ଇଟାମାଟି, (ନୟାଗଡ଼ ଦର୍ପଣ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ ଇଟାମାଟି ଶାଖର ବରଦାନୀ ଭବନ ଠାରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଥିଲା ଆଶ୍ରମ ର ସଞ୍ଚାଳିକା ରାଜ ଯୋଗିନୀ ସସ୍ମିତା ଭଉଣୀ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ତଥା ଗ୍ରାମର ବରିଷ୍ଠ ନାଗରିକ ମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ଉତ୍ସବ ପ୍ରାରମ୍ଭ ରେ ରକ୍ଷା ବନ୍ଧନ ଉପରେ ଆଲୋକପାତ କରି ସସ୍ମିତା ଭଉଣୀ ସମସ୍ତଙ୍କୁ ଅଭିଭୂତ କରିଥିଲେ, ଡଃ ରାଜ କିଶୋର ବରାଡ, ଜଗନ୍ନାଥ ଦାସ, ଡ଼ ରଙ୍ଗନାଥ ବେହେରା, ଭାଗିରଥିବାଇ, ଉମେଶ ଚନ୍ଦ୍ର ପଟ୍ଟନାୟକ, କିଶୋର ଚନ୍ଦ୍ର ନାୟକ, ରାଜ କିଶୋର ନାୟକ, କିଶୋର ଚନ୍ଦ୍ର ସାହୁ ଏବଂ ନରେଶ କୁମାର ସାହୁ ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ। ଉତ୍ସବ ଶେଷରେ ଆଶ୍ରମର ନିରଞ୍ଜନ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମିଷ୍ଟାନ୍ନ ଭୋଜନରେ ଆପାୟିତ କରିଥିଲେ l
Related posts
-
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ... -
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ
January 23, 2025 Jajati Comments Off on ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ପାଳନ ହୋଇଯାଇଛି ନେତାଜୀ ସୁବାଷ ଚନ୍ଦ୍ର... -
ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ର ଦୁଇ ବରପୁତ୍ର ମହାନ ସଂଗ୍ରାମୀ, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ ବୀର ସୁରେନ୍ଦ୍ର ସାଏ...