ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଡ୍ରଗସ୍‌ର ଅପବ୍ୟବହାର
ଆମ ଦେଶରେ ପ୍ରାୟତଃ ଯୁବବର୍ଗରେ ବୃଦ୍ଧିପାଉଛି । ଏହା ନିଶ୍ଚିତ ଭାବରେ ଏକ ଚିନ୍ତାର ବିଷୟ । ଜୁନ ୨୬ତାରିଖ ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ନୟାଗଡ଼ ଏନଏସି ହାଇସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ଡ୍ରଗସ୍‌ର ଅପବ୍ୟବହାର ରୋକିବା ପାଇଁ ପୂର୍ଣରୂପେ ସହଯୋଗ କରିବା ଏବଂ କୌଣସି ବି କ୍ଷତିକାରକ ଡ୍ରଗସ୍ କଦାପି ସେବନ ନକରିବା ପାଇଁ ଶପଥ ନେଇଥିଲେ । ଏଥି ସହିତ ଡ୍ରଗସ୍ ର କୁପ୍ରଭାବ ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଯୁବପିଢି ବିପଥଗାମୀ ନହେବା ଏବଂ ତାଙ୍କର ସୃଜନଶୀଳତା ବୃଦ୍ଧି ପାଇବା ଏବଂ ସେମାନେ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ଏକ ସୁସ୍ଥ ନିରାମୟ ଜୀବନ ଅତିବାହିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ। ଏହି ଶପଥପାଠ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ,ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀ, ଜ୍ୟୋତିର୍ମୟୀ ରଥ, ସ୍ୱାଗତିକା ଦଳେଇ, ଲକ୍ଷ୍ମୀଧର ସାହୁ,କାଦମ୍ବିନୀ କରଣ, ଅନସୂୟା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡ୍ରଗ୍ସର କୁ ପ୍ରଭାବ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ।

Related posts