ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ଖଣ୍ଡପଡ଼ା ରୋଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟି ର ସଦସ୍ଯ ଅବଦୁଲ୍ ଆରିଫ୍ ଖାଁ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ଯାର୍ପଣ କରିଥିଲେ। ସହ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଆମ୍ବେଦକରଙ୍କର ଜୀବନୀ ବିଷୟରେ ଆଲୋଚନା କରିବା ସହିତ ସଂବିଧାନ ପ୍ରଣୟନ କରିଥିବା କମିଟିର ସମସ୍ତ ସଦସ୍ଯ ମାନଙ୍କ ସ୍ମ୍ରୁତି ଚାରଣ କରି ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂଜ୍ୟପୂଜା କମିଟିର ସଦସ୍ଯ ଅବିନାଶ ସାହୁ, ବିମଳ ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଶ୍ରୀଧର ସାହୁ ଆଦି ସଦସ୍ଯ ମାନେ ଉପସ୍ଥିତ ଥିଲେ।
Read MoreCategory: ନୟାଗଡ଼
“ମା’ଲୋ ଦକ୍ଷିଣକାଳୀ” ସଙ୍ଗୀତ ଭିଡିଓ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ”, ନୟାଗଡ(କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ନୟାଗଡ ପୁରୁଣା ସହରସ୍ଥ ଦକ୍ଷିଣକାଳୀ ମନ୍ଦିର ପରିସରରେ “ମା’ଲୋ ଦକ୍ଷିଣକାଳୀ” ସଙ୍ଗୀତ ଭିଡିଓ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ , ସମାଜସେବୀ ପ୍ରମୋଦ ପଟ୍ଟନାୟକ,ପ୍ରଦୀପ ସାହୁ,ଡ. ସୁକାନ୍ତି ମହାନ୍ତି, ପ୍ରତାପ କୁମାର ସାହୁ ,ୟଶଶ୍ରୀ ମନ୍ଜିତ୍,ସାଇଶ୍ରୀ ଦେବୀ, ଜିତେନ୍ଦ୍ର ମହାପାତ୍ର ଏବଂ ଅନେକ ଭକ୍ତଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଏହି ଗୀତଟିରେ ଗୀତିକାର ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା ,କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ କଣ୍ଠ ଦାନ କରିବା ସହିତ ସଙ୍ଗୀତ ସଂଯୋଜନା ମଧ୍ୟ କରିଛନ୍ତି। ଶ୍ରୀ ସୃଜନ ନୟାଗଡ଼ ୟୁଟ୍ୟୁବ୍ ଚ୍ୟାନେଲରେ ଗୀତଟି ଉପଲବ୍ଧ ।
Read Moreଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ “ବିଶ୍ବ ଛେନାପୋଡ଼ ଦିବସ”
ନୟାଗଡ଼,(ନୟାଗଡ଼ ଦର୍ପଣ): ଏପ୍ରିଲ ୧୧ତାରିଖ ୧୧ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାଳନ ହେବ ବିଶ୍ବ ଛେନାପୋଡ଼ ଦିବସ ।ଏଥି ନିମନ୍ତେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କର ଏପ୍ରିଲ ୧୧ ତାରିଖ ହେଉଛି ତାଙ୍କ ଜନ୍ମ ଦିନ । ଏହି ଅବସରରେ ପ୍ରତି ବର୍ଷ ତାଙ୍କ ଜନ୍ମଦିନକୁ ବିଶ୍ବ ଛେନାପୋଡ଼ ଦିବସ ଭାବରେ ପାଳନ କରାଯାଉଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ଅନୁର୍ଭୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି । ଆଜି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ନୟାଗଡ଼ ଛେନାପୋଡ଼କୁ ନେଇ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଶ୍ବ ଛେନାପୋଡ଼ ଦିବସ ପାଳନ କରିବା…
Read Moreପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ପୁସ୍ତକ ବଣ୍ଟନ
