ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି । ଚଳିତ ଅପ୍ରେଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
Read MoreCategory: ଅନ୍ୟାନ୍ୟ
ରଣପୁର ରାଜନୀତିରେ ନୂଆ ମୋଡ଼, ଚିନ୍ତାରେ ବାଦଲ !!
ନୟାଗଡ଼,(ନୟାଗଡ଼ ଦର୍ପଣ): ରଣପୁର ରାଜନୀତିରେ ନୂଆ ମୋଡ଼। ରଣପୁର ମୈଦାନକୁ ଆସିଲେ ସୁରମା ପାଢ଼ୀ। ଟେନସନରେ ବିଜେଡ଼ି ବିଧାୟକ ବାଦଲ। ବିଜେପି ନିଷ୍ପତି ପରିବର୍ତ୍ତନ କରି ତାପସଙ୍କୁ ବଦଳାଇ ଏବେ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି। ସୁରମା ଟିକେଟ ପାଇବା ପରେ ଏବେ ବିଜେଡ଼ି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଛାତିରେ ଛନକା ପଶିଛି। ଖୁବ କମ ଭୋଟରେ ସୁରମାଙ୍କ ଠାରୁ ଜିତିଥିଲେ ବାଦଲ। ତେଣୁ ଏହି ନିର୍ବାଚନକୁ ନେଇ ହାରୁ ହାରୁ ଜିତିଥିବା ବାଦଲ ଏବେ କୁଆଡେ ଚିନ୍ତାରେ ଥିବା ନେଇ ଆଲୋଚନା ହେଉଛି। କାରଣ ବାଦଲଙ୍କ ବିଜୟ ଆଉ ସହଜ ନୁହେଁ। ସୁରମାଙ୍କ ଜବରଦସ୍ତ ଏଣ୍ଟ୍ରି ପରେ ରଣପୁରରେ ଏବେ ଖୁସିର ଲହରୀ। ମାତ୍ର ପାଖାପାଖି ୪ହଜାର ଭୋଟରେ ଜିତି ବିଧାୟକ ହେବାରେ ସକ୍ଷମ ହୋଇଥିଲେ ବାଦଲ। ବ୍ଲକ ଚେୟାରମ୍ୟାନ ଦଖଲ ପରେ ଏବେ ବିଧାୟିକା…
Read More୧୦ଟି ଗାଁରେ ଦ୍ୱାର ଦ୍ୱାର ବୁଲି ପ୍ରଚାରକୁ ଯୋରଦାର କଲେ ଅରୁଣ, ବହୁ ମହିଳା ସାମିଲ
ନୟାଗଡ଼, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ ଡ. ଅରୁଣ କୁମାର ସାହୁଙ୍କ ନାମ ଘୋଷଣା ପରେ ବିଜେଡି ଏବେ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ଲଗାତର ଭାବେ ବିରୋଧୀ ଗୋଷ୍ଠିର ବହୁ ଛାତ୍ର, ଯୁବ ଓ ମହିଳା ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଏଥି ସହିତ ଡ. ସାହୁ ଓଡ଼ଗାଁ ବ୍ଲକରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଆଜି ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତର ୧୦ ଗୋଟି ଗ୍ରାମରେ ଖରା ତାତି ମଧ୍ୟରେ ପ୍ରଚାର କାର୍ଯ୍ୟକୁ ଯୋର କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କ ନିକଟତର ହୋଇଛନ୍ତି । ଆଜି ଭାଟସାହି ପଞ୍ଚାୟତର ଶିଆଳିଖାଲ, ଗୋପାଳ ସାହି, କଲ୍ୟାଣପୁର, ବାରପଲ୍ଲା, ପଣ୍ଡୁସର ସାହି, ଶୁଳିଆ, ଡିଆଁପଡ଼ା, ପଥରକଟା, ଅସନପଲ୍ଲୀ ଓ ବିରାଡ଼ି…
Read Moreପ୍ରମୁଖ ବିରୋଧୀ ଦଳର ୨୫ଯୁବକ ବିଜେଡିରେ ହେଲେ ସାମିଲ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାକୁ ଲାଗୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ବିରୋଧୀ ଦଳର ବହୁ ଛାତ୍ର ଓ ଯୁବ ବିଜେଡିରେ ଯୋଗ ଦେଉଛନ୍ତି । ଗତ କିଛି ଦିନ ଧରି ଏଭଳି ଘଟଣା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହେବା ସହ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରାରେ ବହୁ ବିରୋଧୀ ଗୋଷ୍ଠି ବିଜେଡିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲାଠିପଡ଼ା ଗ୍ରାମ ପଞ୍ଚାୟତର ବିରୋଧୀ ଦଳର ୨୫ ଯୁବକ ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହି…
