ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଦ୍ୟାଳୟ ସମୂହର ପ୍ରତିଯୋଗୀତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଏବଂ ଦୌରା ଜଜ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧୀନରେ ଥିବା ୧୭ ଗୋଟି ବିଦ୍ୟାଳୟସ୍ଥ –”ବିଦ୍ୟାଳୟ ଆଇନ ସାକ୍ଷରତା ପରିଷଦ” ଗୁଡିକ ମଧ୍ୟରେ ତର୍କ, ପ୍ରବନ୍ଧ ,ଚିତ୍ରାଙ୍କନ ଏବଂ କ୍ଷୁଦ୍ର ନାଟକ ପ୍ରତିଯୋଗୀତା ହୋଇଅଛି । ଘରୋଇ ହିଂସା ନିରୋଧ / ପରିବେଶ ସଚେତନତା / ବାଳ ଶ୍ରମିକ ପ୍ରଥା /ବରିଷ୍ଠ ନାଗରିକଙ୍କ ଅଧିକାର | ମଧ୍ୟସ୍ଥତା | ମାନବ ଚାଲଣ |କାରାଗାର ଅନ୍ତେବାସୀଙ୍କ ସୁରକ୍ଷା | ଆଦିବାସୀଙ୍କ ଅଧିକାର | ଭିନ୍ନକ୍ଷମ ଅଧିକାର /ମହିଳାଙ୍କ ଉପରେ ଏସିଡ ଆକ୍ରମଣ/କନ୍ୟାଭୂନ ନଷ୍ଟ ନିରୋଧ ଆଇନ ଇତ୍ୟାଦି ଉପରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ପ୍ରାରମ୍ଭ ଅଧିବେଶନକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଟ ବର୍ଗ ବିଚାରପତି ବିଶେଷ କୁମାର ସାହୁ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ବିନୀ କୁମାର ନାୟକ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର ସମ୍ବୋଧନ କରିଥିଲେ। ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ ବିଚାରପତି ନିରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଲିଲୀ ସେନାପତି, ଜିଲ୍ଲା ଆଇନସେବା ପ୍ରାଧ୍ଵକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ, ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ନୟାଗଡ ବିଚାର ବିଭାଗର ସମସ୍ତ ବିଚାରପତିବୃନ୍ଦ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଛାତ୍ର ସମାଜ ସଚେତନ ହୋଇ ଏକ ସୁସ୍ଥ ସମାଜ ଗଠନର ଲକ୍ଷ୍ୟକୁ ଜାତୀୟ, ରାଜ୍ୟ, ଜିଲ୍ଲା ଆଇନସେବା ପ୍ରାଧିକରଣ ଏବଂ ତାଲୁକ ଆଇନ ସେବା ସମିତି ପୂରଣ କରିବାରେ ବ୍ରତୀ ଅଛନ୍ତି। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ମହାବିଦ୍ୟାଳୟ ସ୍ବେଚ୍ଛାସେବୀ ପାରା ଲିଗାଲ ସ୍ଵେଚ୍ଛାସେବୀ, ଓକିଲ, ତାଲୁକ ସେବା ସମିତିର କର୍ମଚାରୀଗଣ ଏବଂ ବିଶେଷ କରି ସାମ୍ବାଦିକମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ । ପ୍ରାଧୀକରଣ ତାଲିକା ଭୁକ୍ତ ଅଧ୍ବବକ୍ତା ଚନ୍ଦ୍ରବିଜୟୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ପ୍ରାଧିକରଣ ସଦସ୍ୟ ଏମଡ଼ି ଓମର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରବନ୍ଧ ବିଭାଗରେ ଚଣ୍ଡୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁର ପୂର୍ଣ୍ଣିମା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୟପୁର ଉଚ୍ଚ ବିଦ୍ୟାଳୟ, ଜୟପୁରର ଦୀପାଞ୍ଜଳି ମହାରଣା ଦ୍ବିତୀୟ ସ୍ଥାନ ଜବାହର ନବୋଦୟ ବିଦ୍ୟାଳୟ, ନୟାଗଡ଼ ପ୍ରାଚୀସ୍ମିତା ପ୍ରିୟଦର୍ଶନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ତର୍କ ପ୍ରତିଯୋଗୀତାରେ ଏନ ଏସ ଏସ ଏମ ପି ଶିକ୍ଷା ନିକେତନ, ନବଘନପୁରର ସୋନାଲୀ ସେନାପତି ପ୍ରଥମ,ନାରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଇଟାମାଟିର ଜ୍ୟୋତିର୍ମୟୀ ସାହୁ ଦ୍ବିତୀୟ ଓ ଏନଏସି ଉଚ୍ଚ ବିଦ୍ୟାଳୟ, ନୟାଗଡ଼ର ପିଙ୍କି କୁମାରୀ ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଚିତ୍ରକଳାରେ ଜବାହର ନବୋଦୟ ବିଦ୍ୟାଳୟ, ନୟାଗଡ଼ର ଦୀପ୍ତି ଦାସ ପ୍ରଥମ, ଏନଏସି ଉଚ୍ଚ ବିଦ୍ୟାଳୟ ନୟାଗଡ଼ର ରଶ୍ମି ରଞ୍ଜନ ଦାଶ ଦ୍ବିତୀୟ ଓ ନାରାୟଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ଇଟାମାଟିର ଶୁଭଶ୍ରୀ ପରିଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କ୍ଷୁଦ୍ର ନାଟିକାରେ ଜବାହର ନବୋଦୟ ବିଦ୍ୟାଳୟ ନୟାଗଡ଼ ପ୍ରଥମ, ଏନ ଏସ ଏସ ଏମ ପି ଶିକ୍ଷା ନିକେତନ, ନବଘନପୁର ଦ୍ବିତୀୟ ଓ ଭାଗୀରଥୀ ଉଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Related posts