ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ’ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ‘ସୋହମ ତରଫରୁ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲ ସହଯୋଗରେ ଏହାର ରକ୍ତ ଭଣ୍ଡାରରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ହସ୍ପିଟାଲର ରକ୍ତ ଭଣ୍ଡାର ଅଫିସର ଡ଼ା. ବେଣୁଧର ଶତପଥୀ , ସୋହମ ଅନୁଷ୍ଠାନ ର ସଭାନେତ୍ରୀ ଡ. କବିତା ମିଶ୍ର, ସଦସ୍ୟ ଶୁଭକାନ୍ତ ରଣସିଂହ, ପ୍ରହଲ୍ଲାଦ କୁମାର ସାହୁ, ଦେବାଶିଷ ପରିଡ଼ା ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ । ଶିବିରରେ ୧୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଉତ୍କଳ ହସ୍ପିଟାଲ ର ଚୌଧୁରୀ ସୁବାଷ ଚନ୍ଦ୍ର ଦାସ, ସନାତନ ସାହୁ, କାଜଲ ମହାନ୍ତି, ଦମୟନ୍ତୀ ହାଁସଦା, ହେମନ୍ତ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Related posts