡ଼ି କୁଚକ୍ରୀ ଗୋଷ୍ଠୀ ହତାଶ। ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ପଞ୍ଚାୟତ ଘଡେ଼ଇବନ୍ଧ ଏବଂ ଆଖପାଖ କିଛି ଅଞ୍ଚଳର ଲୋକମାନେ ସେମାନଙ୍କ ଗ୍ରାମର କିଛି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଲୋକମାନଙ୍କ ସହ ତଳେ ବସି ସେମାନଙ୍କ ସମସ୍ୟା ବୁଝିଥିଲେ। ଲୋକମାନେ କୁହନ୍ତି ଦଶପଲ୍ଲା ବିଧାୟକ ଏଭଳି ଜଣେ ମଣିଷ ନା ତାଙ୍କ ପାଖରେ ଅଛି ଗର୍ବ ନା ଅହଙ୍କାର। ସମସ୍ତ ଲୋକମାନଙ୍କ ସହ ଭାଇଚାରା ମନୋବୃତି ନେଇ ମିଶିଥାନ୍ତି। ଯାହାର ଉଦାହରଣ ଲୋକମାନଙ୍କ ସହ ତଳେ ବସି ଲୋକମାନଙ୍କ ସମସ୍ୟା ବୁଝିବା। ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଦିନରାତି ଏକ କରି ଅହରହ ପ୍ରଚେଷ୍ଟା ଜାରି ରଖିଥିବା ଦଶପଲ୍ଲା ବିଧାୟକଙ୍କୁ ପାଇ ଆମେ ଗର୍ବିତ ବୋଲି ନିର୍ବାଚନ ମଣ୍ଡଳୀବାସୀ କହିବା ସହ ଆମେ ବିଧାୟକଙ୍କ ସହ ଅଛୁ ଏବଂ କୁଚକ୍ରି ଗୋଷ୍ଠୀଙ୍କୁ ଆଗାମୀ ଦିନରେ ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି।

Related posts