ଆଦର୍ଶ ଆଚରଣ ବିଧି ଉଲଂଘନ କରି ନିଲମ୍ବିତ ହେଲେ ଅଧ୍ୟାପକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଗତକାଲି ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ କରିଥିବାରୁ ଅଧ୍ୟାପକ ନିଲମ୍ବିତ । ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସର୍ବଶ୍ବର ମହାରଣାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ଵଧା ଦେବ ସିଂ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସୂଚନା ଅନୁଯାଇ ଶ୍ରୀ ମହାରଣା ଭାପୁରରେ ବିଜୁ ଜନତା ଦଳର ରାଜନୈତିକ ପ୍ରଚାର ରାଲିରେ ଯୋଗ ଦେଇଥିଲେ । ଯାହା ବିଭିନ୍ନ ସମ୍ବାଦ ପତ୍ର ଏବଂ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ଏହା ଉପରେ ତଦନ୍ତ କରାଯିବା ପରେ ଖବରଟି ସତ୍ୟ ବୋଲି ଜଣାପଡ଼ିଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ସିଂଙ୍କ ଏପରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଅନ୍ୟ ସରକାରୀ କର୍ମଚାରୀମାନେ ଏପରି ରାଜନୈତିକକାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଏ ବିଷୟରେ ଶହେଥର…

Read More

ଆସନ୍ତାକାଲି ଆସିବେ ନବୀନ, ନୟାଗଡ଼ ଷ୍ଟାଡିୟମ ପଡ଼ିଆରେ ପ୍ରଚାର ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉଦ୍ଦେଶ୍ୟରେ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ । ଆସନ୍ତାକାଲି ଅର୍ଥାତ ୨୨ତାରିଖରେ ଷ୍ଟାଡିୟମ ପଡ଼ିଆଠାରେ ଅନୁଷ୍ଠିତ ସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟାର ପ୍ରଚାରକ ଭି. କେ ପାଣ୍ଡିଆନ୍ ଯୋଗ ଦେବାର ସୂଚନା ମିଳିଛି । ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ୨୩ ତାରିଖରେ ନିର୍ବାଚନ ପ୍ରଚାର ଶେଷ ହେବାକୁ ଥିବା ବେଳେ ୨୨ ତାରିଖ ନୟାଗଡ଼ରେ ଅନୁଷ୍ଠିତ ବିଶାଳ ଜନସମାବେଶ ବେଶ ଗୁରୁତ୍ୱ ବହନ କରୁଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅଭୂତ ପୂର୍ବ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ଅନେକ ଜନହିତକର ଯୋଜନାର ଉପକାର…

Read More

ସିବିଏସ୍ଇ ପରୀକ୍ଷାରେ ୯୮% ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ଗୋପାଗ୍ନୀ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ସେହି ପରୀକ୍ଷାରେ ନୟାଗଡ଼ ଜିଲ୍ଲାସ୍ଥିତ ଗୋଠବଣ ଗ୍ରାମର ଗୋପବନ୍ଧୁ ଷଡ଼ଙ୍ଗୀ ଓ ପୁଷ୍ପଶ୍ରୀ ଷଡ଼ଙ୍ଗୀଙ୍କ ଜ୍ୟେଷ୍ଠ କନ୍ୟା ଗୋପାଗ୍ନୀ ଷଡ଼ଙ୍ଗୀ ୯୮% ମାର୍କ ରଖି ଉତ୍ତୀର୍ଣ୍ଣ ହେବାସହ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଭବିଷ୍ୟତରେ ସେ ଜଣେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ସଫଳତା ପଛରେ ସେ ବଡ଼ମାନଙ୍କ ଆଶୀର୍ବାଦ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପଥ ପ୍ରଦର୍ଶନ ସହ ନିଜର କଠିନ ପରିଶ୍ରମର ହାତ ରହିଛି ବୋଲି କହିଛନ୍ତି।