Read Moreନୂଆଗାଁ କ୍ରିକେଟ ପ୍ରିମିୟର ଲିଗ୍ ୨୦୨୪ ଉଦଘାଟିତ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୂଆଗାଁ ଫ୍ରେଣ୍ଡସ କ୍ଲବ ଆନୁକୂଲ୍ୟରେ ନୂଆଗାଁ କ୍ରିକେଟ ପ୍ରିମିୟରଲିଗ୍ ର ଉଦଘାଟିତ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ଆତ୍ମାଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଶିବଦତ୍ତ ପାତ୍ର, ସମ୍ପାଦକ ହୃଦୟାନନ୍ଦ ସାସମଲ୍, ପଞ୍ଚାୟତ ସଭାପତି ପ୍ରକାଶ କୁମାର ନାୟକ, ପୂର୍ବତନ ସରପଞ୍ଚ କୋରଡ଼ା ଗୋଲଖ ଗୋଛାୟତ, ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦଘାଟନୀ ମ୍ୟାଚରେ…
Read Moreଟିକେଟ ଦେଇ ଟିକେଟ କାଟୁଛି ବିଜେପି
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ଦଳ ପ୍ରଥମେ ଟିକେଟ ଦେଇଥିବା ବେଳେ ସୁରମା ପାଢ଼ୀ ସମର୍ଥକଙ୍କ ଜୋରଦାର ବିରୋଧ ପରେ ଶ୍ରୀଯୁକ୍ତ ମାର୍ଥାଙ୍କ ଟିକେଟ କାଟି ସୁରମା ପାଢ଼ୀକୁ ଦଳ ଦେଇଛି ଟିକେଟ। ବର୍ତମାନ ପରିସ୍ଥିତିରେ ତାପସ କରିବେ କଣ? ବିଜେପି ଟିକେଟ ହାତେଇବା ପରେ ନିଜ ଧର୍ମପତ୍ନୀ ତଥା ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରାଙ୍କୁ ସଙ୍ଗରେ ନେଇ ତାପସ ଗାଁ କୁ ଗାଁ ବୁଲି କ୍ଷେତ୍ର ପ୍ରସ୍ତୁତ କରିଥିବାବେଳେ ଏବେ କରିବେ କଣ? ଟିକେଟ ପାଇ ଟିକେଟ ହରେଇଥିବା ତାପସ ସୁରାମଙ୍କୁ ସମର୍ଥନ କରିବେ କି ଦଳ ଛାଡି ନିଜ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ତାହା ଦେଖିବାକୁ ବାକି ରହିଲା।
Read Moreକଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ବନ୍ଧା ହେଲେ ତିନି ଡକାୟତ
ନୟାଗଡ଼,(ନୟାଗଡ଼ ଦର୍ପଣ): କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ଗହଣା ଏବଂ ପୋଲିସ ହାତରେ ଧାରାପଡ଼ି ଜେଲ ଗଲେ ତିନି ଡକାୟତ। ନୟାଗଡ଼ ଟାଉନ୍ ଥାନା ପୁଲିସ ଆଜି ଏହି ତିନି ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହିତ ଲୁଟ ହୋଇଥିବା ସାମଗ୍ରୀକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ସୁଚନାନୁସାରେ ଇଟାମାଟି ଥାନା ଭୁତଡି ଗ୍ରାମର ଶରତ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନୂଆଗାଁ ଥୁଆବାରି ଗ୍ରାମକୁ ବାଇକ ସାହାଯ୍ୟରେ ଯାଉଥିଲେ । ଅପରାହ୍ନ ସମୟରେ କଳା ପଲ୍ସସରରେ ଆସି ୩ଜଣ ଲୁଟେରା ତୁଳସୀପୁର ଠାରେ ପଛପଟୁ ଆସି ଝାମ୍ପି ନେଇଥିଲେ। ପତିପତ୍ନୀ ଉଭୟ ତଳେ ପଡିଯାଇଥିବା ବେଳେ ତାଙ୍କ ଠାରୁ ଏକ ଭ୍ୟାନିଟ୍ ବ୍ୟାଗ୍, ଏକ ମୋବାଇଲ, ଭ୍ୟାନିଟ୍ରେ ଥିବା ୧୦ହଜାର…
