୨୨୦କୋଟି ଟଙ୍କା ହେରଫେର ଘଟଣାରେ ଦଶପଲ୍ଲାରେ ହରିଆଣା ପୋଲିସ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ହରିଆନାର କ୍ରାଇମବ୍ରାଞ୍ଚର ଗୋଟିଏ ଦଳ ସୁଦୂର ଦଶପଲ୍ଲାକୁ ଆସି ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି । ସୂଚନା
ଅନୁଯାୟୀ, ଦଶପଲ୍ଲା ଏନ୍‌ଏସି ଅଞ୍ଚଳର ଖଣ୍ଡପଡା ଗ୍ରାମର ବିଦେଶୀ ଦାସ ନାମକ ଜନୈକ ବ୍ୟକ୍ତି ଯିଏକି ଠେଲାଗାଡିରେ ଗୁପ୍ ଚୁପ୍ ବ୍ୟବସାୟ କରନ୍ତି। ସେ ପ୍ରାୟ ଏକ ବର୍ଷ ତଳେ ତାଙ୍କ ମୋବାଇଲର ଏୟାରଟେଲ ନମ୍ବର ଟିକୁ
ପୋର୍ଟାବିଲିଟି କରି ଜିଓ କରିଦେବାକୁ କଂପାନି ସହ ଯୋଗାଯୋଗ କରିଥିଲେ। କଂପାନି ମଧ୍ୟ ନିୟମ ଅନୁଯାୟୀ ତାଙ୍କୁ ଆଧାର କାର୍ଡ, ଭୋଟର କାର୍ଡ, ସିମ୍ ନମ୍ବର ମଧ୍ୟ ମାଗିଥିଲେ । ତଦନୁଯାୟୀ ବିଦେଶୀ ତାଙ୍କୁ ସବୁ ଜେରକ୍ସ ଦେଲାପରେ ତାଙ୍କ ନମ୍ବରଟି ଜିଓକୁ ପୋର୍ଟାବିଲିଟି ହୋଇଗଲା। କିନ୍ତୁ ପୂର୍ବରୁ ଥିବା ଏୟାରଟେଲ ନମ୍ବର ଟିକୁ କେହି ଦୁର୍ବୃତ୍ତ ଅନ୍ୟ ଏକ ସିମକୁ
ଟ୍ରାନ୍‌ସ୍‌ମିଟ୍ ତଥା ଇନଷ୍ଟଲ କରି ତା ମାଧ୍ୟମରେ ପ୍ରାୟ ୨୨୦କୋଟି ଟଙ୍କାର ହେରଫେର କରିଛି। ଠିକଣା ଖୋଜି ଖୋଜି ହରିଆନା କ୍ରାଇମବ୍ରାଞ୍ଚ ଟିମ୍ ଦଶପଲ୍ଲାରେ ପହଞ୍ଚିଲା ଏବଂ ବିଦେଶୀକୁ ତା’ ଘରୁ ଥାନାକୁ ଉଠେଇଆଣି ପଚରାଉଚରା କରିବା ପରେ ବାସ୍ତବତା କ’ଣ ଜାଣିବା ପରେ ଖାଲି
ହାତରେ ଫେରିବାକୁ ବାଧ୍ୟ ହୋଇଛି । ଏହି ଘଟଣାଟି ବର୍ତ୍ତମାନ ଦଶପଲ୍ଲାରେ
ଆଲୋଚନାର ବିଷୟ ପାଲଟିଛି ।

Related posts