ବିଭିନ୍ନ ସଙ୍ଘଠନ ପକ୍ଷରୁ ଇଟାମାଟିରେ ରକ୍ତଦାନ ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ): ଅଲଟ୍ରାଟେକ ସିମେଣ୍ଟ, ମାରୁଆଡ଼ି ମହିଳା ସମିତି ଇଟାମାଟି, ମାରୁଆଡି ସମାଜ ଇଟାମାଟି ଓ ରାଜକିଶୋର ରାଧାମଣି ସ୍ମୃତି ସଂସଦ, ଇଟାମାଟି ମିଳିତ ଉଦ୍ୟମରେ ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ଡ଼. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ। ପୁଷ୍ପା ଦେବୀ ଅଗ୍ରୱାଲ ଓ ଅଲଟ୍ରାଟେକ ସିମେଣ୍ଟର ମୁଖ୍ୟ ସୀତାରାମ ସାର ଯୋଗଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, କିଶୋର ନାୟକ, ଉମେଶ ଚନ୍ଦ୍ର ସାହୁ, ପ୍ରଦୀନ ସାହୁ,ବିଶ୍ୱନାଥ ମହାପାତ୍ର, ଭାଗିରଥି ବାଇ, ମିଶନ ଶକ୍ତିର ମା’ମାନେ ଓ ଶ୍ରୀ ଗଣେଷ ଯାତ୍ରା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶିବିରର ମୁଖ୍ୟ ଉଦ୍ୟକ୍ତା କ୍ରିଷ୍ଣା କୁମାର ଅଗ୍ରୱାଲ, ସୁନିତା ଅଗ୍ରୱାଲ ସମସ୍ତ ଅତିଥି ଓ ନୟାଗଡ ରକ୍ତ ଭଣ୍ଡରର ସମସ୍ତ ସଦସ୍ୟ ଓ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଶିବିରରେ ୨୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Related posts