ସମର୍ପଣ(ବୃଦ୍ଧାଶ୍ରମ)ରେ ୭୭ତମ ସ୍ବାଧୀନତା ଦିବସ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୭ ତମ ସ୍ବାଧୀନତା ଦିବସ। ଆଶ୍ରମର ଅନ୍ତେବାସୀ ୮୦ ବର୍ଷୀୟା ମହିଳା ପ୍ରମିଳା ଦାସ ପତାକା ଉତ୍ତୋଳନ କରି ମହାନ୍ ଦେଶଭକ୍ତ ସ୍ବାଧୀନତା ସଂଗ୍ରାମୀ ମାନେ ମାଡ ଖାଇ ଜେଲ ଯାଇ ଦେଶକୁ ସ୍ବାଧୀନ କରିବା ସହିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଲବଣ ସତ୍ଯାଗ୍ରହ ବିଷୟରେ ଆଲୋକପାତ କରି ଆମକୁ ଲୁଣ ଦେଇଥିଲେ ବୋଲି ବକ୍ତବ୍ଯ ରଖିଥିଲେ। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଶ୍ରୀଧର ସାହୁ, ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଦାମୋଦର ସାହୁ, ଶ୍ରୀକାନ୍ତ ପଟ୍ଟନାୟକ ସମେତ ବହୁ ସଦସ୍ଯ ଉପସ୍ଥିତ ଥିଲେ।

Read More

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ପତାକା ଉତ୍ତୋଳନ କଲେ ଜିଲ୍ଲା ପରିଷଦ ଅଧ୍ଯକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ୭୭ତମ ସ୍ବାଧୀନତା ଦିବସ ପାଳନ ପାଇଁ ସମଗ୍ର ଦେଶ ଉତ୍ସବ ମୁଖର। ପୁରପଲ୍ଲୀ ସବୁଠି ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରେ ପାଳିତ ହୋଇଥିବା ସ୍ବାଧୀନତା ଦିବସ ରେ ମୁଖ୍ଯ ଅତିଥି ଭାବେ ମାନନୀୟ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମହୋଦୟ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରି ସ୍ବାଧୀନତା ଦିବସର ମହାନତା ବିଷୟ ରେ ଆଲୋକପାତ କରିବା ସହିତ ମହାନ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିଥିଲେ। ଦେଶର ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଅବଦାନ ବିଷୟରେ ଆଲୋକ ପାତ କରିଥିଲେ । ସ୍ବାଧୀନ ଭାରତରେ ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ଯ ଓ ଦାୟିତ୍ୱ ବିଷୟରେ ସଚେତନ କରିବା ସହିତ ମହାପୁରୁଷ ମାନଙ୍କ ପଦାଙ୍କ ଅନୁସରଣ କରିବା…

Read More

ଇଟାମାଟି ପୋଲିସ ଦ୍ୱାରା ଦୁଇ ବାଇକ ଚୋର ଗିରଫ, ୫ ବାଇକ ଉଦ୍ଧାର

ଇଟାମାଟି,(ନୟାଗଡ଼ ଦର୍ପଣ): ଏକ ବାଇକ ଚୋରି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଇଟାମାଟି ପୋଲିସ । ସୂଚନା ଅନୁଯାଇ ନୟାଗଡ଼ ଜିଲା ଇଟାମାଟି ଥାନା ଆଙ୍କୁଲେଇ ପାଟଣା ଗାଁର ନକୁଳ ସାହୁଙ୍କ ଏକ ବାଇକ 2 ଦିନ ତଳେ ଚୋରି ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରିବା ସହ 2 ଅଭିଯୁକ୍ତ ବୁଗୁଡ଼ା ଥାନା ଅଞ୍ଚଳର ଶିବ ଚୌଧୁରୀ ଓ କୋଟଗଡ଼ ଥାନା ଅଞ୍ଚଳର ବାବୁଲ ଦାସଙ୍କୁ ଗିରଫ କରିଛି ଇଟାମାଟି ପୋଲିସ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ୨ଅଭିଯୁକ୍ତ ନୟାଗଡ, ଗଞ୍ଜାମ, ଦେବଗଡ଼ ସମେତ ଅନେକ ଜିଲାରେ ଏପରି ବାଇକ ଲୁଟରେ ସାମିଲି ଥିବା ପୋଲିସ କହିଛି । ସେମାନଙ୍କ ଠାରୁ ୫ଟି ବାଇକ ଜବତ ହୋଇଥିବା…

Read More

ନୟାଗଡ଼ ଟାଉନ ଥାନା ପୋଲିସକୁ ବଡ଼ ସଫଳତା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ସାଇବର ଠକେଇ ମାମଲାରେ ଦୁଇ ଅନ୍ତ ରାଜ୍ୟ ସାଇବର ଠକଙ୍କୁ ବିହାରରୁ ଗିରଫ କରିଛି ନୟାଗଡ଼ ଟାଉନ ପୋଲିସ । ସୁଚନା ଅନୁଯାଇ ନୟାଗଡ଼ ଏକ ବ୍ୟଙ୍କରେ କାମ କରୁଥିବା ଶୁଭଶ୍ରୀ ଶୁଭଶ୍ମିତା ବେହେରା ସୋସିଆଲ ମିଡ଼ିଆରୁ ଏଇ ମହାବିର ଫାଇନାନ୍ସ ନାମକ ଏକ ସଂସ୍ଥା ସହ ଲୋନ ଦେଉଥିବା ସୂଚନା ପାଇଁ ଯୋଗାଯୋଗ କରିଥିଲେ । ଉକ୍ତ ସଂସ୍ଥାର କହିବା ଅନୁଯାୟୀ ସେ ତାଙ୍କ ଡକୁମେଣ୍ଟ ଦେଇଥିଲେ । ପରେ ଉକ୍ତ ସଂସ୍ଥା ଲୋନ ଦେବ କହି ବିଭିନ୍ନ ଚାର୍ଜ କହି 6ଟି ପର୍ଯ୍ୟାୟରେ ମୋଟ 49,000 ଟଙ୍କା ଲୁଟି ନେବାସହ ଲୋନ ଦେଇନଥିଲେ । ଉକ୍ତ ସଂସ୍ଥା ଦ୍ବାରା ଶୁଭସ୍ମିତା ସାଇବର ଠକାମିର ଶିକାର ହେବାପରେ ଏ…

Read More

ନୟାଗଡ଼ ଜିଲ୍ଲା ଡିଜିଟାଲ୍ ମିଡିଆ ସାମ୍ବାଦିକ ସଂଘ ଦ୍ୱିତୀୟ ବାର୍ଷିକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡିଆ(ୱେବ୍‌) ସାମ୍ବାଦିକ ସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଅନୱାର ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ସାମ୍ବାଦିକ ସଂଘ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ଶ୍ଲୋକ…

Read More

ପୋକସୋ ଆଇନ ଓ ବାଳ ଅପରାଧ ଜନିତ ସଚେତନତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଶିକ୍ଷାନୁଷ୍ଠାନରେ ବାଳିକାମାନଙ୍କ ସୁରକ୍ଷା ସମସ୍ୟା ଏକ ଉଦବେଗ ଜନକ ଘଟଣା । ଜିଲ୍ଲା ଏବଂ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶ କ୍ରମେ, ଅକ୍ସଫର୍ଡ ଶିକ୍ଷାନୁଷ୍ଠାନରେ ପୋକସୋ ଆଇନ ଏବଂ ଦଣ୍ଡ ବିଧାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ମହାନ୍ତି ଅତିଥି ପରିଚୟ ଏବଂ ସ୍ବାଗତ ସମ୍ଭାଷଣ କରିଥିଲେ । ବିଶେଷ କୁମାର ସାହୁ, ବରିଷ୍ଠ ବର୍ଗର ବିଚାରପତି ତଥା ସଚିବ, ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ପୋକସୋ ଆଇନ ତଦଜନିତ ଦଣ୍ଡବିଧାନ ଉପରେ ବାଖ୍ୟା କରିଥିଲେ । ଆଇନଜୀବୀ ରମେଶଚନ୍ଦ୍ର ମହାରଣା ଆଇନସେବା ପ୍ରାଧିକରଣ ମାଧ୍ୟମରେ ଗରୀବ ଏବଂ ଅସହାୟଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ବ୍ୟବସ୍ଥା ତଥା ବାଳ ଅପରାଧ ଆଇନ…

Read More

ନୂତନ ଜିଲ୍ଲା ଶିକ୍ଷା ଅଧିକାରିଣୀଙ୍କୁ ସ୍ୱାଗତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନିକଟରେ ରାଜ୍ୟର ଅନେକ ଜିଲ୍ଲାରେ ଶିକ୍ଷା ଅଧିକାରୀ ସ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଦଳବଦଳ କରିଛି l ସେହି କ୍ରମରେ ନୟାଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକଙ୍କୁ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ବଦଳି କରିଥିବା ବେଳେ ରାଜ୍ୟ ସମଗ୍ର ଶିକ୍ଷା ଅଭିଯାନରେ ଯୁଗ୍ମ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟକରୁଥିବା ରାଜଶ୍ରୀ ପଟ୍ଟନାୟକଙ୍କୁ ନୟାଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ନିଯୁକ୍ତି ଦେଇଥିଲେ l ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜଶ୍ରୀ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଛନ୍ତି l ଆଜି ଅପରାହ୍ଣରେ ବିଭିନ୍ନ ଶିକ୍ଷକ ସଂଗଠନ ଯଥା ଓସ୍ତା, କ୍ରୀଡ଼ାଶିକ୍ଷକ ସଂଘ, ବ୍ଲକଗ୍ରାଣ୍ଟ ସଂଘ ସମେତ ଜିଲ୍ଲା ଅନୁସୂଚିତ ଜାତି ଜନଜାତି ଶିକ୍ଷକ ସଂଘ, ଏକ୍ସ କ୍ୟାଡର ଏଲିମେଂଟାରୀ ଶିକ୍ଷକ ସଂଘ, ନୂତନ ପେନସନ…

