ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲାରେ ଚମଡା ନିର୍ମିତ ଜୋତା ଓ ଚପଲର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଅଧିକ। ଏଠାରେ ରହୁଥିବା ମୋଚି ସାହିର ବାସିନ୍ଦା ମାନେ ହାତରେ ଏପରି ଚପଲ ଓ ଜୋତା ଆଦି ତିଆରି କରନ୍ତି ଯେଉଁଠାରେ କି ବଡ଼ବଡ଼ କମ୍ପାନୀମାନେ ଫେଲ ମାରିବେ। କମ୍ପାନୀରେ ବହୁ ପରୀକ୍ଷା ନିରୀକ୍ଷା କରି ଉଚ୍ଚା ଦରରେ ବିକ୍ରୀ କରୁଥିଲେ ମଧ୍ୟ ଏହାର କୈାଣସି ଓ୍ବାରେଣ୍ଟି, ଗ୍ୟାରେଣ୍ଟି ଦେଉ ନଥିବା ବେଳେ ଦଶପଲ୍ଲାର ଏହି କାରୀଗରମାନେ ନିଜ ହାତରେ ଅତି ସୁନ୍ଦର ଚପଲ ଜୋତା ତିଆରି କରି ଗ୍ୟାରେଣ୍ଟି ସହ ଖୁବ କମ ଦରରେ ବିକ୍ରି କରିଥାନ୍ତି। ଏହି କୁଶଳୀ କାରିଗରମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଦଶପଲ୍ଲା ଏନଏସି ଅନ୍ତର୍ଗତ ମୋଚି ସାହି କୋଠଘରେ ଜୋତା ତିଆରି କାରଖାନା ନିର୍ମାଣ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କାରଖାନା ନିର୍ମାଣ ହେଲେ କିପରି ହେବ, ଜୋତା ତିଆରି ପାଇଁ କଞ୍ଚାମାଲ କେଉଁଠାରୁ ଆସିବ, ଜୋତା ରପ୍ତାନି କେଉଁଠିକି ହେବ, ଏପରି ବିଭିନ୍ନ ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଛି। ଏହି ବୈଠକରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଅନୁପ କୁମାର ଭୂୟାଁ, ଲେଦର ଟେକ୍ନିକାଲ ସନ୍ତୋଷ ମୁନା, ଏକଜ୍ୟୁଟିଭ ଆସିଷ୍ଟାଣ୍ଟ ନଟବର ସ୍ବାଇଁ, ବିପିଏମ ଦୀପ୍ତିମୟୀ ପ୍ରହରାଜ, ବିପିସି ପ୍ରଭାକର ଦାସ ସହର ମିଶନ ପରିଚାଳକ ସରୋଜ କୁମାର ପଣ୍ଡା ଉପସ୍ଥିତ ରହି କାରଖାନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କାରଖାନାରେ କାର୍ଯ କରିବା ପାଇଁ ଦୁଇଟି ଏସଏସଜି ଗୃପ ଚୟନ କରାଯାଇଥିବା ବେଳେ ଏନେଇ ଖୁବଶୀଘ୍ର ଗୃପମାନଙ୍କୁ ତାଲିମ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।
ଦଶପଲ୍ଲାରେ ବୃଦ୍ଧି ପାଉଛି ଚମଡା ନିର୍ମିତ ଜୋତା ଓ ଚପଲର ଚାହିଦା
