ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ ତମ ଶ୍ରାଦ୍ଧଦିବସ ଅବସରରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସମାଜ’ ଅନୁଷ୍ଠାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୭ତମ ଶ୍ରାଦ୍ଧଦିବସ ଅବସରରେ ନୟାଗଡ ଗାନ୍ଧୀ ବିଚାର ପ୍ରଚାର ପ୍ରସାର ମଞ୍ଚ ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ବିଶିଷ୍ଟ ସମାଜସେଵୀ ତଥା ନୂତନ ରୋଟାରୀ କ୍ଲବ ସଭାପତି ପ୍ରମୋଦ ପଟ୍ଟନାୟକ, ମଞ୍ଚର ଆବାହକ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ରଣଜିତ ଦାଶ, କେସି କ୍ଲବ ସମ୍ପାଦକ ତଥା ନୂତନ ରୋଟାରୀ କ୍ଲବ ସମ୍ପାଦକ ସଂଗ୍ରାମ ଗୁମାନସିଂ, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ସାଆନ୍ତ ପ୍ରମୁଖ ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ।

Related posts