ଦଶପଲ୍ଲାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପଞ୍ଚାୟତ ସମିତି ସେବା ଗୃହରେ ଆଜି ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ଆଜି ସମୁଦାୟ ୮୦ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୬୮ ଗୋଟି ଅଭିଯୋଗ ଆସିଥିବା ବେଳେ ଗ୍ରାମ୍ୟ ବିବାଦକୁ ନେଇ ୩ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ସମୁଦାୟ ୪୮ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୭ଜଣ ଦରଖାସ୍ତକାରୀଙ୍କୁ ମୋଟ ୬୮ହଜାର ଟଙ୍କା ଏବଂ ଜିଲ୍ଲା
ରେଡକ୍ରସରୁ ୨ଜଣ ଦରଖାସ୍ତ କାରୀଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ଅନୁଦାନ
କରାଯାଇଥିଲା । ୨ ଜଣ ଭିନ୍ନକ୍ଷମ ମହିଳାଙ୍କୁ ହ୍ବିଲଚେୟାର ପ୍ରଦାନ
କରାଯାଇଥିଲା । ଅବଶିଷ୍ଟ ଅଭିଯୋଗକାରୀଙ୍କୁ ସମାଧାନ ନିମନ୍ତେ ସମ୍ପୃକ୍ତ
ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ଶିବିରରେ ଜିଲ୍ଲା
ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଗୋଷ୍ଠି ଉନ୍ନୟନ ଅଧିକାରୀ ଦଶପଲ୍ଲା, ତହସିଲଦାର ଦଶପଲ୍ଲା, ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହି ଅଧିକାରୀ, ଜିଲ୍ଲାସ୍ତରୀୟ ପଦାଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ ।

Related posts