Read More

ଦୁଇ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଇଟାମାଟି ଥାନା କେନ୍ଦୁଢିପି ନବ ଚୌଧୁରୀ ମହାବିଦ୍ୟାଳୟରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢ଼ୁଥିବା ଦୁଇ କଲେଜ ଛାତ୍ରୀଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଅଶ୍ଳୀଳ ଇଙ୍ଗିତ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି I ଅଭିଯୋଗ କରିବା ପାଇଁ ଯାଇଥିବା ଛାତ୍ରୀଙ୍କୁ କଲେଜ ଅଧ୍ୟକ୍ଷ କହିଥିଲେ ଆଗ ମୋ କଥା ବୁଝ ମୁଁ ତମ କଥା ବୁଝି ଦେବୀ lଏହା କହିବା ସହ ଛାତ୍ରୀଙ୍କ ଗାଲକୁ ଚିପି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ l ଏକଥା ବାହାରେ ପଘଟ କଲେ ପରୀକ୍ଷାରେ ପାଟିକାଲ ମାର୍କ କାଟି ଦେବା ପାଇଁ ଅଧ୍ୟକ୍ଷ ଧମକ ଦେଇଥିବା ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି l ଏନେଇ ଦୁଇ ନାବାଳିକା କଲେଜ ଛାତ୍ରୀ ଇଟାମାଟି ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ସହ ଜିଲ୍ଲା ଶିଶୁମଙ୍ଗଳ…

Read More

ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସବୁଜ ସଚେତନତା ପଦଯାତ୍ରା

ଓଡଗାଁ,(ନୟାଗଡ଼ ଦର୍ପଣ): ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ସବୁଜ ସଚେତନତା ପଦଯାତ୍ରା ଓଡ଼ଗାଁ ବ୍ଲକ ଭାଡ଼ିକିଳା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାରାବଣ୍ଟନ ଏବଂ ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଫାଉଣ୍ଡେସନର ଅଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ପୌରହିତରେ ୨୦୦୦ରୁ ଉର୍ଦ୍ଧ ଚାରା (ଡାଳିମ୍ବ, ଅଁଳା, ପିଜୁଳି, ବେଲ, ପିସ୍ତବାଦାମ, ଶାଗୁଆନ) ବଣ୍ଟନ କରାଯାଇଥିଲା । ଗ୍ରାମର ଶିବ ମନ୍ଦିର ବେଢ଼ାରେ ବୃକ୍ଷରୋପଣ କରାଯାଇଥିଲା। ମୁଖ୍ଅତିଥି ପ୍ରମୟ ସାମ୍ବାଦିକ ଶ୍ରୀ ଫକୀର ମହାରଣା ଚାରା ବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲେ। ବ୍ୟଙ୍ଗସାହିତ୍ୟିକ ରବୀନ୍ଦ୍ର ରାଉତ, ସମାଜ ସେବୀ ବସନ୍ତ କୁମାର କର, ଲିଗରାଜ ନାୟକ, ନିରଂଜନ ରାଉତ, ଫକୀର ମୋହନ ସାହୁ, ପବିତ୍ର ଇନ୍ଦ୍ରଜିତ, ବିମଳ ଦାସ, ପ୍ରସାନ୍ତ ପୃଷ୍ଟି,, ଲିଙ୍କନ ସାହୁ, ପ୍ରଦ୍ୟୁମ୍ନ ସାହୁ, ନବକିଶୋର ସାଥୁଆ, ଜଗନ୍ନାଥ ପ୍ରଧାନ ଙ୍କ ସହଯୋଗରେ ଚାରା…

Read More

ଓଏଏସ୍ ପାଇଲେ ଆଦିବାସୀ ଯୁବତୀ ସାରସ୍ୱତୀ ଜାନୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ତେଣ୍ଡାବାଡି ପଞ୍ଚାୟତର ଦୁର୍ଗମ ଗାଁ ଦୁଗୁଡ଼ିର ଆଦିବାସୀ ଯୁବତୀ ତଥା ସୋମନାଥ ଜାନୀଙ୍କ ସୁପୁତ୍ରୀ ସରସ୍ବତୀ ଜାନୀ ସମ୍ମାନଜନକ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସରସ୍ୱତୀ ୪୧୭ରାଙ୍କ ପାଇ ଏହି ସଫଳତା ହାସଲ କରିଛନ୍ତି । ସରସ୍ଵତୀଙ୍କର ଏପରି ସଫଳତା ପାଇଁ ସମଗ୍ର ଦଶପଲ୍ଲା ଗର୍ବିତ ହୋଇଛି। ପିତା ସୋମନାଥ ଜାନୀ ଓ ମାତା ସବିତା ଜାନୀଙ୍କୁ ସେ ଏଥିପାଇଁ ସଫଳତାର ଶ୍ରେୟ ଦେଇଛନ୍ତି।

Read More