Read More

ନବୀନ ଆସିବେ ନୟାଗଡ଼, ବିଜେଡ଼ିର ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ନିମନ୍ତେ ସବୁ ମହଲରେ ଉତ୍ସାହ ଦେଖାଯାଇଛି । ଆସନ୍ତା ୨୨ ତାରିଖ ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଗସ୍ତ କରିବେ । ନୟାଗଡ଼ ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଛାତ୍ର, ଯୁବ, ମହିଳା, ବିଜୁ ଶ୍ରମିକ ସାମୁଖ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଯିବୀ, ସମାଜସେବୀ ଓ ସମସ୍ତ ବର୍ଗର ନେତୃମଣ୍ଡଳୀଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପ୍ରଥମେ ସମସ୍ତ…

Read More

ନୟାଗଡ଼ ଟାଉନ ପୋଲିସ ଦ୍ୱାରା ଦୁଇ ଗଞ୍ଜେଇ ବେପାରୀ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗଞ୍ଜେଇ ବେପାର କରୁଥିବା ଦୁଇ ଭାଇଙ୍କୁ ଗିରଫ କଲା ନୟାଗଡ଼ ଟାଉନ ଥାନା ପୁଲିସ। ନୟାଗଡ଼ ଟାଉନ ଥାନାଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଏକ ବିଶେଷ ସୁତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ନୟାଗଡ଼ ଟାଉନ ଥାନା ସବ୍‌ ଇନିସ୍ପେକ୍ଟର ସିମାଞ୍ଚଳ ନାୟକଙ୍କ ସମେତ ଟାଉନଥାନାର କର୍ମଚାରୀମାନେ ଦୁର୍ଗାପ୍ରସାଦ ଛକଠାରେ ଛକି କରି ରହିଥିଲେ। ଦୁର୍ଗାପ୍ରସାଦ ଗ୍ରାମର ଶିବରାମ ପ୍ରଧାନଙ୍କ ପୁଅ ବିଜୟ କୁମାର ପ୍ରଧାନ ଓ ଜିତୁ ପ୍ରଧାନ ଏକ ଆପାଚି ଗାଡିରେ ଗଞ୍ଜେଇ ଧରି ଆସୁଥ‌ିବା ଦେଖି ଟାଉନ ଥାନା ପୁଲିସ ଉଭୟଙ୍କୁ ମାଡ଼ି ବସିଥିଲେ । ତାଙ୍କ ଠାରୁ ୧୦କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ଲକ୍ଷ ୫ହଜାର ଟଙ୍କା ହେବ । ନୟାଗଡ଼ ଟାଉନ ଥାନାରେ ୧୬୯/୨୪ ରେ ମାମଲା ରୁଜ କରାଯାଇ…

Read More

ନୟାଗଡ଼ ଜିଲ୍ଲାର ଚାରି ନିର୍ବାଚନ ମଣ୍ଡଳୀର କିଏ କାହାର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ର ୬ଷ୍ଠ ପର୍ଯ୍ୟାୟ ନିମନ୍ତେ ଆଜି ନୟାଗଡ଼ ଜିଲ୍ଲାର ୧୧୯-ରଣପୁର, ୧୨୦-ଖଣ୍ଡପଡ଼ା ଓ ୧୨୨-ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ରପ୍ରତ୍ୟାହାର ତାରିଖ ଧାର୍ଯ୍ୟ କରାଯାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ୧୧୯- ରଣପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଯୋଗ୍ୟ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀମାନେ ହେଲେ- ୧) ସରୋଜ କୁମାର ନାୟକ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି), ୨) ସୁରମା ପାଢ଼ୀ (ଭାରତୀୟ ଜନତା ପାର୍ଟି), ୩) ସତ୍ୟନାରାୟଣ ପ୍ରଧାନ (ବିଜୁଜନତା ଦଳ), ୪) ବିଭୁପ୍ରସାଦ ମିଶ୍ର (ଭାରତୀୟ ଜାତୀୟ କଂଗ୍ରେସ), ୫) କୃଷ୍ଣଚନ୍ଦ୍ର ମହାପାତ୍ର (ସୋସାଲିଷ୍ଟ କମ୍ୟୁନିଷ୍ଟ ପାର୍ଟି), ୬) ସୁଧିର କୁମାର ଦାସ (ଆମ ଆଦ୍‌ ପାର୍ଟି), ୭) ହୁଲାସ ବାରିକ (ସ୍ୱାଧୀନ) ଓ ୮) ସନ୍ତୋଷ କୁମାର ସାହୁ (ସ୍ଵାଧୀନ)। ୧୨୦-ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ବନ୍ଦୀ ପ୍ରାର୍ଥୀମାନେ ହେଲେ ୧) ବୈଜୟନ୍ତିମାଳା…

