ନୟାଗଡ଼, (ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ତିନି ତାରିଖ ନୟାଗଡ ବଲାଙ୍ଗୀ ପାର୍କ ପରିସରରେ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲ୍ଲା ଲେଖକ୍ ପରିଷଦ ସଂପାଦକ ଶେଖ୍ ଅବଦୁଲ୍ ଖାଲିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସଭିଙ୍କ ସହଯୋଗ ରହିବ ବୋଲି ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହେଲା। ପରେ ପରେ ସ୍ଵନାମଧନ୍ୟ ଗଜଲ୍ ଗାୟକ ସ୍ବର୍ଗତ ପଙ୍କଜ ଉଦାସଙ୍କ ସୃଷ୍ଟି ଉପରେ ଆଲୋଚନା କରାଯାଇଥିଲା। କଣ୍ଠଶିଳ୍ପୀ ଡ. ଆଶୁତୋଷ ମିଶ୍ର ସ୍ବର୍ଗତ ପ୍ରତିଭାଙ୍କ କାଳଜୟୀ ଗଜଲ୍ ଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶେଖ୍ ଅବଦୁଲ୍ ଖାଲିକ୍ ଓ ଗୋପୀନାଥ ସେଠୀ ସ୍ବର୍ଗତ ପଙ୍କଜ ଉଦାସଙ୍କ ଗଜଲ୍ ଗାନ କରି ପରିବେଶକୁ ଗାମ୍ଭିର୍ଜମୟ କରିଥିଲେ। ସ୍ବର୍ଗତ ଆତ୍ମାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲେଖା ଯାଇଥିବା…
Read MoreCategory: ଅନ୍ୟାନ୍ୟ
ମାର୍ଚ୍ଚ ୧ରୁ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳା, ନାଟ୍ୟଗୁରୁ ଏବଂ ଚିତ୍ରାଳୟ ହେବେ ସମ୍ବର୍ଦ୍ଧିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା କାଲି ଅର୍ଥାତ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳାରେ ଦଶପଲ୍ଲା ଅଞ୍ଚଳର ବରିଷ୍ଠ ରାମଲୀଳା ନାଟ୍ୟଗୁରୁ ମଦନ ମୋହନ ସିଠ ଏବଂ ଇଟାମାଟି ମା’ ଚିତ୍ରାଳୟର ସତ୍ଵାଧିକାରୀ ପୀତବାସ ମାନସିଂହଙ୍କୁ ନାଟ୍ୟମେଳାର ଅନ୍ତିମ ଦିବସରେ ବିଶିଷ୍ଟ ଅପେରା ଗୁରୁ ଜନାର୍ଦ୍ଦନ ମିଶ୍ର ନାଟ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ ବୋଲି ନାଟ୍ୟଧାରା ପକ୍ଷରୁ ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧ ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ ‘ନାଟ୍ୟଧାରା’ ନୟାଗଡ଼ ପକ୍ଷରୁ ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ଡ ବିଜୟ ଚୌଧୁରୀଙ୍କ…
Read Moreଆରକ୍ଷୀ ପ୍ରଶିକ୍ଷଣର ଦୀକ୍ଷାନ୍ତ ସମାରୋହ, ୪୪୬ ପୁଲିସ କନେଷ୍ଟବଳ ପାସ୍ ଆଉଟ୍
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପୁଲିସ ପ୍ରଶିକ୍ଷଣ ବିଦ୍ୟାଳୟରେ ୫୪ତମ ଆରକ୍ଷୀ ପ୍ରଶିକ୍ଷଣ ପାସିଂ ଆଉଟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ୍ ଏକାଡେମୀର ଆରକ୍ଷୀ ମହାନିର୍ଦ୍ଦେଶକ ସାଇନି ଏସ୍ ଯୋଗଦେଇ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଏସପି ରାହୁଲ୍ ଜୈନ, ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଭବେଶ କୁମାର ନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ । ୨୦୨୩ ମସିହା ମଇ ମାସରେ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୪୫୦ ଜଣ ନବ ନିଯୁକ୍ତ କନେଷ୍ଟବଲ୍ ଟ୍ରେନିଙ୍ଗ ପାଇଁ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ୪୪୬ ଜଣ ଟ୍ରେନିଙ୍ଗ ଶେଷ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ତାଲିମ ସମୟରେ ନୂତନ ସିଲାବସ୍ ଅନୁଯାୟୀ ଅସ୍ତ୍ରଶସ୍ତ୍ର ଚାଳନା, ଶାରିରୀକ ଶିକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଲାଠିଚାଳନା,…
