ନୟାଗଡ଼,(ନୟାଗଡ଼ ଦର୍ପଣ): ଜାତୀୟ ସ୍ତରରେ ଅନୁଷ୍ଠିତ ୪ର୍ଥ ସର୍ବଭାରତୀୟ ମୁଟ କୋର୍ଟ ବା ଛାୟା ଅଦାଲତ ପ୍ରତିଯୋଗିତାରେ ନୟାଗଡ଼ ମାଟିର ପୁଅ ସତ୍ୟ ନାରାୟଣ ରଥ ବାଜିମାତ କରି ଚାମ୍ପିୟାନସ ଟ୍ରଫି ହାସଲ କରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ସୂଚନା ଯୋଗ୍ୟ ଯେ ଶ୍ରୀମାନ ରଥ ବର୍ତ୍ତମାନ ଆଇଆଇଟି ଖଡ଼ଗପୁର ଅଧିନସ୍ଥ ରାଜୀବ ଗାନ୍ଧୀ ସ୍କୁଲ ଅଫ ଇଣ୍ଟେଲେକଚୁଆଲ ଲ’ କଲେଜରେ ଆଇନ ବିଷୟରେ ଅଧ୍ୟୟନ କରୁଛନ୍ତି। ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟ, ସିଲିଗୁଡ଼ିଠାରେ ଅନୁଷ୍ଠିତ ଏହି ସର୍ବ ଭାରତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ସର୍ବମୋଟ ୮ଟି ଟିମ ଗଠନ କରାଯାଇଥିଲା। ତେବେ ଶ୍ରୀମାନ ରଥଙ୍କ ନେତୃତ୍ୱରେ ଗଠିତ ଟିମ ପ୍ରତିଯୋଗିତାରେ ବାଜିମାତ କରି ଚମ୍ପିୟାନସ ଟ୍ରଫି…
Read MoreCategory: ନୟାଗଡ଼
ଉଦୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଉଦୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା କବି ଗୋଦାବରୀଶ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଦର୍ଶନ ପରିଡ଼ା, ଶିକ୍ଷକ ଲକ୍ଷ୍ମୀଧର ସାହୁ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ରଜେନ୍ଦ୍ର ବାଣ୍ଠ, ଗ୍ରାମ ସଭାପତି ତ୍ରିନାଥ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ମନୋରଞ୍ଜନ ସାହୁ,ସାଗର ନାହାକ,ସୁରେନ୍ଦ୍ର ପଲେଇଙ୍କ ସଙ୍ଗୀତ ପରିଚାଳନାରେ ପିଲାମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବ…
Read Moreରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଦିନକୁ ଦିନ ମନୁଷ୍ୟ ସହିତ ପ୍ରକୃତି ପଶୁପକ୍ଷୀ ମଧ୍ୟରେ ହେଉଥିବା ସଂଘର୍ଷ ପ୍ରତି ସଚେତନ କରାଇ ସେମାନଙ୍କ ସୁରକ୍ଷା ସହିତ ନିଜର ସୁରକ୍ଷା ପାଇଁ ବାର୍ତ୍ତା ପ୍ରେରଣ ପ୍ରଦାନ କରାଇବା ପାଇଁ ରୋହିବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ପକ୍ଷୀ ବଷା ତିଆରି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶାଙ୍କ ସହଭାଗିତାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ କର୍ମଶାଳା ଉଦଘାଟନ ହୋଇଥିଲା। ଦୁଇ ତାଲିମ ପ୍ରଦାନ କାରି ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଲଳିତ ମୋହନ ମିଶ୍ରଙ୍କ ଦ୍ଵାରା କର୍ମଶାଳାରେ ୫୨ଜଣ ପୁରୁଷ ମହିଳା ଓ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା। ପଶୁ ପକ୍ଷୀଙ୍କ ଆଜିର ଦିନରେ ଗୁରୁତ୍ୱ ସହିତ…
Read Moreସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ କ୍ଳବ୍ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ସୁରକ୍ଷା, ଗଛର ଉପକାରିତା ଓ ପରିବେଶ ଉପରେ ଅନୁଷ୍ଠିତ ପୋଷ୍ଟର , ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ବାର ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍, ପ୍ରକୃତି ମିତ୍ର, ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁ ତଥା ଶିକ୍ଷାବିତ୍ ସୁକାନ୍ତ କୁମାର୍ ଚୌଧୁରୀ, ବିଦ୍ୟାଳୟର ଆଲୁମିନି ସଭାପତି ଭଗବାନ୍ ଜେନା ଯଥାକ୍ରମେ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବରେ ପ୍ରକୃତି ମିତ୍ର ସୁକାନ୍ତ ଚୌଧୁରୀ ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୃଷ୍ଟି, ଜୀବଜନ୍ତୁଙ୍କ ସୁରକ୍ଷା, ଜଳ…