Read Moreଧାଡ଼ିକିଆ ଖବର, ଆଜି ତାରିଖ -୧୩. ୦୪.୨୪ (ଶନିବାର)
⭕ରାମଲାଲାଙ୍କ ଲଲାଟରେ ଝଲସିଲା ସୂର୍ଯ୍ୟ ତିଳକ, ପ୍ରଭୁଙ୍କ ଜନ୍ମଦିନ ରାମନବମୀରେ ଶ୍ରୀରାମଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ପ୍ରକାଶ ପୂର୍ବରୁ ସଫଳ ହେଲା ପରୀକ୍ଷଣ । ⭕‘ଇସ୍ରାଏଲ ଓ ଇରାନ ଯାତ୍ରାଠୁ ଦୂରେଇ ରୁହନ୍ତୁ ଭାରତୀୟ’, ମିଡିଷ୍ଟ ଇଷ୍ଟରେ ଉତ୍ତେଜନାକୁ ନେଇ କେନ୍ଦ୍ରର ଆଡଭାଇଜରୀ । ⭕ଟିକେଟ ବିକ୍ରି-କୋଟିଏ ଟଙ୍କାର ଅଫର୍, ଶଙ୍ଖଦଳର ପୋଲ ଖୋଲିଦେଲେ କୁଲେସିକା । ⭕ବଜାରରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡ଼ରର ଗୁଣବତ୍ତା ଉକୃଷ୍ଟମାନର ନୁହେଁ, ପ୍ରୋଟିନ ପାଉଡରରେ ଆଉ ନାହିଁ ପ୍ରୋଟିନ, ଗବେଷଣାରେ ହେଲା ଖୁଲାସା । ⭕ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୟାସରେ ହେଲା କୃଷକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, କୃଷକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କଲେ ଚର୍ଚ୍ଚିତ ଡାକ୍ତର ଶଂକର ରାମଚନ୍ଦାନୀ । ⭕ବିଭିନ୍ନ ସମସ୍ୟା ଭିତରେ କପ୍ତିପଦା ଶାଳଚୂଆ ଆମ୍ବଡୁବା ଗାଁ: ଗମନା ଗମନ ପାଇଁଁ ନାହିଁ ରାସ୍ତା, ବିପର୍ଯ୍ୟସ୍ତ ଶିକ୍ଷା…
Read Moreନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମୈତ୍ରୀ ଯୁବ ସଂସଦ, ନୟାଗଡ଼ ତରଫରୁ ନୟାଗଡ଼ ମାଟିର ସନ୍ତାନ ତଥା ନୟାଗଡ଼ର ଗର୍ବ ଓ ଗୌରବ ବିଶିଷ୍ଟ ନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ସମାଜସେବୀ ଦାମୋଦର ସାହୁ, ପରମ୍ପରା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ତଥା ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ନାତି ନୀର୍ମଳଚନ୍ଦ୍ର ଶୂରଦେଓ, ସମାଜସେବୀ ଅନାଦି ଚରଣ ମହାନ୍ତି, ଅବସରପ୍ରାପ୍ତ ତହସିଲଦାର ସୁବଳ ଚରଣ ବେହେରା, ସାହିତ୍ୟିକ ଗୋପିନାଥ ସେଠୀ, ମୈତ୍ରୀ ଯୁବ ସଂସଦ, ନୟାଗଡ଼ର ସଂପାଦକ ପ୍ରଦୀପ କୁମାର ସାହୁ ଯୋଗଦେଇ ନାଟ୍ଯରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ଆଜି ସକାଳ…
Read More୬୧ ବୋତଲ କଫ ସିରଫ୍ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ
ପୁରୀ,(ନୟାଗଡ଼ ଦର୍ପଣ): ପୁରୀ ଶ୍ରୀମନ୍ଦିର ଉତ୍ତରଦ୍ଵାର ବଣୁଆ ଗଳିରେ ବେଆଇନ୍ ଭାବେ କୋରେକ୍ସ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରି ୫୦ ବର୍ଷିୟ ରାଜକିଶୋର ପୃଷ୍ଟିଙ୍କୁ ଗିରଫ କରିଥିଲା। ଏନେଇ ଟାଉନ ଥାନାରେ ୧୩୩/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନିକଟରୁ ୬୧ଟି ବୋତଲ କଫ ସିରଫ ସହ ନଗଦ ୪୨୦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Read More