Read Moreନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ହରପ୍ରସାଦ ମହାପାତ୍ର ମା ସାରଦାଙ୍କ ନିକଟରେ ଦୀପପ୍ରଜ୍ଜ୍ଵଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋପୀନାଥ ସାହୁ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରହହ୍ଲାଦ ଶାନ୍ତ ଅତିଥିଭାବେ ଯୋଗଦାନ ଦେଇଥିଲେ । ଶ୍ରୀ ମହାପାତ୍ରଙ୍କ ମହୋଦୟ ଭାରତର ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ ଜୀବନୀ ବିଜ୍ଞାନ ସାଧନା, ଉଦ୍ଭାବନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବବୋଧ କରାଇଥିଲେ। ବିଜ୍ଞାନର ବିଭିନ୍ନ ବିଭାଗ, ଋଗ୍ ବେଦରେ ବର୍ଣ୍ଣିତ ବେଦର ବାର୍ତ୍ତା, ବିଜ୍ଞାନର ଦୈନଦିନ ଜୀବନରେ ପ୍ରୟୋଗିକ ସ୍ୱରୂପ ବିଷୟରେ ବିଶଦ ବ୍ୟାଖ୍ୟା କରିଥିଲେ। ଛାତ୍ରଛାତ୍ରୀଙ୍କ ଦୈନଦିନ…
Read Moreଲୋକାର୍ପିତ ହେଲା ନୟାଗଡ଼ ବ୍ଲକର ଅତ୍ୟାଧୁନିକ ସମ୍ମିଳନୀ କକ୍ଷ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ସହରର ଥିବା ସମସ୍ତ କାର୍ଯ୍ୟାଳୟର ଗେଟ ଗୁଡ଼ିକୁ ସରସ ସୁନ୍ଦର ଭାବେ ନିର୍ମାଣ କରାଯାଉଛି । ଆଉ କିଛି ଦିନ ପରେ ଏହା ନୂଆ ରୂପରେଖ ନେବ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କଠିନ ପରିଶ୍ରମ ଲାଗି ଏହି ସଵୁ କାର୍ଯ୍ୟ ସମ୍ଭବ ହୋଇପାରୁଛି । ବିଗତ ଦିନରେ ଥିବା ନୟାଗଡ଼ର ସହର ଓ ଆଜିର ସହର ଭିତରେ ଅନେକ ଫରକ ଦେଖିବାକୁ ମିଳିଛି । ଏଭଳି ବିକାଶ ଧାରାରେ ସାମିଲ ହୋଇଛି ନୟାଗଡ଼ ବ୍ଲକରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସମ୍ମିଳନୀ କକ୍ଷ । ଅତ୍ୟାଧୁନିକ ନିର୍ମାଣ ଶୈଳୀରେ ଏହି ସମ୍ମିଳନୀ କକ୍ଷକୁ ନିର୍ମାଣ କରାଯାଇଛି ।ଏଥି ନିମନ୍ତେ ଦେଢ଼ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି…
Read Moreନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଥମ ସାହିତ୍ୟ ସଭା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପ୍ରାୟ ଦେଢ଼କୋଟି ବ୍ୟୟ ବରାଦରେ ନିର୍ମିତ ଏହି ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଆଜି ନୟାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ସହିତ୍ୟନୁଷ୍ଠାନ ମାନଙ୍କୁ ନେଇ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଲୀଳ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ପ୍ରଧାନ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ଡ. ସୁକାନ୍ତି ମହାନ୍ତି, ଅନୁବାଦକ ଶରତ ଆଚାର୍ଯ୍ୟ, କବି…
Read Moreଆଶ୍ରୟ ସେବା ସଂସ୍କୃତି ଉତ୍ସବ-୨୦୨୪” ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମରେ ଥିବା ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସାହାରା “ଆଶ୍ରୟ”ର ଦିବ୍ୟାଙ୍ଗ ସେବାଶ୍ରମ ପରିସରରେ ପ୍ରତିବର୍ଷ ଭଳି ଆଜି “ଆଶ୍ରୟର ସେବା ସଂସ୍କୃତି ଉତ୍ସବ- ୨୦୨୪” ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଶ୍ରୟ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ତଥା