ନୟାଗଡ଼,(ନୟାଗଡ଼ ଦର୍ପଣ): ୭୬ତମ ସ୍ବାଧୀନତା ଦିବସ ଉପଲକ୍ଷ୍ୟେ ନୟାଗଡର ଅନ୍ୟତମ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଶ୍ରୀ ସୃଜନ” (କଳା-ସାହିତ୍ୟ-ସଂସ୍କୃତିର ଭାବମୟ ଉତ୍ତରଣ)ପକ୍ଷରୁ ‘ସେବା ଅନୁଷ୍ଠାନ’ ନୟାଗଡରେ ଏକ ହୃଦୟ ଛୁଆଁ ଦେଶାତ୍ମବୋଧକ ସଙ୍ଗୀତ, ଶ୍ରୀ ସୃଜନର ସଭାପତି ଡ. ବିଜୟ କୁମାର ଚୌଧୁରୀ,କମ୍ରେଡ୍ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି।ସଙ୍ଗୀତର ରଚୟିତା ଶିକ୍ଷୟିତ୍ରୀ କାଦମ୍ବିନୀ ମହାପାତ୍ର, ସ୍ବର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ଶ୍ରୀ ସୃଜନର ସଂପାଦିକା ଅଧ୍ୟାପିକା, କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶିକା ଜୟଶ୍ରୀ ଦେବୀ।ଉନ୍ମୋଚନ ସମୟରେ ସଞ୍ଜୟ ସାହୁ,ପ୍ରଦୀପ ସାହୁ,ଲକ୍ଷ୍ମୀଧର ମହାପାତ୍ର, ଅଶୋକ ମଲ୍ଲ, ଦିଲ୍ଲୀପ ସାହୁ, କିଶୋର ମହାପାତ୍ର, ଚିତ୍ତରଞ୍ଜନ ନାୟକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ସୃଜନ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହିତ ସହଯୋଗୀ ଅନୁଷ୍ଠାନ ଚମତ୍କାର, ନାଟ୍ୟଧାରାର ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ…
Read MoreCategory: ଅନ୍ୟାନ୍ୟ
ବାଲୁଗାଁ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜାଦିକା ଅମୃତ ମହୋତ୍ସବ ଅବସରରେ ବାଲୁଗାଁ ବିଜେପି ପକ୍ଷରୁ ବାଲୁଗାଁ ପଞ୍ଚାୟତରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା I ଏହି ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ହରଘର ତ୍ରିରଙ୍ଗା ଅଭିଯାନ ନେଇ ବିଶାଳ ବାଇକ ଶୋଭାଯାତ୍ରା ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଥିଲା I ବାଲୁଗାଁ ବିଜେପି ନେତା ସଞ୍ଜୟ କୁମାର ନାୟକ ଓ ଅଜୟ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବିଶାଳ ବାଇକ ଶୋଭାଯାତ୍ରାରେ ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ,ବିଜେପି ନେତା ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ଶତାଧିକ ବଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ l
Read Moreକୋରଡ଼ା ପଞ୍ଚାୟତରେ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା
ନୂଆଗାଁ,(ନୟାଗଡ଼ ଦର୍ପଣ): ୭୬ତମ ସ୍ୱାଧୀନତା ଦିବସ ଅବସରରେ କୋରଡ଼ା ପଞ୍ଚାୟତରେ ଏକ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅଧୀନ କୋରଡ଼ା ପଞ୍ଚାୟତରେ ଶତାଧିକ ସ୍ଥାନୀୟ ଲୋକେ ଏହି ବାଇକ ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି I ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ସମାଜସେବୀ ଗୋଲଖ ବିହାରୀ ଗୋଛାୟତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବାଇକ ଶୋଭାଯାତ୍ରାରେ ଶତାଧିକ ସ୍ଥାନୀୟ ବାସିନ୍ଦା ବାଇକ ଶୋଭାଯାତ୍ରାରେ ସାମିଲ ହୋଇ ଭାରତ ମାତାର ଜୟଗାନ କରି ଗ୍ରାମ ପରିକ୍ରମା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ଶୋଭାଯାତ୍ରାରେ ପାଞ୍ଚଶାଖା କୃଷକ କ୍ଲବର ଭଗବାନ ସାହୁ,ପ୍ରଫୁଲ କୁମାର ବାରିକି, ଅନନ୍ତ ସାହୁ,ହରେକୃଷ୍ଣ ସାହୁ, ଅନ୍ତର୍ଯ୍ୟାମୀ ସୁବୁଦ୍ଧି,ସମୀର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ l
