ଦଶପଲ୍ଲାର ମହାବୀର ବଣିକ ମହାସଂଘର ବାର୍ଷିକ ଉତ୍ସବ, ୨୭ତାରିଖରେ ୧୦ ଘଣ୍ଟିଆ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ୍ ରହିବ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ୧୪ଗୋଟି ବଜାରକୁ ନେଇ ଗଠିତ ମହାବୀର ବଣିକ ମହାସଂଘର ୧୩ତମ ବାର୍ଷିକ ସାରସ୍ୱତ ଉତ୍ସବ ଆସନ୍ତା ୨୭ତାରିଖ, ମଙ୍ଗଳବାର ଦିନ ପାଳନ ହେବାକୁ ଯାଉଛି। ଉକ୍ତଦିନ ସକାଳୁ ଦିନ ୩ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ଦୋକାନ ବଜାର ୧୦ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ ବନ୍ଦ୍ ରହିବ। ସକାଳ ୮ ଘଣ୍ଟା ସମୟ ରେ ଦଶପଲ୍ଲାର ବିଶ୍ୱକର୍ମା ବଜାର ଠାରୁ ବିଶାଲ ବାଇକ୍ ଶୋଭାଯାତ୍ରା ବାହାରି ସମସ୍ତ ବଜାର ପରିକ୍ରମା ପରେ ଆରାଧ୍ୟ ଦେବ ଶ୍ରୀ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇ ମହାସଂଘ ଠାରେ ଆୟୋଜିତ ସମାବେଶ ସ୍ଥଳକୁ ପଟୁଆର ପ୍ରତ୍ୟାବର୍ତ୍ତନ କରିବ। ଶୋଭାଯାତ୍ରା ଯିବା ବେବେ ପୂର୍ବ ପରମ୍ପରା ଅନୁଯାୟୀ ରାସ୍ତା ପାର୍ଶ୍ବରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଡାକ୍ତରଖାନାରେ ଥିବା ଦୁସ୍ଥ ରୋଗୀ ଓ ଜରାଶ୍ରମରେ ଥିବା ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି।

ବାର୍ଷିକ ଉତ୍ସବରେ ଏକତା ପତାକା ଉତୋଳନ, ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ସାଂଗଠାନିକ ଆଲୋଚନା, ଦୁଇ ଜଣ ବର୍ଷୀୟାନ ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା, ଦୁଇ ଜଣ ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନିତ କରାଯିବ ବୋଲି ମହାସଂଘର ସଭାପତି ଅଲେଖ ସାହୁ ସୂଚନା ଦେଇଛନ୍ତି। ଏହି ଦିନ ଜରୁରୀ ସେବା ଯୋଗାଉଥିବା ଓଷଧ ଦୋକାନ, କ୍ଲିନିକ୍, ପାଥୋଲାବ, ରନ୍ଧନ ଗ୍ୟାସ ସେବା, ପେଟ୍ରୋଲପମ୍ପ, ସରକାରୀ ମଦ ଦୋକାନ ପ୍ରଭୁତି ଖୋଲା ରହିବ। ଦୀର୍ଘ ୧୦ ଘଣ୍ଟା ଧରି ଦୋକାନ ବଜାର ବନ୍ଦ ରହୁଥିବାରୁ ବସ୍ ଯାତ୍ରୀ, ଅଟୋ ରିକ୍ସା ଯାତ୍ରୀ ଓ ଖାଉଟିମାନେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେଣୁ ଏହି ଅସୁବିଧା ପାଇଁ ମହାସଂଘର ସଭାପତି ଶ୍ରୀ ସାହୁ ଦୁଃଖ ପ୍ରକାଶ କରିଛନ୍ତି। ସମସ୍ତ ଜନସାଧାରଣ, ଖାଉଟି ଓ ବସ୍ ଯାତ୍ରୀଙ୍କ ସହଯୋଗ କାମନା କରିଛନ୍ତି।

Related posts