ଦିନ ଦ୍ଵିପ୍ରହରରେ ଗଣିଆ ଅଞ୍ଚଳରୁ ସୁନା ଚେନ ଲୁଟ ଘଟଣାରେ ୩ଗିରଫ

ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ ଆସିଥିବା ପଯ୍ୟଟକଙ୍କ ଠାରୁ ଶୁକ୍ରବାର ଦିନଦିପ୍ରହରେ ସୁନା ଚେନ ଲୁଟ ଅଭିଯୋଗରେ ଖଣ୍ଡପଡା ଥାନା ଗଡ଼ିଆସାହି ଓ ଅଁଳାପଟା ନିକଟବର୍ତ୍ତୀ କାଜୁ ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ କାବୁ କରିଥିଲା ଗଣିଆ ପୋଲିସ। ସୂଚନାଅନୁସାରେ ପୁରୀରୁ ଆସିଥିବା ନିଶାନ ସାହୁ ଓ ତାଙ୍କ ସହଧର୍ମିଣୀ କାଜଲ ପାତ୍ର ସାତକୋଶିଆ ସ୍ୟାଣ୍ଡ ରିସର୍ଟକୁ ତାଙ୍କ ନିଜ କାରରେ ବୁଲିଆସିଥିଲେ । ରିସର୍ଟରୁ ଫେରିବା ବେଳେ ରାସଙ୍ଗ ପଞ୍ଚାୟତ ହଟିଆପଲ୍ଲୀ ବସଷ୍ଟାଣ୍ଡ ନିକଟରେ ଗୋଟିଏ ନାଲି ରଙ୍ଗର ମୋଟର ସାଇକେଲରେ ତିନିଜଣ ଯୁବକ ଆସି କାରକୁ ଅଟକାଇବା ସହିତ କାର କାଚକୁ ଭଙ୍ଗାରୁଜା କରିଥିଲେ। ଜୋର ଜବରଦସ୍ତି ସୁନା ଚେନ ନେବା ସହିତ ମାଡ ମଧ୍ୟ ମାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନ କରିବା ସହିତ ଖଣ୍ଡପଡା, କଣ୍ଟିଲୋ ଓ ଦଶପଲ୍ଲା ଥାନା ତରଫରୁ ଗଣିଆର ପ୍ରବେଶ ପଥକୁ ନାକାବନ୍ଦୀ କରିଥିଲେ । ପୋଲିସ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଅଭିଯୁକ୍ତଙ୍କୁ ଧରି ଗଣିଆ ଥାନାକୁ ଆଣି ଅଧିକ ପଚାରାଉଚରା କରାଯାଉଥିବା ବେଳେ ଗଣିଆ ଅଂଚଳରେ କିଛିଦିନ ହେବ ମୋବାଇଲ ଓ ମଟର ସାଇକେଲ ଚୋରମାନେ ପୋଲିସ ଆଖିରେ ଚକମା ଦେଇ ଚୋରି କରୁଥିବା ବେଳେ ଗଣିଆ ପୋଲିସର ନିଦ ଭାଙ୍ଗୁ ନଥିଲା । କିନ୍ତୁ ଗଣିଆ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଗଣିଆ ଥାନା ଅଞ୍ଚଳର ସନ୍ଦେହ ଘେରରେ ଥିବା କିଛି ଯୁବକଙ୍କୁ ଡାକି ଥାନାରେ ଜେରା କରାଯାଉଥିଲା। ତେବେ ସୁନାଚେନ ଚୋରି ଅଭିଯୋଗରେ ଗଣିଆ ବ୍ଲକ କାଦୁଆ ଗ୍ରାମର ସର୍ବେଶ୍ୱର ସ୍ବାଇଁ, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୋଇଝରିଆ ଗ୍ରାମର ଯଶୋବନ୍ତ ଜେନା, କଟକ ଜିଲା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ନରସିଂହ ପଟ୍ଟନାୟକଙ୍କୁ ଗଣିଆ ଥାନାକୁ ଆଣି ଅଧିକ ପଚାରାଉଚରା କରିବାପରେ ଅଭିଯୁକ୍ତ ସେମାନଙ୍କର ଦୋଷ ମାନିଥିଲେ । ୩ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

Related posts