Read Moreଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ବରଚିତ ଦେଶାତ୍ମାବୋଧକ କବିତା ପାଠ ଉତ୍ସବ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଅଶୋକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅତିଥି ଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌରାଞ୍ଚଳର ଅଧ୍ୟକ୍ଷା ନିରୁପମା ଖଟେଇ, ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତିକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ସାହିତିକା ବସିରନ ବିବି, ସାହିତ୍ୟିକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଅତିଥିମାନେ ଆଜିର ଦିବସ ଉପରେ ବହୁ ସାରଗର୍ଭକ ଅଭିଭାଷଣ ରଖିଥିଲେ। ନୟାଗଡ଼ର ୨୦ରୁ ଉର୍ଦ୍ଧ୍ଵ ସୁସାହିତ୍ୟିକ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ।…
Read Moreନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୭୬ତମ ସ୍ବାଧୀନତା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜାଦୀର ଅମୃତ ମହୋତ୍ସବ ଅବସରରେସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନୟାଗଡ଼ ପ୍ରାଙ୍ଗଣରେ ୭୬ତମ ସ୍ବାଧୀନତାଦିବସ ପାଳିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେହରେକୃଷ୍ଣ ମୁଦୁଲି, ଜିଲ୍ଲା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତଅତିଥିଭାବେ ନବରଙ୍ଗପୁର ଜିଲ୍ଲା ବିକ୍ରମପୁର ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ସାହୁ ଉପସ୍ଥିତ ରହି ଭାରତରସ୍ବାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷମାନେ ନିଜ ଜୀବନକୁ ବାଜି ଲଗାଇଭାରତକୁ ସ୍ବାଧୀନତା ଦେଇଥିଲେ ସେମାନଙ୍କ ନାମ ନେଇ ଛାତ୍ରଛାତ୍ରୀ ମାନଙ୍କମଧ୍ୟରେ ଜାତୀୟତା ବାଦର ବିକାଶ ପାଇଁ ଆହ୍ବାନ ଦେଇ ଶହୀଦ ଉଦାମସିଂହଙ୍କ ବୀରତ୍ବର କାହାଣୀ ଶୁଣାଇଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରାୟ ୮୦୦ ରୁ ଉଦ୍ଧାର୍ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ସମିତି ସଦସ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ…
Read More“ସେବା ସ୍ଵଧାର ଗୃହ”ରେ ଆଜାଦି କା ଅମୃତ ମହୋତ୍ସବ ପାଳନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ଅଗ୍ରଣି ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ଠାରେ “ସେବା ସ୍ଵଧାର ଗୃହ” ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଇଛି। ଏହା ଚଳିତ ମାସ 13 ତାରିଖ ଠାରୁ 15ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସେବାର ସାଧାରଣ ସମ୍ପାଦକ ଶ୍ରୀ ଅମରେନ୍ଦ୍ର କୁମାର ଦାସ ପରିଜା, ସେବାର ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ସୁବୁଦ୍ଧି,ସେବା ସ୍ଵଧାର ଗୃହ ର ତତ୍ତ୍ୱାବଧାରିକା କୁମାରୀ ବନିତା ମଲ୍ଲିକ, ସ୍ଵଧାର ଗୃହର ପରାମର୍ଶଦାତ୍ରୀ ଶ୍ରୀମତି ସରିତା ଆଚାର୍ଯ୍ୟ ଙ୍କ ପ୍ରତକ୍ଷ ତତ୍ବାବଧନରେ ସମ୍ପାଦିତ ହୋଇଥିଲା। ସ୍ୱାଧୀନତା ର 75 ବର୍ଷ ଆନୁକୁଲ୍ୟରେ ସେବା ସ୍ଵଧାର ଗୃହ ତରଫରୁ ଅନ୍ତେବାସୀ ମାନଙ୍କୁ ନେଇ ଝୋଟି, ଚିତ୍ରାଙ୍କନ, ବକୃତା ଓ ସାଧାରଣ ଜ୍ଞାନ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ…
Read Moreଭୋଟର ପଂଜୀକରଣ ନିମନ୍ତେ ସଚେତନତା ରଥ
