ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ହରପ୍ରସାଦ ମହାପାତ୍ର ମା ସାରଦାଙ୍କ ନିକଟରେ ଦୀପପ୍ରଜ୍ଜ୍ଵଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋପୀନାଥ ସାହୁ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରହହ୍ଲାଦ ଶାନ୍ତ ଅତିଥିଭାବେ ଯୋଗଦାନ ଦେଇଥିଲେ ।

ଶ୍ରୀ ମହାପାତ୍ରଙ୍କ ମହୋଦୟ ଭାରତର ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ ଜୀବନୀ ବିଜ୍ଞାନ ସାଧନା, ଉଦ୍ଭାବନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବବୋଧ କରାଇଥିଲେ। ବିଜ୍ଞାନର ବିଭିନ୍ନ ବିଭାଗ, ଋଗ୍ ବେଦରେ ବର୍ଣ୍ଣିତ ବେଦର ବାର୍ତ୍ତା, ବିଜ୍ଞାନର ଦୈନଦିନ ଜୀବନରେ ପ୍ରୟୋଗିକ ସ୍ୱରୂପ ବିଷୟରେ ବିଶଦ ବ୍ୟାଖ୍ୟା କରିଥିଲେ। ଛାତ୍ରଛାତ୍ରୀଙ୍କ ଦୈନଦିନ ଜୀବନରେ STELM (Science, Technology, Engineering, Language and Mathematic)ର ବିକାଶ ନିମନ୍ତେ ନିରବଚ୍ଛିନ୍ନ, ନିରଳସ ସାଧନା କରିବା ଆବଶ୍ୟକ। ଯାହାଫଳରେ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ବପ୍ନ ସାକାର ହୋଇପାରିବ।

ଶିଶୁ ଭାଇଭଉଣୀଙ୍କୁ ବିଜ୍ଞାନମନସ୍କ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ବିଜ୍ଞାନ ପ୍ରଶ୍ନମଞ୍ଚ, ବୈଜ୍ଞାନିକ ମାନଙ୍କ ଫୋଟୋଚିତ୍ର ପ୍ରଦର୍ଶିନୀ, ବିଜ୍ଞାନ ପ୍ରୟୋଗ , ବିଜ୍ଞାନ ପ୍ରକଲ୍ପ ପ୍ରଦର୍ଶିନୀ ରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଭାଗୀଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ପ୍ରାୟ ୭୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହିଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

Related posts