ନୟାଗଡ଼,(ନୟାଗଡ଼ ଦର୍ପଣ) ନୟାଗଡ଼ ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଲେଙ୍କୁଡ଼ିପଡା କ୍ଲଷ୍ଟରର ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶତ ପ୍ରତିଶତ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି। ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁଙ୍କ ସ୍ପଷ୍ଟ ନିର୍ଦ୍ଦେଶ ତଥା କ୍ଲଷ୍ଟର ସିଆରସିସି ରମାକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚଳିତବର୍ଷ ପିଲାମାନଙ୍କୁ ପାଠ୍ୟପୁସ୍ତକ ଠିକ ସମୟରେ ଏବଂ ସୁଚାରୁ ରୂପେ ବଣ୍ଟନ କରାଯାଇଥିବା ଜଣାପଡିଛି। ବିଗତ ବର୍ଷ ମାନଙ୍କରେ ପାଠ୍ୟ ପୁସ୍ତକ ଗୁଡ଼ିକୁ କ୍ଲଷ୍ଟର ସ୍ତରରେ ବଣ୍ଟା ନଯାଇ ବିଆରସି ସ୍ତରରେ ବଣ୍ଟା ଯାଉଥିବାରୁ ପିଲାମାନଙ୍କ ନିକଟରେ ବିଳମ୍ବରେ ପାଠ୍ୟ ପୁସ୍ତକ ପହଞ୍ଚୁଥିଲା। ଫଳରେ ଶିକ୍ଷାବର୍ଷ ଆରମ୍ଭରୁ ପିଲାମାନେ ପାଠପଢ଼ାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସାହୁ ସମସ୍ତ କ୍ଲଷ୍ଟର ସ୍ତରରେ ପାଠ୍ୟ ପୁସ୍ତକ ବାଣ୍ଟିବାକୁ ସ୍ପଷ୍ଟ…
Read More୩ଜଣ ନାବାଳକଙ୍କୁ ୭୫ହଜାର ଟଙ୍କା ଜୋରିମାନା, ଅଭିଭାବକଙ୍କୁ ହୋଇପାରେ କାର୍ଯ୍ୟାନୁଷ୍ଠାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡ଼ି ଚଳାଉଥିବା ଉପରେ ଯାଞ୍ଚ କରାଯାଉଛି। ୩ଜଣ ନାବାଳକ ସହର ମଧ୍ୟରେ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି। ଜଣ ପ୍ରତି ୨୫ହଜାର ଲେଖାଏଁ ମୋଟ ୭୫ହଜାର ଟଙ୍କା ଫାଇନ କରିଛନ୍ତି ନୟାଗଡ଼ ଆରଟିଓ । ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନର ଶେଷ ଦିନରେ ନୟାଗଡ଼ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ଏହି ୩ଜଣ ନାବାଳକ ବାଇକ ଆରୋହୀ ଧରା ପଡ଼ିଥିଲେ । ଫାଇନ ସହ ନାବାଳକମାନେ ଚଳାଉଥିବା ୩ଟି ଦୁଇଚକିଆ ଗାଡ଼ିକୁ ଜବତ କରାଯାଇଛି । ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ବେଳେ ଏମାନେ ଧରାପଡ଼ିଥିଲେ । ଜବତ ଗାଡ଼ି ଭିତରେ ୨ଟି…
Read Moreବ୍ୟଙ୍ଗବାଗିଶ ଶ୍ରୀଯୁକ୍ତ ସତ୍ୟାନାଶ ପାଇବେ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ ଆସନ୍ତା ମଇ ମାସ ୭ତାରିଖ ୨୦୨୩ (ରବିବାର) ସନ୍ଧ୍ୟା ୭ଟା ସମୟରେ ପୁରୁଣାସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପରେ ‘ହସି-ହସାଅ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏପରି ଏକ ମନମତାଣିଆ ଉତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ବ୍ୟଙ୍ଗକାର ତଥା ବ୍ୟଙ୍ଗବାଗୀଶ ଶ୍ରୀଯୁକ୍ତ ସତ୍ୟାନାଶଙ୍କୁ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ ସମେତ ନଗଦ ୨୧ହଜାର ଟଙ୍କାର ଅର୍ଥରାଶି, ଉପାୟନ ଏବଂ ମାନପତ୍ର ପ୍ରଦାନ କରାଯିବ । ଉକ୍ତ ସନ୍ଧ୍ୟାକୁ ମଧୁମୟ କରିବା ନିମନ୍ତେ ଓଡ଼ିଶାର ବିଶିଷ୍ଟ ହାସ୍ୟବ୍ୟଙ୍ଗର ଧୂରୀଣ କଳାକାରମାନଙ୍କ ଦ୍ଵାରା ଆୟୋଜିତ ‘ହସି-ହସାଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ ଡ଼ଃ. ନିର୍ମଳ ଶୁରଦେଓ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
Read Moreରାଜ୍ୟ ରାଜଧାନୀରେ ଧୁମଧାମରେ ପାଳନ ହେବ “ବିଶ୍ୱ ଛେନାପୋଡ଼ ଦିବସ”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍ ୧୧ ତାରିଖରେ ଭୁବନେଶ୍ବର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳନ ହେବ। ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗଦେବେ। ଉତ୍ସବରେ ଅଧ୍ୟକ୍ଷତା କରିବେ ଲେଖକ ତଥା ନୟାଗଡ଼ ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା। ଏହି ଅବସରରେ ଏକ ଛେନାପୋଡ଼ ସଙ୍ଗୀତର ଶୋତାର୍ପଣ ହେବ। ଏହାକୁ ଶୁଭ୍ରାଂଶୁ ପଣ୍ଡା ରଚନା ଓ ପରିକଳ୍ପନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍…