ନୟାଗଡ଼,(ନୟାଗଡ଼ ଦର୍ପଣ): ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧ୍ୟାକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ପଂଜୀକରଣ ଏବଂ ଆଧାର ସଂଯୋଗୀକରଣର ଜନସଚେତନତା ପାଇଁ ଏକ ସଚେତନତା ରଥ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଦୀର୍ଘ ଆଠ ଦିନ ବ୍ୟାପି ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଂଚଳ ପରିକ୍ରମା କରି ଭୋଟର ତ୍ରୁଟି ସଂଶୋଧନ ସହ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ, ଭୋଟର ପରିଚୟ ପତ୍ର ବଦଳ, ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ, ମତଦାନ କେନ୍ଦ୍ରର ନିର୍ଦ୍ଧାରଣ ଓ ପରିବର୍ତନ, ଭୋଟର ତାଲିକାର ଅସଙ୍ଗତି ଦୂରୀକରଣ, ଭୋଟରମାନଙ୍କର ଉନ୍ନତମାନର ଫଟୋ ସଂଗ୍ରହ ଓ ଆଧାର ସଂଯୋଗୀକରଣ ଇତ୍ୟାଦି ଉପରେଜନସଚେତନତା ସୃଷ୍ଟି କରାଯିବ…
Read More“ପ୍ରବଳ ବର୍ଷାସତ୍ୱେ ଦେଶପ୍ରେମରେ ଭିଜିଲେ ଛାତ୍ରଛାତ୍ରୀ “
ସ୍ୱାଧୀନତାର ୭୫ବର୍ଷ ଉପଲକ୍ଷେ ନୂଆଗାଁରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ନୂଆଗାଁ,(ନୟାଗଡ଼ ଦର୍ପଣ): ପ୍ରବଳ ବର୍ଷା ସତ୍ୱେ ଦେଶପ୍ରେମରେ ଭିଜିଲେ ଛାତ୍ରଛାତ୍ରୀ l ଦେଶପ୍ରେମ ସଂଗୀତ ସାଙ୍ଗକୁ ଦେଢ଼ଶହ ମିଟରର ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ଲୋକେ l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଆଜି ନୟାଗଡ଼ ନୂଆଗାଁ ବ୍ଲକ ସଦରମହକୁମା ଠାରେ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଏଭଳି ଦୃଶ୍ୟରେ ଦେଶପ୍ରେମର ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା l । ଏହି କାର୍ଯ୍ୟକ୍ରମରେ ୧୫୦ ମିଟର ବିଶିଷ୍ଟ ଏକ ତ୍ରିରଙ୍ଗାକୁ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଧରି ନୂଆଗାଁ କଲେଜ ଠାରୁ କାଚପଲ୍ଲୀ, ଉଠାଣିସାହି, ଗଦାଧରପୁର, ନୂଆସାହି ଏବଂ ନୂଆଗାଁ ଗ୍ରାମ ପରିକ୍ରମା କରିବା ସହ ଶହିଦ୍ କଷ୍ଟି ଡାକୁଆଙ୍କର…
Read Moreଗଛକୁ ରାକ୍ଷୀ ବାନ୍ଧି ପାଳିତ ହେଲା ରକ୍ଷାବନ୍ଧନ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ନିଆରା ଢ଼ଂଗରେ ପାଳନ କରିଛନ୍ତି ନୟାଗଡ଼ର ପ୍ରମୁଖ ସ୍ଵେଚ୍ଛାସେବୀ ସଂଗଠନ ‘ମା ଫାଉଣ୍ଡେସନ’ ଓ ‘ଆମେ ତେଜସ୍ଵିନୀ’ ଅନୁଷ୍ଠାନ। ରକ୍ଷାବନ୍ଧନ ପର୍ବ ହେଉଛି ପ୍ରେମ, ସ୍ନେହ, ସଂପର୍କର ପ୍ରତୀକ। ରକ୍ଷା କରିବାର ସଂକଳ୍ପର ଦିନ ମଧ୍ୟ ଏହି ପର୍ବ। ସାଂପ୍ରତିକ ସମୟରେ ପରିବେଶର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେବା ଆମମାନଙ୍କର ପ୍ରମୁଖ କର୍ତ୍ତବ୍ୟ ଅଟେ। ଏହାକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉପଲକ୍ଷେ ମା ଫାଉଣ୍ଡେସନର ସଂପାଦକ ରଂଜନ ରଶ୍ମୀ ଜେନା ତଥା ଆମ ତେଜସ୍ଵିନୀର ଆବାହିକା ସ୍ଵୈ।ଦାମିନୀ ସ୍ବାଇଁଙ୍କ ସଂଯୋଜନାରେ ସ୍ଥାନିତ ନାରାୟଣ ପାର୍କ ପରିସରରେ ଏହି ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ପୈ।ର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନିତ ଅତିଥି…
Read More୧୯୮୮ମସିହାରୁ ବୃକ୍ଷରେ ରାକ୍ଷୀ ବାନ୍ଧି ଆସୁଛନ୍ତି ଗ୍ରାମବାସୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଆଜି ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଏହି ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି ନିଆରା ପରମ୍ପରା ସହ ବାନ୍ଧି ହୋଇଯାଇଛନ୍ତି । ଗଛ ମାନବ ସମାଜ ପାଇଁ ସବୁଠାରୁ ଦରକାରୀ ହୋଇଥିବାରୁ ଗ୍ରାମର ବୟସ୍କ ବ୍ୟକ୍ତିମାନେ ରକ୍ଷାବନ୍ଧନ ତିଥିରେ ଗଛରେ ରାକ୍ଷୀ ବାନ୍ଧି ଥାନ୍ତି। ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମରେ ୧୯୮୮ମସିହା ଠାରୁ ଏଭଳି ପରମ୍ପରା ଚାଲି ଆସିଛି । ଅପରାହ୍ନରେ ପ୍ରଥମେ ଗ୍ରାମର ବୟସ୍କ ବ୍ୟକ୍ତି ମାନେ ନୂଆ ଲୁଗା ପିନ୍ଧି ଗଛରେ ରାକ୍ଷୀ ବାନ୍ଧି ସାରିବା ପରେ ଗହ୍ମାଡିଆଁ ପର୍ବ ପାଳନ କରିଥାନ୍ତି।…
Read More