Read Moreଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତୀକ ଧାରଣା
ଆନ୍ଦୋଳନ ସମୟରେ ଅଫିସକୁ ଆସିଲେନି ଜିଲାପାଳ ଓ ଏଡିଏମ, ପ୍ରତିବାଦରେ ଅପ୍ରେଲ ୯ରେ ହେବ ଜିଲ୍ଲାସ୍ତରିୟ ଆନ୍ଦୋଳନ ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟ ରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତୀକ ଧାରଣା ଦିଆ ଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧି କାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଜିଲାପାଳ, ଅତିରିକ୍ତ ଜିଲ୍ଲାପାଳ(ଏଡିଏମ) ବୁଧବାର ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଆସି ନଥିଲେ। ଉପ ଜିଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ଼ ତହସିଲଦାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସଂଗେ ସଂଗେ…
Read Moreଜିଲ୍ଲା ପ୍ୟାକ୍ସ ସଭାପତି ସଂଘ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ପ୍ୟାକ୍ସ ସଭାପତି ସଂଘ ବୈଠକ ମୁଥାଗଡ଼ିଆ କଲ୍ୟାଣ ମଣ୍ଡପ ଅନୁଷ୍ଠିତ ହୋଇଯାଇଛି। ପ୍ୟାକ୍ସ ସଂଘ ସଭାପତି ପ୍ରତାପ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର କୁମାର ସାହୁ, ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ, ଦୁର୍ଯ୍ୟୋଧନ ବେହେରା, ଉପେନ୍ଦ୍ର କୁମାର ସାହୁ, ସଞ୍ଜୟ ଖୁଣ୍ଟିଆ, ସୁପ୍ରିୟା ମହାନ୍ତି, ବାସନ୍ତୀ ପ୍ରଧାନ, ପ୍ରଭାତ କୁମାର ଦଳବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବ୍ୟାଙ୍କ ପରିଚାଳନା ପରିଷଦ ଓ ସଭାପତିଙ୍କ ଅଗୋଚରରେ ସାଧାରଣ ସଭା ଆହ୍ଵାନ କରାଯିବାକୁ ନେଇ ବୈଠକରେ ଆଲୋଚନା ପାଇଁ ପ୍ରସ୍ତାବ ରଖା ଯାଇଥିଲା। ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଚାଷୀ…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଉଦବେଗ ପ୍ରକାଶ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଠାରେ ଏକ ନୂତନ ରେଳ ଷ୍ଟେସନ ଗତବର୍ଷ ଜାନୁଆରୀ ମାସରୁ ଉଦଘାଟିତ ହେବା ପରଠାରୁ ଦଶପଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଯାତ୍ରୀ ପୁରୀକୁ ନିୟମିତ ଯିବା ଆସିବା କରୁଛନ୍ତି। ଖୁବ୍ କମ୍ ଖର୍ଚ୍ଚରେ ଏବଂ ଗୋଟିଏ ଦିନରେ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ସମୁଦ୍ରକୂଳ ବୁଲାବୁଲି ହୋଇ ପାରୁଥିବାରୁ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦଶପଲ୍ଲା ନିକଟବର୍ତ୍ତି ଗଣିଆ, ଛାମୁଣ୍ଡିଆ, ବଡ଼ସିଲିଙ୍ଗା, ବାଣିଗୋଚ୍ଛା, ଟାକେରା, କଳସଖମଣ ଏପରିକି ବୌଦ୍ଧ, ଚାରିଛକ, ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ଦିନକୁ ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ପୁରୀକୁ ସ୍ୱତନ୍ତ୍ରଭାବେ ମେମୁ ଟ୍ରେନ ପ୍ରଚଳନ କରିବା…
