ଆନ୍ତର୍ଜାତିୟ ମାନବାଧିକାର ରକ୍ଷକ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼, (ନୟାଗଡ଼ ଦର୍ପଣ): ଅନ୍ତାର୍ଜାତିୟ ମାନବାଧିକାର ରକ୍ଷକର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। । ଏଥିରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ନୟାଗଡ଼ ଜିଲ୍ଲା ସଭାପତି ତଥା ଲଡ଼ୁବାବାଙ୍କ ବରିଷ୍ଠ ପୂଜକ ଭଗବାନ ମହାପାତ୍ର, ପ୍ରମୋଦ କୁମାର ନନ୍ଦ ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ, ଅବିନାଶ ସାମନ୍ତରାୟ, ପ୍ରଶାସନିକ ସଚିବ ଭାରତୀୟ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀ, ଶ୍ମାନସ ଗୋଛାୟତ ଜିଲ୍ଲା ଯୁବ ସମ୍ପାଦକ ନୟାଗଡ଼, ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ, ନୟାଗଡ଼ ଜିଲ୍ଲାରେ ଅନାଥ ଓ ବୃଦ୍ଧମାନଙ୍କ ପାଇଁ ଅନେକ ପ୍ରକଳ୍ପ ସ୍ଥାପନା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି। ଜିଲ୍ଲାର ବୁଦ୍ଧିଯିବି ମହଲରେ ଏହି ମହତ୍ୱ କାର୍ଯ୍ୟକୁ ପ୍ରସଂଶା କରାଯାଇଛି।

Related posts