ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଜବାହାର ନବୋଦୟ ବିଦ୍ୟାଳୟ, ନୟାଗଡ଼ ଓ ଜାତୀୟ ସେବା ସଂସ୍ଥା ବହୁମୁଖୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ, ନବଘନପୁର, ଆଇନ ସାକ୍ଷରତା ଛାତ୍ର ଛାତ୍ରୀମାନେ ନୟାଗଡ ଜିଲ୍ଲା କୋର୍ଟକୁ ଶିକ୍ଷଣୀୟ ପରିଦର୍ଶନରେ ଆସିଥିଲେ । ପ୍ରଥମେ ଛାତ୍ର ଛାତ୍ରୀମାନେ ଜିଲ୍ଲା ଏବଂ ଦୌରା ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଅଧ୍ୟକ୍ଷ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କୁ, ରେଜିଷ୍ଟ୍ରାର ଡ଼ଃ ନିଶାକର ସାହୁ , ମୁଖ୍ୟ ବିଭାଗୀୟ ମାଜିଷ୍ଟ୍ରେଟ ସ୍ମୃତି ସ୍ନିଗଧା ଦାସ ଏବଂ ଜିଲ୍ଲା ଅଇନି ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁଙ୍କ ଉପସ୍ଥିତିରେ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।…
Read MoreCategory: ଅନ୍ୟାନ୍ୟ
ଗଣମାଧ୍ୟମ ଉପରେ ଆକ୍ରମଣର ପ୍ରତିବାଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ରାଷ୍ଟ୍ର ବ୍ୟବସ୍ଥାର ଚତୁର୍ଥ ସ୍ତମ୍ଭ ଉପରେ କେନ୍ଦ୍ର ସରକାରଙ୍କର ଇ. ଡି. ଦ୍ଵାରା ଦମନମୂଳକ ଆକ୍ରମଣର ପ୍ରତିବାଦ କରି ନୟାଗଡ଼ କାର୍ଯ୍ୟାଳୟ ଆଗରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ବାମପନ୍ଥୀନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବରିଷ୍ଟ ନାଗରିକ ମଞ୍ଚର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଆଡଭୋକେଟ ଅମୀୟ ପଟ୍ଟନାୟକ, ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ରଣଜିତ ଦାଶ, ସି. ପି. ଆଇ.(ଏମ) ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଶ୍ରମିକ ସଂଗଠକ ପବିତ୍ର ଇନ୍ଦ୍ରଜିତ, ଏସ.ଏ କରିମ୍, ଯୁବନେତା ସରୋଜ ନାୟକ, ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା ପ୍ରମୁଖ ଏହି ବିକ୍ଷୋଭରେ କେନ୍ଦ୍ରସରକାରଙ୍କ ଦ୍ଵାରା ଇଡି ମାଧ୍ୟମରେ ଦିଲ୍ଲୀ ଠାରେ ନିଉଜ୍ କ୍ଲିପର…
Read Moreପୁଷ୍କରା ବାୟାକୁ ଅଭିନନ୍ଦନ ଜଣାଇଲେ ଅନନ୍ୟା ପରିବାର
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସାହିତ୍ୟରୁ ସିନେମା। ଓଡ଼ିଆ ଘରର ସଂସ୍କୃତି ସହ ନିଚ୍ଛକ ଓଡ଼ିଆ ଘରର କାହାଣୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ପୁଷ୍କରା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଦର୍ଶକମାନଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି। ସିନେମା ନିର୍ମାତାମାନଙ୍କୁ ମଧ୍ୟ ନୂତନ ଦିଶା ଦେଖାଇଛି। ଦର୍ଶକଙ୍କ ମତ ଅନୁଯାୟୀ ଅଭିନେତା ସବ୍ୟସାଚୀଙ୍କ ଅଭିନୟ ଶୈଳୀ ଅତି ନିଖୁଣ ହୋଇଥିବା କାରଣରୁ ସିନେମାଟି ତିନି ସପ୍ତାହ ପାଖାପାଖି ବ୍ୟବସାୟିକ ସଫଳତା ପାଇଲାଣି। ଏହି ସଫଳତା ପାଇଁ ନୟାଗଡ଼ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ସବ୍ୟସାଚୀଙ୍କୁ ଭୁବନେଶ୍ୱରରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