Read Moreସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ପକ୍ଷରୁ ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ପଞ୍ଚାୟତ ଯୁରଗଣ୍ଡା ଗ୍ରାମ ଠାରେ ସହିଦ୍ ଭଗତ ସିଂହଙ୍କ ବଳିଦାନ ଦିବସ ପାଳନ କରାଯାଇଅଛି। ପ୍ରଥମେ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଆଲୋଚନା ସଭା ଗୋପବନ୍ଧୁ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ବ୍ଲକ କମିଟି ସଂପାଦକ ବିପିନ କୁମାର ବାଜୁ ସ୍ବାଗତ ଭାଷଣ ଦେଲାପରେ, ଆଦିବାସୀ ନେତା ଶ୍ରୀନିବାସ ଜାନି ସମ୍ମାନିତ ଅତିଥି, ଆଡଭୋକେଟ୍ ଶରତ ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଓ ବିଶିଷ୍ଟ ଲେଖକ ତଥା ବାମପନ୍ଥୀ ନେତା ବିଶ୍ବନାଥ ମହାପାତ୍ର ମୁଖ୍ୟଅତିଥି ଭାବେ ସହିଦଙ୍କ ସ୍ମୃତିଚରଣ ସହିତ ତାଙ୍କ ବେସାଲିସ ସଂଗ୍ରାମ ଓ ବଳିଦାନ ବିଷୟରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ମୁନା ନାୟକ,…
Read More୨୭ ମାର୍ଚ୍ଚ ବିଧାନସଭା ଘେରାଓ ପାଇଁ ନୟାଗଡ ଡିସିସି ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ସ୍କୁଲ କଲେଜ ଛାତ୍ରୀ ଏବଂ ନାରୀମାନଙ୍କୁ ନ୍ୟାୟ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଗାମୀ ୨୭ ମାର୍ଚ୍ଚ ଗୁରୁବାର ବିଧାନସଭା ଘେରାଓ ପାଇଁ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ପର୍ଯ୍ୟବେକ୍ଷକ ମାନସ ଆଚାର୍ଯ୍ୟ, ଅମ୍ରିତା ଦାସ ଯୋଗଦେଇ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରଠାରୁ ଏଯାଏଁ ୫୫ ଛାତ୍ରୀ ଗଣଧର୍ଷଣ ଶିକାର ଏବଂ ପ୍ରାୟ ୧୫୦୦ ନାବାଳିକା ମହିଳା ନିଖୋଜ ଏବଂ ଗଣଦୁଷ୍କର୍ମ ଶିକାର ହୋଇଥିବାରୁ କଂଗ୍ରେସ ଏହାର ତଦନ୍ତ ପାଇଁ ବିଧାନସଭା ରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ସହ ଗୃହ କମିଟି ଗଠନ ପାଇଁ ଦାବୀ ଉତ୍ଥାପନ କରିବା ବେଳେ…
Read Moreଘଟଣାର ଦିନକ ପରେ ବି ଏତଲା ଦେଉନାହାଁନ୍ତି କଲେଜ କର୍ତୃପକ୍ଷ, ଆସୁଛନ୍ତି ଏଆଇସିସି ସମ୍ପାଦିକା ରୋଜଲିନା ତିର୍କୀ
ମୃତ ଶିଶୁ ପ୍ରସବ କରିଥିବା ନୟାଗଡ କଲେଜ ପୀଡିତା ଛାତ୍ରୀଙ୍କୁ ମେଡିକାଲରେ ଭେଟିଲେ କଂଗ୍ରେସ ଟିମ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ମାଳତୀ ଚୌଧୁରୀ ଛାତ୍ରୀ ନିବାସ ରେ ରହି ଯୁକ୍ତ ତିନି ଶ୍ରେଣୀ ର ଆଦିବାସୀ ଛାତ୍ରୀ ଙ୍କ ମୃତ ଶିଶୁ ପ୍ରସବ ଭଳି ସମ୍ବେଦନଶୀଳ ପ୍ରସଙ୍ଗ କୁ ଗମ୍ଭୀରତlର ସହ ନେଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ l ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଙ୍କ ଠାରୁ ଏହି ସ୍ପର୍ଶକାତର ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ପୂର୍ବତନ ସାଂସଦ ନକୁଳ ନାଏକ,ପିସିସି ମୁଖପାତ୍ର ସୋନାଲି ସାହୁ, ଖୋର୍ଦ୍ଧା ଡିସିସି ସଭାପତି ରାଜୀବ ପଟନାୟକ ଏବଂ ନୟାଗଡ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶ ପ୍ରମୁଖ ଙ୍କୁ ସାମିଲ କରାଇ ନୟାଗଡ ମେଡିକାଲରେ…
Read More