ଲୋକଙ୍କ ସୁଖ ଦୁଃଖର ସାଥି ରମେଶ ଭାଇ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତରେ ସରପଞ୍ଚ ସସ୍ମିତା ସାହାଣୀଙ୍କ ତତ୍ତ୍ଵାବଧାନରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଲୋକ ମାନଙ୍କ ସମସ୍ୟା ବୁଝିଥିଲେ।ବିଧାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ସରପଞ୍ଚ ସସ୍ମିତା ସାହାଣୀ, ସମିତି ସଭ୍ୟା ହରପ୍ରିୟା ଦାସ, ନାଏବ ସରପଞ୍ଚ ପ୍ରଶାନ୍ତ ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ପଞ୍ଚାୟତ ତରଫରୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ଗାତେରୀ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢିତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା କହିଥିଲେ ସରପଞ୍ଚ ସସ୍ମିତା ସାହାଣୀ। ଗାତେରୀ ପଞ୍ଚାୟତରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ବୁଝି ଥିବାରୁ ଦଶପଲ୍ଲା ବିଧାୟକଙ୍କୁ ପଞ୍ଚାୟତବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ ସମାଜ ସେବୀ ସରୋଜ ସାହାଣୀ।

Related posts