Read Moreମହାମହିମ ରାଜ୍ୟପାଳଙ୍କ କରକମଳରେ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’ ଉନ୍ମୋଚିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ଼ଃ. ଗଣେସୀ ଲାଲଙ୍କ କରକମଳରେ ଉନ୍ମୋଚିତ ହେଲା ନୟାଗଡ଼ର ବିଶିଷ୍ଟ ଲେଖକ ପ୍ରଧାନ ପଣ୍ଡିତ ସ୍ୱର୍ଗତ ଚନ୍ଦ୍ରମଣୀ ପ୍ରଧାନ ଏବଂ ତାଙ୍କ ସହଧର୍ମିଣୀ ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂସାରାତି’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା’। ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ଃ. ସୁକାନ୍ତି ମହାନ୍ତିଙ୍କ ଦ୍ୱାରା ଲିଖିତ ‘କଂସାରାତି’ ଏବଂ “ପ୍ରବନ୍ଧପୂର୍ଣ୍ଣଚନ୍ଦ୍ରର ଚନ୍ଦ୍ରକାନ୍ତି ଟୀକା”ର ଲେଖକ ହେଉଛନ୍ତି ପ୍ରଧାନ ପଣ୍ଡିତ ସ୍ବର୍ଗତ ଚନ୍ଦ୍ରମଣି ପ୍ରଧାନ। ଆଜିର ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଡଃ. ସୁକାନ୍ତି ମହାନ୍ତିଙ୍କ ସମେତ କବି ଗୋଦାବରୀଶ ମିଶ୍ର, ଶିତୁ ପ୍ରକାଶ ରଥ, ଦିବ୍ୟଜ୍ଞ ସତ୍ୟପ୍ରଜ୍ଞ, ଜ୍ୟୋତିରଞ୍ଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେl
Read Moreନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ଗୁରୁତ୍ବପୁର୍ଣ୍ଣ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର କଡା ପଦକ୍ଷେପ । ୬ଶହ ଟଙ୍କାରେ ଘର ଭଡା ନେଇ ମାଲିକ ୭ରୁ ୮ହଜାର ଟଙ୍କାରେ ଅନ୍ୟକୁ ଭଡା ଦେଉଛନ୍ତି । ମୁଳ ପଇସା ଛଅ ଶହ ଟଙ୍କା ଦେବାକୁ ଖାତିର କରୁନାହାନ୍ତି । ବାରମ୍ବାର ମାଗିଲେ ମଧ୍ୟ ଟଙ୍କା ଠିକ ସମୟରେ ଦେଉ ନାହାନ୍ତି । ଏଥିପାଇଁ ଆଜି ନୟାଗଡ଼ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିର ପରିଚାଳନା ବୈଠକ କରାଯାଇ ୨୦ନଂ ଘରକୁ ସିଲ କରାଯାଇଛି । ଅପରାହ୍ନ ଦୁଇ ଘଟିକା ସମୟରେ ପରିଚାଳନା ପରିଷଦର ସଭ୍ୟ ସଭ୍ୟାମାନଙ୍କୁ ନେଇ ଗୁରୁତ୍ବପୁର୍ଣ୍ଣ ବୈଠକ ବସିଥିଲା । ଆଜିଠାରୁ ଉକ୍ତ ଦୋକାନୀର ମାଲିକଙ୍କୁ ୩୦ଦିନର ମହଲତ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର ମାଲିକ ଟଙ୍କା ନଦେଲେ ସମିତି ଦଖଲକୁ ନେବ ବୋଲି ନିଷ୍ପତି ନିଆଯାଇଛି…
Read Moreତନୟାଙ୍କୁ ଶୁଭେଚ୍ଛା ଜଣାଇଲା ଅନନ୍ୟା ଫାଉଣ୍ଡେସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଅନନ୍ୟା ଫାଉଣ୍ଡେନର ସଦସ୍ୟମାନେ ସମ୍ବାଦର ନୂତନ ସମ୍ପାଦିକା ତନୟା ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ସଦସ୍ୟମାନେ ଆଜି ଭୁବନେଶ୍ୱର ସ୍ବସ୍ତି ହୋଟେଲରେ ତନୟା ପଟ୍ଟନାୟକଙ୍କୁ ଭେଟିଥିଲେ ଓ ତନୟା ପଟ୍ଟନାୟକ ନୂତନ ଭାବେ ଗ୍ରହଣ କରିଥିବା ପଦବୀ ପାଇଁ ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ। ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ। ତନୟା ପଟ୍ଟନାୟକଙ୍କ ପ୍ରତି ଅନନ୍ୟା ପରିବାରର ଥିବା ଅନାବିଳ ସ୍ନେହ ପାଇଁ ତନୟା ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ। ପରେ ସଦସ୍ୟମାନେ ସମ୍ବାଦର ୪୦ବର୍ଷ ପୂର୍ତ୍ତି ଅବସରରେ ସ୍ବସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ସିଂ ଠାକୁର ଯୋଗ ଦେଇଥିଲେ।
Read Moreଘରେ ଘରେ ପହଞ୍ଚିବ ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ନୂଆଗାଁ ସଦରମହକୁମାରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କିପରି ପ୍ରତ୍ୟେକ ଘରେ ଘରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ପହଞ୍ଚିବା ସହ ଲୋକମାନଙ୍କୁ ଅବଗତ କରାଯିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଦଶପଲ୍ଲା ବିଧାୟକ ପରାମର୍ଶ ଦେଇଥିଲେ।ବିରୋଧୀ ମାନଙ୍କ ଅପପ୍ରଚାର ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଜୁ ଜନତା ଦଳର ପ୍ରତ୍ୟେକ କର୍ମୀ ଙ୍କୁ ଆହ୍ବାନ ଦେଇଥିଲେ ଦଶପଲ୍ଲା ଯୁବ ବିଧାୟକ। ଏହି ବୈଠକ ରେ…
Read Moreଗ୍ରୀନ କ୍ଳବରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ
ଓଡଗାଁ, (ନୟାଗଡ଼ ଦର୍ପଣ): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଶରଣକୁଳ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମହାସମାରୋହରେ ରଙ୍ଗାରଙ୍ଗ କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଯାଇଛି। ନିକଟବତ୍ତୀର୍ ହରିହରପୁରର ଗ୍ରୀନ କ୍ଲବରେ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଥିଲା। ଗ୍ରୀନ କ୍ଳବର ସଭାପତି ବିଭୁ ପ୍ରସାଦ ମିଶ୍ରଙ୍କ ପୋୈରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିରୂପେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଠ ସମାଜସେବୀ ଡ.ସୁରେଶ ଚନ୍ଦ୍ର ବରାଡ଼ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ପ୍ରଥମେ ଦୁଇ ମହାପୁରୁଷଙ୍କ ଫଟୋଚିତ୍ରରେ ଅତିଥି ମାଲ୍ୟାର୍ପଣ କରିଥିଲେ। ତା ପରେ ସିନିଅର ଓ ଜୁନିଅର ବିଭାଗରେ ଡିବେଟ୍ ଓ ଡ଼୍ରଇଁ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ସିନିଅର ବର୍ଗ ବତ୍କୃତାରେ ବିପ୍ଳବ କୁମାର ମହାପାତ୍ର ପ୍ରଥମ, ପ୍ରାଚୀ ପ୍ରିୟ ଦଶିର୍ନୀ ଦ୍ଵିତୀୟ, ଅଂଶୁମାନ ବରାଡ଼ ତୃତୀୟଜୁନିଅର…
Read Moreନାରାୟଣ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ଓ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଶରଣକୂଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ସହ ୬୯ତମ ବନ୍ୟପ୍ରାଣୀ ସପ୍ତାହ – ୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡଙ୍ଗୀଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ। ବନ୍ୟପ୍ରାଣୀଙ୍କ ସୁରକ୍ଷା ବାର୍ତ୍ତା ପ୍ରଚାର କରିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚରିଡା ରେଞ୍ଜର ସୁଶ୍ରୀ ଚନ୍ଦ୍ରମଣି ମୁର୍ମୁ, ଫରେଷ୍ଟର ସୁମନ୍ତ କୁମାର ପରିଡା, ବନରକ୍ଷୀ ମାନସ ସେଠି, ସୁଶାନ୍ତ ନାୟକ(ଏଫ ଜି)ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ର, ପ୍ରଜ୍ଞା ପାରମିତା ସାହୁ, ଗୋଦାବରୀ ବସନ୍ତରା(ସି ଆର ସି ସି)ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ। ମହାପୁରୁଷଙ୍କ ଫଟୋରେ ପୁଷ୍ପ ମାଲ୍ୟ ଦେଇ ଛାତ୍ରଛାତ୍ରୀଙ୍କୁ ବନ୍ୟପ୍ରାଣୀଙ୍କ…
Read Moreପ୍ରଫେସର ଡ.ବାସୁଦେବ ସାହୁଙ୍କ ୮୪ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପଞ୍ଚାୟତ ସମିତି ସଭାଗୄହରେ ସ୍ଥାନୀୟ ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ପକ୍ଷରୁ ବିଶିଷ୍ଟ ଭାଷାବିତ୍,ସାହିତ୍ୟିକ ତଥା ଉତ୍କଳ ବିଶ୍ବ ବିଦ୍ୟାଳୟର ତତ୍କାଳୀନ ପ୍ରଫେସର ସ୍ୱର୍ଗତ ଡ.ବାସୁଦେବ ସାହୁଙ୍କ ୮୪ତମ ଜିଲ୍ଲା ସ୍ତରୀୟ ଜୟନ୍ତୀସମାରୋହ,ଆଲୋଚନାଚକ୍ର, କବିତା ପାଠ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଡ.ବିଜୟ କୁମାର ଚୌଧୁରୀ ମୁଖ୍ୟ ଅତିଥି, ଡ.ଅଧିବାସ ପଣ୍ଡା ମୁଖ୍ୟ ବକ୍ତା,ଡ.ବେଣୁଧର ଦାସ ସ୍ୱତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ଭାବେ ସମ୍ବାଦ ସାହିତ୍ୟଘର,ଓଡ଼ଗାଁର ସଭାପତି ଦିବାକର ନାୟକ ଓ ଲୋକନାଥ ମିଶ୍ର (ଭରଦ୍ୱ।ଜ) ଓ ରଂଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।ସମସ୍ତ ଅତିଥିବର୍ଗ ସ୍ୱର୍ଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ।ଏହାପରେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହ…
Read More