Read More

ତୈଳଦର, ଗ୍ୟାସକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ଅରୁଣ

ନୟାଗଡ଼ : ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ନୟାଗଡ଼ ବିଧାୟକ ମଞ୍ଚ ଉପରୁ ସିଧା ସଳଖ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ପ୍ରେଟୋଲ ଓ ଡିଜେଲ୍ ଦରବୃଦ୍ଧି, ଉଜ୍ୱଳା ଗ୍ୟାସ ଯୋଜନା, ଦରଦାମ ବୃଦ୍ଧିକୁ ନେଇ ବିଜେପିର ଅସଲ ମୁଖା ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କରନ୍ତି ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଡ. ସାହୁ। ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଯୋଡ଼ି ଶଙ୍ଖରେ ମତଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ମିଛ କହୁଥିବା ଲୋକଙ୍କୁ ବିଶ୍ୱାସକୁ ନିଅନ୍ତୁ ନାହିଁ ବୋଲି କହିଛନ୍ତି । ଅପରାହ୍ନରେ ନୟାଗଡ଼ ବ୍ଲକର ନାଟୁଗାଁ, ଚମ୍ପତ୍ତିପୁର, ଗଦାଧରପ୍ରସାଦ, ଶରଧାପୁର,…

Read More

ବିଜେଡିର ବିରାଟ ମିଶ୍ରଣ ପର୍ବ, ଦୁଇ ହଜାରରୁ ଉର୍ଦ୍ଧ୍ୱ ବିରୋଧୀ ନେତା ବିଜେଡିରେ ସାମିଲ

ଦିଗହରା ହେଲାଣି ବିରୋଧୀ, ପୁଣି ୭୪ ନେତା ବିଜେଡିରେ ସାମିଲ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ୨୦୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ସାରିଲେଣି ନେତା ମାନେ । ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ.…

Read More

ନୟାଗଡ଼ରେ ବିଜେଡିର ମିଶ୍ରଣ ପର୍ବ, ବିରୋଧୀ ହେଉଛି ଦୁର୍ବଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି। ଏଇ କିଛି ଦିନ ଭିତରେ ବିରୋଧୀ ଦଳର ୧୯୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି। ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ। ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ସାରିଲେଣି ନେତା ମାନେ। ଏହି ସମୟରେ ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି। ବିରୋଧୀ ଦଳର ବହୁ ପୁରୁଖା କର୍ମୀମାନେ ବିଜେଡିରେ ଯୋଗ ଦେଉଛନ୍ତି। ଯେଉଁଥିପାଇଁ ଚିନ୍ତାରେ ପଡିଛି ବିରୋଧୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା…

Read More

ନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀପତ୍ର ଯାଞ୍ଚ ଶେଷ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ୩ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ଦାଖଲ ଶେଷ ହୋଇ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନୟାଗଡ଼, ରଣପୁର ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୨୫ ତାରିଖରେ ମତଦାନ ହେବାକୁ ଥ‌ିବା ବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି । ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ଜଣ ପ୍ରାର୍ଥୀ ରହିଥ‌ିବା ବେଳେ ରଣପୁର ପାଇଁ ୯ଜଣ ପ୍ରାର୍ଥୀ, ଖଣ୍ଡପଡ଼ା ପାଇଁ ୧୦ ଜଣ ପ୍ରାର୍ଥୀ ରହିଥିଲେ । ଯାଞ୍ଚ ପରେ ନୟାଗଡ଼ ବିଧାନସଭା ଆସନରୁ ଜଣେ ଏବଂ ରଣପୁରରୁ ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଛି । ନୟାଗଡ଼ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଡ. ଅରୁଣ କୁମାର ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିରୁ ପ୍ରତ୍ୟୁଷା ରାଜେଶ୍ବରୀ…

Read More