ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଚିଦାନନ୍ଦ ହସ୍ପିଟାଲ, ନୟାଗଡ଼ ଓ ଫିଟନେସ ପ୍ଲାନେଟର ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର, ଅନୁଷ୍ଠାନର ଉପସଭାପତି ତଥା ପରିବେଶବିତ୍ ଅନାଦି ଚରଣ ମହାନ୍ତି, ଫିଟନେସ ପ୍ଲାନେଟର ଜୀବନ ରାଓ, ଚିଦାନନ୍ଦ ହସ୍ପିଟାଲର ମୁଖ୍ୟ ଜିତେନ୍ଦ୍ର ସାହୁ ଓ ଡାକ୍ତର ଦେବିଦତ୍ତ ଭଞ୍ଜଦେଓ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ମୋଟ ୧୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସୋହମ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ସୂର୍ଯ୍ୟକାନ୍ତ ରଥ, ରବୀନ୍ଦ୍ର ନାୟକ, ଚରଣ ଗୁରୁ, ବାପିନ ନାୟକ, ମମତା ମିଶ୍ର, ରାଧାରାଣୀ ପାତ୍ର, ସାରସ୍ଵତ ସାହୁ ସମେତ ନୟାଗଡ ରକ୍ତଭଣ୍ଡାରର ସତ୍ୟପ୍ରିୟା ସାହୁ, ବିଷ୍ଣୁପ୍ରିୟା ସାହୁ, ଶୁଭ୍ର ଆକାଶ ପ୍ରହରାଜ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
Related posts
-
ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିଭିଲ ସୋସାଇଟି ନୟାଗଡ଼ ପକ୍ଷରୁ ୭୬ତମ ଗଣତନ୍ତ୍ର ଦିବସ ସକାଳ ୦୭.୩୦ ସମୟରେ ସ୍ଥାନୀୟ ହୋଟେଲ ନିଳମାଧବ... -
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପଠାରେ ୭୬ତମ ସାଧାରଣତନ୍ତ୍ର... -
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ...