ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନାର ଆଇଆଇସି ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା ମିଳିଛି।ବିଗତ ଦିନରେ କିଛି ଏସ.ଆଇ ଙ୍କୁ ପଦୋନ୍ନତି ଦିଆଯାଇ ବଦଳି କରାଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ବିଭିନ୍ନ ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ସୂଚନାନୁସାରେ ଇଟାମାଟି ଥାନା ଆଇଆଇସି ରମେଶ କୁମାର ଦେବତାଙ୍କୁ ଖଣ୍ଡପଡ଼ା ଥାନାକୁ ବଦଳି କରାଯାଇଥିବା ବେଳେ ଖଣ୍ଡପଡ଼ା ଥାନା ଆଇଆଇସି ବିଶ୍ବଜିତ ରାଉତରାୟଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିପରି ବାଣିଗୋଛା ଥାନା ଆଇଆଇସି ମୁକେଶ କୁମାର ବେହେରାଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ବେଳେ ଆଇଆଇସି ସଞ୍ଜୟ କୁମାର ମଲ୍ଲିକଙ୍କୁ ବାଣିଗୋଛା ଥାନାକୁ ବଦଳି କରାଯାଇଛି। ସେହିପରି ନୂତନ ଭାବେ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଆସିଥିବା ପୁଷ୍ପଲତା ବେହେରାଙ୍କୁ ନୂଆଗାଁ ଥାନା ଦାୟିତ୍ଵ ଦିଆଯାଇଥିବା ବେଳେ ନୂଆଗାଁ ଥାନା…
Read MoreCategory: ଅନ୍ୟାନ୍ୟ
‘ଅଗ୍ନିପଥ’ ବିରୁଦ୍ଧରେ ବିକ୍ଷୋଭ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ଅଗ୍ନୀପଥ ଯୋଜନା ବାତିଲ ଦାବିରେ ଆନ୍ଦୋଳନ ପରିପ୍ରେକ୍ଷୀରେ ଦଶପଲ୍ଲାରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାବାଜି କରାଯିବା ସହିତ ବ୍ଲକ ଛକ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଓଡ଼ିଶା କୃଷକ ସଭାର ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ନୟାଗଡ଼ ଜିଲ୍ଲା ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର, ବ୍ଲକ ସମ୍ପାଦକ ଗଣେଶ୍ୱର ନାୟକ, ବ୍ଲକ ସଭାପତି ବ୍ରଜବନ୍ଧୁ ପ୍ରଧାନ ଓ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ଏବଂ ଡିୱାଇଏଫ୍ଆଇର ବ୍ଲକ ସଭାପତି ସୁଶାନ୍ତ ନାୟକ ଓ ସମ୍ପାଦକ ବିପିନ୍ ବିହାରୀ ବାଜୁ ପ୍ରମୁଖ ନେତୃତ୍ୱ ନେଇଥିଲେ। ଦେଶର ସାର୍ବଭୌମତ୍ୱ ସୁରକ୍ଷା ଦୃଷ୍ଟିରୁ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା।
Read Moreସିପିଆଇ(ଏମ)ର ସାଧାରଣ ବୈଠକ ଅନୁଷ୍ଠିତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାର ଇଲେଭେନ୍ ଷ୍ଟାର କ୍ଲବ୍ ଠାରେ ସିପିଆଇ(ଏମ) ଦଶପଲ୍ଲା ଆଞ୍ଚଳିକ କମିଟିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନିକଟର କେରଳରେ ଅନୁଷ୍ଠିତ ହୋଇଯାଇଥିବା ପାର୍ଟିର ସର୍ବଭାରତୀୟ ସମ୍ମିଳନୀ ତଥା ପାର୍ଟି କଂଗ୍ରେସରେ ଗୃହୀତ ହୋଇଥିବା ରାଜନୈତିକ ଓ ସାଂଗଠାନିକ ପ୍ରସ୍ତାବ ଗୁଡ଼ିକୁ ପାର୍ଟି କର୍ମୀ ମାନଙ୍କୁ ଅବଗତ କରାଯିବା ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଏହି ସଭାରେ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ସାଥୀ ସୁରେଶ ପାଣିଗ୍ରାହୀ ମୁଖ୍ୟ ଆଲୋଚକ ଭାବେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ମଣ୍ଡଳୀର ଅନ୍ୟତମ ସଦସ୍ୟା ହରିଶ୍ଚନ୍ଦ୍ର ମିଶ୍ର ଜିଲ୍ଲା କମିଟି ସଭ୍ୟ ଗଣେଶ୍ୱର ନାୟକ, ଲୋକାଲ କମିଟି ସମ୍ପାଦକ ବ୍ରଜ ବନ୍ଧୁ ପ୍ରଧାନ ପ୍ରମୁଖ…
Read Moreଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଆରଡିଏ ପରିସରରେ ଥିବା ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମକରନ୍ଦ ବେଉରା, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟନାରାୟଣ…
Read Moreପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ନୟାଗଡ଼ରେ ଶ୍ରଦ୍ଧାଞ୍ଜଳି ସନ୍ଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା, ସହିତ୍ୟିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସନ୍ଧ୍ୟା ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମ ସମ୍ମୁଖ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମୈତ୍ରୀଯୁବ ସଂସଦ, ସୁଧା ସାଂସ୍କୃତିକ ପରିଷଦ, ଶ୍ରୀ ସୃଜନ, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଓ ରାଗେଶ୍ରୀ ନୀଳୟମ, ମା’ ଫାଉଣ୍ଡେସନ ଏବଂ ଆର୍ଟ ପଏଣ୍ଟର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ବିଭିନ୍ନ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ସେମାନଙ୍କ ମଧ୍ୟରେ ବେତାର କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ପ୍ରଶାନ୍ତ କୁମାର ଦାଶ, ଜଗଦୀଶ ରଥ, ଗୁରୁ ପ୍ରଭାତ ଦାଶ, ଜୟଶ୍ରୀ ଦେବୀ, ଡ଼ଃ ଆଶୁତୋଷ ମିଶ୍ର, ଦିଲୀପ ମହାପାତ୍ର, ଅନିତା ରାମ,…
Read Moreନୟାଗଡ଼ରେ ମେରୁ ହିଂସାକାଣ୍ଡ ୮ ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଉପକଣ୍ଠରେ ମେରୁ ଉତ୍ସବ ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଆଜି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେଉଳପଲ୍ଲୀ ଗ୍ରାମର ମୁନା ପ୍ରଧାନ, ବାବୁଲି ପ୍ରଧାନ, ଆନନ୍ଦ ଚନ୍ଦ୍ର ପ୍ରଧାନ, ଆଶିଷ କୁମାର ପ୍ରଧାନ, ଶିବାଜୀ ସାମନ୍ତରାୟ, ଭାସ୍କର ଜେନା, ଉଦୟନାଥ ଭୋଳ ଓ ସୌଭାଗ୍ୟ ରଞ୍ଜନ ପ୍ରଧାନ । ୧୩ ତାରିଖ ମେରୁ ଉତ୍ସବ ପାଇଁ ଏକ କାଳୀନ ଦୁର୍ଗାପ୍ରସାଦ ଏବଂ ଦେଉଳପଲ୍ଲୀ ଦଣ୍ଡ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୁର୍ଗାପ୍ରସାଦ ଠାରୁ ବାହାରିଥିବା ଶୋଭାଯାତ୍ରା ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । କିଛି ବ୍ୟକ୍ତି ଢେଲା ପଥର ମାରିବାରୁ…
Read Moreନୟାଗଡରେ ଦଣ୍ଡ ଶୋଭାଯାତ୍ରା ଅଘଟଣ ପାଇଁ ପ୍ରଶାସନକୁ ଦାୟୀ କଲା କଂଗ୍ରେସ
ଜିଲ୍ଲା ଜଜଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ପାଇଁ ଜନସ୍ୱାର୍ଥ ମାମଲା ଦାଏର କରାଯିବ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳ ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ। ପାଞ୍ଚ ଘଣ୍ଟା ଧରି ୫୭ ନମ୍ବର ଜାତୀୟ ରାଜପଥ ଉପରେ ହଜାରହଜାର ଲୋକଙ୍କ ଧାର୍ମିକ ଶୋଭାଯାତ୍ରା ପାଇଁ ବିକଳ୍ପ ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଅନଯାଇ ଅନୁମତି ଦେବାର ଅଧିକାର ଜିଲ୍ଲାପାଳ ଏସପିଙ୍କୁ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି ରଣଜିତ। ଜାତୀୟ ରାଜପଥ ଉପରେ ଦୀର୍ଘ ସମୟ ବ୍ୟାପି ଏଭଳି ବିରାଟ ଶୋଭାଯାତ୍ରା ପାଇଁ ଆଇନତଃ ପୁର୍ବ ସତର୍କତା ନିୟମ କାର୍ଯ୍ୟକାରୀ ସହ ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ମୁତୟନ କରାନଯାଇ ସମସ୍ତ ଆଇନକାନୁନ ଉଲ୍ଲଙ୍ଘନ କରି ଜିଲ୍ଲାପାଳ, ଏସପିଙ୍କ ଅନଧିକାର ଅନୁମତି ପ୍ରସଙ୍ଗରେ ଜିଲ୍ଲା…
Read Moreଦଶପଲ୍ଲାର ଐତିହାସିକ ଲଙ୍କାପୋଡି ଯାତ୍ରା ଆରମ୍ଭ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର ଦଶପଲ୍ଲାର ପ୍ରଭୁ ଶ୍ରୀମହାବୀରଙ୍କ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲିଠାରୁ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଂଗମଞ୍ଚ ଅଭିନୟ ତଥା କଳା କାରିଗରୀ ନୃତ୍ୟ ସଂଗୀତ ସମାହାରରେ ଏହି ଲଙ୍କାପୋଡ଼ି ଯାତ୍ରା ଆରମ୍ଭ ହୋଇଛି । ରୀତିନୀତି ଅନୁଯାୟୀ ପ୍ରଭୁଙ୍କର ଚଳନ୍ତି ବିଗ୍ରହ ଜନ୍ମ ମଣ୍ଡପକୁ ବିଜେ କରିବା ପରେ ଜନ୍ମବିଧି ହୋମଯଜ୍ଞ କରାଯାଏ । ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ ନାଭି ଛେଦନ, ଦୁଗ୍ଧ ପାନ ଓ ନାମକରଣ ନୀତି ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟମଞ୍ଚରେ ବିକ୍ରମ ନରେନ୍ଦ୍ର ଭଣିତ ରାମଲୀଳା ପୋଥି ଅନୁଯାୟୀ ଲୀଳାଭିନୟ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟବନ୍ଧ, ମାଳି, ସୁମାଳି ଦୈତ୍ୟଙ୍କ ଯୁଦ୍ଧ ଅଭିଯାନରୁ ଏହି ଲୀଳା ଅଭିନୟ ଆରମ୍ଭ…
Read Moreରଣପୁର ଅଞ୍ଚଳର ଗୌରବ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ରଣପୁର,(ନୟାଗଡ଼ ଦର୍ପଣ): ପ୍ରଜାମେଳି ଆନ୍ଦୋଳନର ପୁରୋଧା, ସ୍ଵତନ୍ତ୍ରତା ସେନାନୀ, ବେଜେଲଗେଟ ଭଳି ଅତ୍ୟାଚାରୀ ଇଂରେଜ ଶାସକ ବିରୁଦ୍ଧରେ ଲଢ଼େଇ କରି ଆଜିର ଦିନରେ ଫାଶି ପାଇଥିବା ରଣପୁର ଅଞ୍ଚଳର ଗୌରବ ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଧାୟକ ସତ୍ୟନାରାୟଣ ପ୍ରଧାନ, ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଏପରି କାର୍ଯ୍ୟକ୍ରମମାନଙ୍କରେ ସାମିଲ ହୋଇଥିଲେ । ସହିଦ ରଘୁନାଥ ମହାନ୍ତି ୧୯୧୪ ମସିହା ଜୁଲାଇ ମାସ ୦୧ ତାରିଖରେ ବାଦଭୂଇଁ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଗଡବାଣିକିଲୋ ଗ୍ରାମରେ ୧୯୧୧ ମସିହା ନଭେମ୍ବର ୩୦ ତାରିଖରେ…
Read Moreସେବା ପରିବାରର ବନ୍ଧୁ ମିଳନ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ସେବା ପରିବାରର ବନ୍ଧୁମିଳନ ଉତ୍ସବ ନୟାଗଡ଼ ନିକଟସ୍ଥ ଝରଦେଇ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତା ମାନେ ଏକାଠି ହୋଇଥିବା ବେଳେ ଆଗାମୀ ଦିନରେ ସାରା ନୟାଗଡ଼ରେ କିଭଳି ସେବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ସହ ଯୁବକମାନଙ୍କୁ ଏଥିରେ ଯୋଡ଼ାଯିବ ସେନେଇ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲାରେ ସମସ୍ତ ସ୍ବେଛାସେବୀ ସଂଗଠନମାନଙ୍କୁ ନେଇ ଜିଲ୍ଲାରେ କିଭଳି ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏନେଇ ଉପସ୍ଥିତ ଯୁବ ସ୍ବେଛାସେବୀମାନେ ନିଜର ମତ ରଖିଥିଲେ। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ ଉତ୍ସବରେ ବିଶିଷ୍ଠ ସମାଜସେବୀ ବଂଶୀଧର ସାହୁ, ଦାମୋଦର ସାହୁ, ସମାଜ ଜିଲ୍ଲାପ୍ରତିନିଧି ଶୁଭେନ୍ଦୁ ଦାଶ, ସମାଜସେବୀ ସନ୍ତୋଷ ପ୍ରଧାନ,…
Read More