ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ବିଜ୍ଞାନମେଳା ଅଧ୍ୟକ୍ଷ ଡ.ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଅଛି। ନୋବେଲ ବିଜେତା ପଦାର୍ଥ ବିଜ୍ଞାନୀ ସାର ସି. ଭି. ରମଣଙ୍କ ବହୁ ଚର୍ଚ୍ଚିତ ରମଣ ପ୍ରଭାବ ଘୋଷଣା କୁ ମନେ ପକାଇବା ଉଦେଶ୍ୟରେ ସମସ୍ତ ବିଜ୍ଞାନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ କରିଥିଲେ. ପ୍ରାୟ ୨୫ ଗୋଟି ବିଜ୍ଞାନ ପରିକଳ୍ପନା ଓ ୧୫ ଗୋଟି ତତ ସମ୍ବନ୍ଧୀୟ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା। ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନୀ, ପ୍ରସିଦ୍ଧ ବିଜ୍ଞାନ ଲେଖକ ତଥା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡ଼ଃ କମଳା କାନ୍ତ ଜେନା ” ଭାରତୀୟ ସଂସ୍କୃତି ଓ ରମଣ ପ୍ରଭାବ ” ବିଷୟରେ ସାରଗର୍ଭକ ଭାଷଣ ଅତି ସରଳ ଭାଷାରେ ଛାତ୍ରଛାତ୍ରୀ ମାନଙ୍କ ଆଗରେ ରଖିଥିଲେ। ବିଜ୍ଞାନର ପ୍ରସାର ପାଇଁ ସମସ୍ତେ ଚେଷ୍ଟିତ ହେବା ବେଳେ ଏହାର ସୁଦୂର ପ୍ରସାରି ପ୍ରଭାବକୁ ନଜର ଅନ୍ଦାଜ ନକରିବାକୁ ପ୍ରବାର୍ତ୍ତାଇଥିଲେ। ପରେ ପ୍ରଦର୍ଶିତ ପରିକଳ୍ପନା ଓ ପ୍ରୋଜେକଟକୁ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ବିଜୟିନୀ ସୁଭଦର୍ଶିନୀଙ୍କ ପରିକଳ୍ପିତ ସଭା ଓ ପ୍ରଦର୍ଶନୀରେ ରୀନାବାଳା ଘଡେଇ, ରୀତିଶ୍ରୀ ମଲିକ,ପ୍ରକାଶ କୁମାର ସାହୁ,ବିଜୟ ନାୟକ, ଉରୁକ୍ରମ ପଣ୍ଡା, ଡ଼ଃ ସୀତାରାମ ସାହୁ, ଆକାଶ ପ୍ରଧାନଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ହେବା ସହିତ ବିଶେଷ ଜ୍ଞାନ ଲାଭ କରିଥିଲେ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା
ନୟାଗଡ଼, (ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା PTS ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ...