ଉଦ୍ୟମ ସଫଳ, ଠାକୁରଙ୍କ ଅଳଙ୍କାର ଉପରେ ହେବ ସୁନା ଛାଉଣୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ ଲାଗି ଉଦ୍ୟମ ସଫଳ ହୋଇଛି । ଦୀର୍ଘ ଚାରିବର୍ଷ ଧରି ଠାକୁରଙ୍କ ସୁନାବେଶ ହୋଇପାରୁନଥିଲଲା । ଅଳଙ୍କାର ଉପରୁ ସୁନା ଲେପ ଛାଡିଯିବାରୁ ଉକ୍ତ ଅଳଙ୍କାର ଠାକୁର ଲାଗି ହେଉନଥିଲେ । ବାରମ୍ବାର ଦାବି ସତ୍ୱେ ଖର୍ଚ୍ଚ ଅଟକଳ ସାତଲକ୍ଷ ଟଙ୍କା ଦେବୋତ୍ତର ବିଭାଗ ଦେବାକୁ ଅକ୍ଷମ ଥ‌ିବାରୁ ଶ୍ରଦ୍ଧାଳୁଙ୍କ ମନରେ ଘୋର ଆଘାତ ଲାଗିଥିଲା । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ସାତଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ଯୋଗାଯୋଗ ପରେ ଶୁକ୍ରବାର ଅପରାହ୍ନରେ ବିଧାୟକ ଡ. ସାହୁ ଚାରି ଲକ୍ଷ ଟଙ୍କା ଦେବୋତ୍ତର ମ୍ୟାନେଜରଙ୍କୁ ପ୍ରଦାନ କରିଥିଲେ। ଅବଶିଷ୍ଟ ୩ଲକ୍ଷ ଟଙ୍କାରୁ ପ୍ରମୋଦ ପଟ୍ଟନାୟକ ଏକ ଲକ୍ଷ ଟଙ୍କା ଏବଂ ଦେବୋତ୍ତର ବିଭାଗ ଆଉ ଦୁଇ ଲକ୍ଷ ଟଙ୍କା ଦେବେ ବୋଲି ଉପ-ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ନିଷ୍ପତ୍ତି
ହେବା ପରେ ଉପ-ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ଅଳଙ୍କାର ଟ୍ରେଜେରୀରୁ ଅଣାଯାଇଥିଲା । ଉକ୍ତ ଅଳଙ୍କାର ଉପରେ ସୁନା ଛାଉଣି ପାଇଁ କଟକ କାରିଗରଙ୍କ ପାଖକୁ ନିଆଯିବ ବୋଲି ଜଣା ପଡିଛି। ଆଲୋଚନାରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଲୋକନାଥ ମିଶ୍ର, ରଜତ ପଟ୍ଟନାୟକ, କାଉନସିଲର ଲକ୍ଷ୍ମୀଧର ମହାପାତ୍ର, ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ, ସୁପରଭାଇଜର ସୁବାଷ ଚନ୍ଦ୍ର ବରାଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Related posts