ନୟାଗଡ଼,(ନୟାଗଡ଼ ଦର୍ପଣ): ବଡ଼ ଦାଣ୍ଡ ଭାରି ଭିଡ଼ ଟିକେ ହାଉଲେ ଯିବୁ, ନରେନ୍ଦ୍ର ପୋଖରୀ ଚହଲି ପଡିବ ମାଇଲେ ଖପରା କାତି ସଙ୍ଗୀତରେ ଭାବମୟ ହୋଇ ପଡିଛନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁ। ନୟାଗଡ଼ରେ ବାହୁଡ଼ା ଯାତ୍ରା ଅବସରରେ ବଡ଼ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତ୍ତୀ ସୁନାବେଶରେ ରଥ ଉପରେ ଦର୍ଶନ ଦେବା ଅବସରରେ ଭଜନ ଅମୃତ ଧାରାରେ ଭିଜିଥିଲେ ଭକ୍ତବୃନ୍ଦ । ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭଜନ ସନ୍ଧ୍ୟାକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନାଟ୍ୟ ଭୁଷଣ ଡକ୍ଟର ବିଜୟ କୁମାର ଚୌଧୁରୀ ଏବଂ ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସ୍ଥାନୀୟ କଳାକାର ସଙ୍ଗୀତ ପ୍ରେମୀ ବୁଲୁ ମିଶ୍ରଙ୍କ ସଂଯୋଜନାରେ “ଅନୁଗୁଳସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା” ଦଳ ଭଜନ ପରିବେଷଣ କରିଥିଲେ। ସ୍ବନାମଧନ୍ୟ…
Read MoreCategory: ଅନ୍ୟାନ୍ୟ
ଗୁରୁକବି ଶ୍ରୀଯୁକ୍ତ ସୋମନାଥ ରାଜଗୁରୁଙ୍କୁ ସମର୍ପିତ ସୃଜନୀର ‘ସ୍ମୃତି ଶ୍ରଦ୍ଧାଞ୍ଜଳି’
ନୟାଗଡ଼, (ନୟାଗଡ଼ ଦର୍ପଣ): ସୃଜନୀ ପରିବାର (ଚେନ୍ନାଇ) ଦିବଂଗତ ଗୀତିକାର, ସ୍ୱର ସଂଯୋଜକ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁକବି ସୋମନାଥ ରାଜଗୁରୁଙ୍କ ୮୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସମର୍ପିତ “ସ୍ମୃତି ଶ୍ରଦ୍ଧାଞ୍ଜଳି” କାର୍ଯ୍ୟକ୍ରମ “ ଗୀତି ଭାରତୀ”ସହ ଭଜନ ସନ୍ଧ୍ୟା “ଶରଧାବାଲି” କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପ୍ରମୁଖ ବକ୍ତା ତଥା ଆଲୋଚକ ଭାବରେ ଜାତୀୟ ସଂସ୍କୃତ ମହାବିଦ୍ୟାଳୟ (ତିରୁପତି) ର ଉପ-ନିର୍ଦ୍ଦେଶକ ପ୍ରାଧ୍ୟାପକ ଡ଼ଃ ଭାରତ ଭୂଷଣ ରଥ ଏବଂ ସାହିତ୍ୟିକ ତଥା ଗବେଷକ ଶ୍ରୀଯୁକ୍ତ ଚନ୍ଦ୍ରବିଜୟୀ ମିଶ୍ର ଉପସ୍ଥିତ ରହି ପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତି , ପରମ୍ପରା ଓ ବାହୁଡା ଯାତ୍ରାର ମାହାତ୍ମ୍ୟ ପ୍ରସଙ୍ଗରେ ଆଲୋଚନା କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଉଦ୍ଜୀବିତ କରିବା ଓ ଓଡ଼ିଆ ସଂଗୀତ ଜଗତକୁ ଗୁରୁକବି ସୋମନାଥ ରାଜଗୁରୁଙ୍କ ଅବଦାନ…
Read Moreଶ୍ରୀଗୁଣ୍ଡିଚା ଭଜନ ସମାରୋହର ୧୦ମ ସନ୍ଧ୍ୟା, ଗୀତିକାର ଶରତ ପାତ୍ରଙ୍କୁ ସଙ୍ଗୀତଧାରା ସମ୍ମାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଦଶମ ସନ୍ଧ୍ୟାରେ ସଂଗୀତାନୁଷ୍ଠାନ ସଙ୍ଗୀତଧାରା,ନୟାଗଡ଼ ପକ୍ଷରୁ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର ମିଶ୍ର,ଗୁରୁ ପ୍ରଭାତ କୁମାର ଦାଶ, ଗୁରୁ ରଜନୀକାନ୍ତ ମହାପାତ୍ର, ଡ.ଆଶୁତୋଷ ମିଶ୍ର,ପ୍ରଦୀପ୍ତ କୁମାର ରଥ, ବିଜୟାନନ୍ଦ ମହାପାତ୍ର, କାଳିଦାସ ମହାପାତ୍ର,ଭୂମିକା ମହାପାତ୍ର, ମାଧବ ଡାକୁଆ,ସୁଚିସ୍ମିତା ଦୋରା, ଓମ ପ୍ରକାଶ ପାତ୍ର,ଗୋପୀନାଥ ସେଠି ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ନୟାଗଡ଼ ଜିଲ୍ଲାର ପ୍ରତିଷ୍ଠିତ ଭକ୍ତି ସଙ୍ଗୀତ ଗୀତିକାର ଶରତ ପାତ୍ରଙ୍କୁ ସଙ୍ଗୀତଧାରା ସମ୍ମାନ-୨୦୨୪ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋପୀନାଥ ସେଠି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ପୃଷ୍ଠପୋଷକ ପ୍ରମୋଦ ପଟ୍ଟନାୟକ, ସଭାପତି ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ କୁମାର…
Read Moreନିଶା ସେବନ ବିରୋଧରେ ସଚେତନତା ସୃଷ୍ଟି ଅଭିଯାନ
ନୟାଗଡ଼,(ନୟାଗଡ଼ ଦର୍ପଣ): କେନ୍ଦ୍ର ସରକାରଙ୍କ ପାଇଁ “ନଶା ମୁକ୍ତ ଭାରତ” ଏକ ଚ୍ୟାଲେଞ୍ଜ ଥିବାବେଳେ, ବିଭିନ୍ନ ରାଜ୍ୟରେ ଅନୈତିକ ଡ୍ରଗ୍ସ୍ କାରବାର ଦେଶର ମେରୁଦଣ୍ଡକୁ ଦୁର୍ବଳ କରିଦେଉଛି। ଏଇ ଅନୈତିକ ନିଶା କବଳରେ ଓଡ଼ିଶାର ଛାତ୍ର ଓ ଯୁବପିଢୀ ଦିନକୁ ଦିନ ଛନ୍ଦି ହୋଇ ଯାଉଛନ୍ତି। ଏହି ନିଶା ପାଇଁ କେହି କେହି କ୍ୟାନ୍ସର, କିଡନୀ ଜନିତ ରୋଗ ଏବଂ ମାନସିକ ବିକାରଗ୍ରସ୍ତ ପ୍ରଭୃତିର ଶିକାର ହେଉଥିବା ବେଳେ କେହି କେହି ଯୁବକ ଅପରାଧ ଦୁନିଆକୁ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି। ସରକାର ଏଥିପ୍ରତି କଠୋର ଆଇନ୍ ବ୍ୟବସ୍ଥା କରିଥିଲେ ମଧ୍ୟ, ସଚେତନତା ଅଭାବ ଯୋଗୁଁ ଏହାର ପ୍ରଭାବ ନିମ୍ନଗାମୀ। ଏଭଳି ସ୍ଥିତିରେ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଙ୍ଗଠନ “ମାଆ ଫାଉଣ୍ଡେସନ” ଓ “ବାଣୀଧାରା” ନୟାଗଡ଼ ଠାରେ ଅନୈତିକ ନିଶା ସେବନ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ…
Read Moreନୟାଗଡ଼ରେ ଉଦଘାଟିତ ହେଲା ୮ମ ଜିଲ୍ଲାବ୍ୟାପି ସେବା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ଉଦଘାଟିତ ହେଲା ଅଷ୍ଟମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ୨୦୨୪ । ନୟାଗଡ଼ ସହର ସ୍ଥିତ ରୋଟାରି ଭବନ ଠାରେ ଅଷ୍ଟମ ବର୍ଷ ଜିଲ୍ଲା ବ୍ୟାପି ସେବା ଉତ୍ସବ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ନୟାଗଡ଼ର ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ସେହି ଭଳି ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମାଜସେବୀ ସନ୍ତୋଷ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ତାପସ ମାର୍ଥା, ବିଶିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାଶ, ଯୁବ ବ୍ୟବସାୟୀ ଚନ୍ଦନ ସାହୁ, ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ…
Read Moreବାହୁଡା ଯାତ୍ରା ଅବସରରେ ରୋଟାରୀ କ୍ଳବ୍ ତରଫରୁ ଅନ୍ନପୂର୍ଣ୍ଣା ଦିବସ ଓ ଜଳଛତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ରୋଟାରୀ କ୍ଳବ୍ ତରଫରୁ ଆଜି ଅପରାହ୍ନ ୧୨ଟା ୩୦ ମିନିଟ୍ ସମୟରେ କ୍ଳବ୍ ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇଙ୍କ ନେତୃତ୍ବ ରେ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମ ରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇ ଥିଲା। ଏହା ସହିତ ଅପରାହ୍ନ ୦୪ଟା ସମୟରେ ନୟାଗଡ଼ ବଡଦାଣ୍ଡରେ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ୨୦୦୦ ବଟଲ୍ ଜଳବଣ୍ଟନ କରାଯାଇ ଥିଲା। କ୍ଳବ୍ ସଂପାଦକ ରୋଟାରିଆନ୍ ଅବିନାଶ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ଆରିଫ୍ ଖାନ୍, ଶ୍ରୀଧର ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଜି ରଶ୍ମିରାଜ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରବୀର କୁମାର ପୃଷ୍ଟି ଆଦି ବହୁ ସଦସ୍ଯ ଯୋଗଦେଇ ଥିଲେ।