Read Moreଚାରିଅଟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ହାଟସାହି ନିକଟସ୍ଥ ଚାରିଅଟ ପବ୍ଲିକ ସ୍କୁଲର ୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟନାୟକ, ମୁଖ୍ୟବକ୍ତାଭାବେ ବ୍ଲକ ଅଧକ୍ଷା ନିର୍ମଳା ବେହେରା, ସମ୍ମାନନୀୟ ଅତିଥିଭାବେ ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଂଗୀନ ମହାନ୍ତି, ବ୍ଲକ ଶିକ୍ଷା ବିଭାଗ ଅଧିକାରୀ ବନାଲତା ବେହେରା, ସ୍କୁଲର ଟ୍ରଷ୍ଟି ସୁପ୍ରଭା ପ୍ରଧାନ ଆୟୋଜକ ପ୍ରଭାତ କୁମାର ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପ୍ରଧାନ ଆଦି ଯୋଗ ଦେଇଥିଲେ। ଉକ୍ତ ସ୍କୁଲର ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ ପ୍ରଭାତ କୁମାର ପ୍ରଧାନ ଏବଂ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ପ୍ରଧାନଙ୍କ ଅକ୍ଲାନ୍ତ ପରିଶ୍ରମରେ ସ୍କୁଲର ଉନ୍ନତି ସମ୍ଭବ ହୋଇପାରିଛି। ଛାତ୍ରଛାତ୍ରୀମାନେ ଶିକ୍ଷାରେ କିପରି ଉନ୍ନତି କରିବେ ଆମ ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଉ ଗୌରବ ଆଣିପାରିବେ ସେ…
Read Moreଜିଲ୍ଲାର ପଛୁଆବର୍ଗ ଲୋକଙ୍କ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତାଲିମ ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ରହୁଥିବା ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆକଳନ ନିମନ୍ତେ ବ୍ଲକ ସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶିକ୍ଷକ ମାନଙ୍କ ତାଲିମ ଶିବିର ଆଜି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ନିର୍ଦେଶରେ ଏକ ତାଲିମ ଶିବିର ଜିଲ୍ଲାପାଳଙ୍କ ସଦଭାବନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ନୟାଗଡ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌରନିର୍ବାହୀ ଅଧିକାରୀ, ଏନଏସି ନିର୍ବାହୀ ଅଧିକାରୀ ଯୋଗଦେଇ ତାଲିମ ନେଇଥିବା ଜଣାପଡିଛି । ଏମାନଙ୍କୁ ବ୍ଲକସ୍ତରୀୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଯୁକ୍ତି ହୋଇଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଡେପୁଟି କଲେକ୍ଟର ଆୟୁଷୀ ମହାପାତ୍ର, ପବିତ୍ର ସାମଲ, ରୀମା ହଂସଦା ଉପସ୍ଥିତ ରହି ତାଲିମ…
Read Moreନୂଆଗାଁ ବ୍ଲକରେ ଖୋଲିଲା ସବରେଜିଷ୍ଟର କାର୍ଯ୍ୟାଳୟ
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକରେ ଖୋଲିଲା ସବରେଜିଷ୍ଟର କାର୍ଯ୍ୟାଳୟ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଯୋଗଦେଇଥିଲେ । ଏହି ଅବସରରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରୀୟା ବେହେରା, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା, ନୂଆଗାଁ ବିଡିଓ ସଚିଦାନନ୍ଦ ମିଶ୍ର ଓ ତହସିଲଦାର ହେମନ୍ତକୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦଶପଲ୍ଲା ବିଧାୟକ କାର୍ଯ୍ୟାଳୟର ଫଳକ ଉନ୍ମୋଚନ କରିବା ସହ ସବରେଜିଷ୍ଟର କାର୍ଯ୍ୟାଳୟକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ପ୍ରଥମ ସବରେଜିଷ୍ଟାର ଭାବେ ହେମନ୍ତ କୁମାର ନାୟକ କାର୍ଯ୍ୟ ପରିଚାଳନା କରିବେ । ନୂଆଗାଁରେ ଏକ ସବରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ଅଞ୍ଚଳବାସୀଙ୍କର ବହୁଦିନର ଦାବି ରହିଥିଲା । ଉକ୍ତ କାର୍ଯ୍ୟାଳୟ…
Read More