ସାମାଜସେଵୀ ଲୋକନାଥ ଦାଶ ସଭାପତିତ୍ୱ କରିଥିଲାବେଳେ ଅତିଥି ଭାବେ ପୂର୍ବତନ ମହିଳା କମିଶନର, ଓଡିଶା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି, ବରିଷ୍ଠ କୈବୟତ୍ରୀ ବସରିନ ବିବି, ଖ୍ୟାତନାମା ସାହିତ୍ୟିକ ଓ ଗବେଷକ ତଥା ଆଶ୍ରୟର ଦିଗଦ୍ରଷ୍ଟା ଦାଶ ବେନହୁର, ନାଟ୍ୟଭୂଷଣ ଡ. ବିଜୟ ଚୌଧୁରୀ, ଶରଣକୂଳ ମହାବିଦ୍ୟାଳୟ ଅଧକ୍ଷ ବସନ୍ତ କୁମାର ରଥ, ଅବସରପ୍ରାପ୍ତ ଶିକ୍ଷକ ତଥା କବି ବ୍ରଜବନ୍ଧୁ ମହାପାତ୍ର ଯୋଗଦେଇ ଥିଲେ। ଅତିଥି ମାନେ ଦିବ୍ୟାଙ୍ଗ, ଅସହାୟ, ବୃଦ୍ଧବୃଦ୍ଧା ଏବଂ ମାନସିକ ବିକାରଗ୍ରସ୍ତ…
Read Moreଦଶପଲ୍ଲାର ମହାବୀର ବଣିକ ମହାସଂଘର ବାର୍ଷିକ ଉତ୍ସବ, ୨୭ତାରିଖରେ ୧୦ ଘଣ୍ଟିଆ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ୍ ରହିବ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲାର ୧୪ଗୋଟି ବଜାରକୁ ନେଇ ଗଠିତ ମହାବୀର ବଣିକ ମହାସଂଘର ୧୩ତମ ବାର୍ଷିକ ସାରସ୍ୱତ ଉତ୍ସବ ଆସନ୍ତା ୨୭ତାରିଖ, ମଙ୍ଗଳବାର ଦିନ ପାଳନ ହେବାକୁ ଯାଉଛି। ଉକ୍ତଦିନ ସକାଳୁ ଦିନ ୩ଘଣ୍ଟା ପର୍ଯ୍ୟନ୍ତ ଦଶପଲ୍ଲାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ଦୋକାନ ବଜାର ୧୦ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ ବନ୍ଦ୍ ରହିବ। ସକାଳ ୮ ଘଣ୍ଟା ସମୟ ରେ ଦଶପଲ୍ଲାର ବିଶ୍ୱକର୍ମା ବଜାର ଠାରୁ ବିଶାଲ ବାଇକ୍ ଶୋଭାଯାତ୍ରା ବାହାରି ସମସ୍ତ ବଜାର ପରିକ୍ରମା ପରେ ଆରାଧ୍ୟ ଦେବ ଶ୍ରୀ ରଘୁନାଥ ଓ ଶ୍ରୀ ମହାବୀରଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇ ମହାସଂଘ ଠାରେ ଆୟୋଜିତ ସମାବେଶ ସ୍ଥଳକୁ ପଟୁଆର ପ୍ରତ୍ୟାବର୍ତ୍ତନ କରିବ। ଶୋଭାଯାତ୍ରା ଯିବା ବେବେ ପୂର୍ବ ପରମ୍ପରା ଅନୁଯାୟୀ ରାସ୍ତା ପାର୍ଶ୍ବରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଡାକ୍ତରଖାନାରେ ଥିବା ଦୁସ୍ଥ…
Read Moreମାର୍ଚ୍ଚ ୩ରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ନେଇ ନୟାଗଡ଼ରେ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ନୟାଗଡ଼ର ଲେଖକଙ୍କ ଭିତରେ ସହଭାବ (fellow feelings) ବୃଦ୍ଧି କରିବା ସହ ଆଞ୍ଚଳିକ ସାହିତ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ୨୦୨୧ ମସିହାଠାରୁ ଏ ଉତ୍ସବ ଆୟୋଜିତ ହୋଇଆସୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥର ଜିଲ୍ଲାର…
Read Moreଯକ୍ଷ୍ମା ମୁକ୍ତ ପଞ୍ଚାୟତ ସଚେତନତା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପଞ୍ଚାୟତ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟିବି ମୁକ୍ତ ପଞ୍ଚାୟତ ସଂପର୍କରେ ସମସ୍ତ ପଞ୍ଚାୟତ ବିଭାଗ କର୍ମକର୍ତାଙ୍କୁ ନେଇ ଜିଲ୍ଲାପରିଷଦର ସୃଜନ ଗୃହରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ରାଜ୍ୟ ଯକ୍ଷ୍ମା ବିଭାଗ ଯୁଗ୍ମ ନିର୍ଦେଶକ ଅର୍ଘ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଯକ୍ଷ୍ମା ରୋଗର ଚିକିତ୍ସା ଓ ନିରାକରଣ ଯକ୍ଷ୍ମାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ପଞ୍ଚାୟତ ସ୍ତରରେ ସଚେତନତା କରାଯିବା ପାଇଁ ଆଲୋଚନା ହୋଇଥିଲା।ଅତିରିକ୍ତ…
Read More