ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ନୟାଗଡର ମିଳିତ ପ୍ରୟାସରେ ନୟାଗଡ ଆର.ସେ.ଟି ଇତିହାସରେ ପ୍ରଥମ ଥର ଏକ ନୂତନ ଧନ୍ଦାମୁଳକ ତାଲିମ ଚଳିତ ମାସ ୦୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆର.ସେ.ଟି ଠାରେ ଆୟୋଜିତ କରାଯାଇଥିଲା । ଉକ୍ତ ତାଲିମ୍ ଶିବିର ଶୁଚିତ୍ରା ଦାସଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ୩୦ଜଣ ତାଲିମାର୍ଥୀଙ୍କୁ ପେପର ବ୍ୟାଗ୍, ଲଫାପା ଓ ଫାଇଲ ତାଲିମ୍ ପ୍ରଦାନ କରାଯାଇଥିଲା । ଆର.ସେ.ଟି ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ ଏହି ତାଲିମ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ଏବଂ ପ୍ରଶିକ୍ଷକ ଅମିତ ରଞ୍ଜନ ସାହୁ ପ୍ରଶିକ୍ଷଣ ପରିଚାଳକ ଭାବେ ଦାୟୀତ୍ଵ ତୁଲାଇଥିଲେ । ତାଲିମର ଉଦ୍ଯାପନ ଦିବସରେ ଏ.ଡି.ବି ଶାଖା ପରିଚାଳକ ନୟାଗଡ, ଶିବରାମ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଲିମାର୍ଥୀମାନଙ୍କୁ ସରକାରଙ୍କ ବିଭିନ୍ନ ଉନ୍ନତି ଭିତ୍ତିକ ଯୋଜନା ବିଷୟରେ ଅବଗତ କରାଇଥିଲେ । ଏହି ତାଲିମ ମାଧ୍ୟମରେ ଆମେ କିପରି ଆଜି ପରିବେଶକୁ ପ୍ରଦୁଷଣରୁ ବଞ୍ଚାଇପାରିବା ସେ ନେଇ ଭିନ୍ନ ଭିନ୍ନ ମତ ରଖିଥିଲେ। ଏହି ଉତ୍ପାଦନ ଦ୍ବାରା ଆମର ଆର୍ଥିକ ସ୍ଥିତିର ଉନ୍ନତି ହେବା ସଙ୍ଗେ ସଙ୍ଗେ ପରିବେଶରୁ ପୋଲିଥିନର ବ୍ୟବହାରକୁ ଲୋପ କରାଯାଇ ପାରିବ । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନର ନିର୍ଦ୍ଦେଶକ ମନୋଜ କୁମାର ସ୍ବାଇଁ ତାଙ୍କର ଅଭୀଭାଷଣ ମାଧ୍ୟମରେ ତାଲିମାର୍ଥୀଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ କିପରି ପେପର ବ୍ୟାଗ୍, ଲଫାପା ଓ ଫାଇଲ ବ୍ୟବସାୟ ସହିତ ଆଉ କେଉଁ କେଉଁ ବ୍ୟବସାୟ କରାଯାଇ ପାରିବ ଯେପରିକି ଠୁଙ୍ଗା, ପେନ ଷ୍ଟାଣ୍ଡ୍, ନନ୍ ଓଭାନ ବ୍ୟାଗ୍, ଅଫିସ ଫାଇଲ, ସ୍କୁଲ ଏଜୁକେସ୍ନାଲ ଚାର୍ଟ ଇତ୍ୟାଦି ତିଆରି କରି
ନିଜର ବ୍ୟବସାୟକୁ ପ୍ରସାରିତ କରି ଅଧିକରୁ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ । ସର୍ବଶେଷରେ କାର୍ଯ୍ୟକର୍ମ ପରିଚାଳକ ଅମିତ୍ ରଞ୍ଜନ ସାହୁ ପଲିଥିନର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଉପରେ ଏହାର କୁପ୍ରଭାବ ବିଷୟରେ ଅବଗତ କରିବା ସହ ଏହାକୁ କିପରି କାଗଜରେ ତିଆରି ଠୁଙ୍ଗା,ଫାଇଲ କୁ ବ୍ୟବହାର କରି ପରିବେଶକୁ ଦୁଷିତ ହେବାରୁ ରାକ୍ଷା କରାଯାଇପାରିବ ସେ ବିଷୟରେ ସଚେତନ କରିବା ସଙ୍ଗେ ସେଙ୍ଗ ଉପସ୍ଥିତ ଥିବା ଅତିଥୀ ଏବଂ ତାଲିମାର୍ଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାଗଜ ବ୍ୟାଗ୍, ଲଫାପା ଓ ଫାଇଲ୍ ତିଆରି ତାଲିମ ଉଦ୍ଯାପିତ