Read Moreଜ୍ଞାନ ପ୍ରକାଶ ଦ୍ୱାରା ପ୍ରଦତ୍ତ “ଶିକ୍ଷା ସମ୍ମାନ”ରେ ସମ୍ମାନିତ ହେଲେ ଆଦର୍ଶ ଶିକ୍ଷକ ବାଲାରସେନ ପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଧ୍ୟମିକ ସ୍କୁଲ ସ୍ତରରେ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଗୁଣାତ୍ମକ କରିବା ଉପରେ ପ୍ରବୀଣ ଶିକ୍ଷକ ବାଲାରସେନ୍ ପାତ୍ରଙ୍କୁ ମିଳିଛି ‘ଶିକ୍ଷା ସମ୍ମାନ’। ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭଵନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ NCERT ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଏଲିମେଂଟାରୀ, NIFAର ଅଧ୍ୟକ୍ଷ, ‘ଜ୍ଞାନ ପ୍ରକାଶ’ର ପ୍ରତିଷ୍ଠାତା, ସମ୍ପାଦକ ଏବଂ ଓଡିଶା ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଘୋଳାହାଣ୍ଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଭାବେ ଶିକ୍ଷାଦାନ କରୁଥିବା ଶ୍ରୀଯୁକ୍ତ ବାଲାରସେନ୍ ପାତ୍ରଙ୍କୁ ‘ଜ୍ଞାନ ପ୍ରକାଶ’ର ୮ମ ଇଣ୍ଟରଡିସପ୍ଲେନାରୀ ଜାତୀୟ ସମ୍ମିଳନୀ ତଥା ବାର୍ଷିକ ଉତ୍ସବରେ ‘ଶିକ୍ଷା ସମ୍ମାନ’ରେ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ପାତ୍ର ବର୍ତ୍ତମାନ ୪ର୍ଥ ଶ୍ରେଣୀରେ…
Read Moreସନ୍ଧ୍ୟା ଦର୍ଶନ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମନାରେ ଭଜନ ସନ୍ଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସନ୍ଧ୍ୟା ଦର୍ଶନ ଅବସରରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀହରି ନାଟ୍ୟାୟନ, ନୟାଗଡ଼ ଏବଂ ଦେବୋତ୍ତର ବିଭାଗ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଗୁରୁ ପ୍ରଭାତ ଦାଶ, ଡ ଆଶୁତୋଷ ମିଶ୍ର, କାଳିଦାସ ମହାପାତ୍ର, ରାଜୀବ ମହାପାତ୍ର, କୃଷ୍ଣପ୍ରିୟା ମିଶ୍ର, ଧନେଶ୍ୱର ପ୍ରଧାନ, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ବିଷ୍ଣୁପ୍ରିୟା ବେହେରା,ବିଭୁପ୍ରସାଦ ଶତପଥୀ, ଚିନ୍ମୟ ପ୍ରସାଦ ବେହେରା, ରାଜନ ସିଂ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଆପ୍ୟାୟିତ କରିଥିଲେ। ଶ୍ରୀହରି ନାଟ୍ୟାୟନର ସଭାପତି କୈଳାସ ଚନ୍ଦ୍ର ଓଝା ଏବଂ କାଳିଦାସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Read Moreକେ.ସି କ୍ଲବର ୯୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଳାର ସର୍ବ ପୁରାତନ କେସି କ୍ଲବ ର ୯୮ ତମ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଶନିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି।କେ.ସି କ୍ଲବ ପରିସରରେ ଅନୁଷ୍ଠିତ ଏହି ପ୍ରତି ଯୋଗିତା ବିଭିନ୍ନ ୬ଷ୍ଠ ଶ୍ରେଣୀ ଠାରୁ ୧୦ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି। ଓଡ଼ିଆ, ଇଂରାଜୀ ବକ୍ତୃତା, ଦେଶାତ୍ମବୋଧକ ସଂଗୀତ,ପେଣ୍ଟିଙ୍ଗ ପ୍ରତି ଯୋଗିତା ହୋଇ ଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ଅଧକ୍ଷ ଅଶୋକ ନାୟକ, ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ ବାନାମ୍ବର ପୃଷ୍ଟି, ଇଂରାଜୀ ଅଧ୍ୟାପକ ଡ଼ ଶିଶିର କୁମାର ବାରିକ, ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ସଙ୍ଗୀତଜ୍ଞ ଅଜିତ ପଟ୍ଟନାୟକ, ଗୁରୁ ପ୍ରଭାତ ଦାଶ, ବଳଭଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ…
Read Moreଦାସିଆ ଅଜାଙ୍କ ୧୧୭ତମ ଜନ୍ମ ସ୍ମାରକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୂହଙ୍କ ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,…
Read More