ଥୁଆବାରୀରେ ୮୦ତମ ପ୍ରଜାମଣ୍ଡଳ ସହିଦ ଶ୍ରାଦ୍ଧ ଦିବସ ପାଳିତ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀର ଗାଁ କହିଲେ ମନେ ପଡେ ଥୁଆବାରୀ ଗାଁ। ୧୯୩୬ ମହିହାରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯୋଗଦେଇଥିବା ଥୁଆବାରୀ ଗ୍ରାମର ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ଆହ୍ୱାନ କ୍ରମେ ପ୍ରଜାମଣ୍ଡଳ ଆନ୍ଦୋଳନରେ ଯୋଗ ଦେଇଥିଲେ। ଯେତେବେଳେ ଇଂରେଜମାନେ ସାରା ଭାରତ ବର୍ଷରେ ଶାସନ କରୁଥିଲେ ଗୋରା ସାହେବ ମାନଙ୍କ ଶାସନରେ ଅତ୍ୟାଚାରକୁ ରୋକିବା ପାଇଁ, ଭାରତ ମା’ର ସ୍ୱାଧୀନ ପାଇଁ ଏକ ଗଡ଼ଜାତ ଆନ୍ଦୋଳନ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଥୁଆବାରି ଗ୍ରାମର ଆନନ୍ଦ ଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୬୨ରୁ ଉର୍ଦ୍ଧ୍ବ ସଂଗ୍ରାମୀ ମାନେ ଏକତ୍ରିତ ହୋଇଥିଲେ। ଏହି ସଂଗ୍ରାମୀ ମାନେ ପ୍ରଥମେ ନୂଆଗାଁ ଥାନା ଉପରେ ଆକ୍ରମଣ କରି ଥାନାରେ ନିଆଁ ଲଗାଇଥିଲେ। ଏବଂ ଗୋରା ସାହେବ ମାନଙ୍କୁ…

Read More

ଶିଶୁ ସଂଗ୍ରାହକ ଶ୍ରୀନିବାସ

ଦେଶ ବିଦେଶର ନୋଟ, ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଜାରିଙ୍ଗିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀରେ ଅଧ୍ୟୟନରତ କୁମାର୍ ଶ୍ରୀନିବାସ ବିଭିନ୍ନ ଦେଶବିଦେଶର ନୋଟ୍ ଓ ମୁଦ୍ରା ସଂଗ୍ରହ କରି ଏବେ ଚର୍ଚ୍ଚାରେ। ସେ ତୄତୀୟ ଶ୍ରେଣୀରେ ପଢୁଥିବାବେଳେ କତାର୍ ଦେଶରେ ରହୁଥିବା ନିଜ ଗ୍ରାମ କୁରାଳ ପଞ୍ଚାୟତ ଅଧୀନ ପାଇକ ପନ୍ତିଖାରୀର ଜନୈକ ବାସିନ୍ଦା ରଞ୍ଜନ କୁମାର ଦାଶ ତାଙ୍କ ପିତାଙ୍କୁ ଉକ୍ତ ଦେଶର କିଛି ମୁଦ୍ରା ଦେଇଥିଲେ। ଏହି ମୁଦ୍ରାକୁ ଦେଖି ଅନୁପ୍ରାଣିତ ହୋଇ କୁନି ବାଳକ ଶ୍ରୀନିବାସଙ୍କ ମନରେ ଜାଗି ଉଠିଥିଲା ଦେଶବିଦେଶର ମୁଦ୍ରା ସଂଗ୍ରହ କରିବାର ନିଶା। ଏବେ ଦୀର୍ଘ ସାତବର୍ଷ ପରେ ସେ ତାଙ୍କ ମାଆ ଜୟଶ୍ରୀ ନାୟକ ନିଜ ପାଖରେ ସାଇତି ରଖିଥିବା ଆମ ଦେଶର ବହୁପୁରୁଣା ନୋଟ୍,…

Read More

ଦଶପଇସିଆ ଅଜା

(ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ)ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଏବଂ ପ୍ରସିଦ୍ଧ ସାରସ୍ବତ ସାଧକ ତଥା ପିତା ବାଞ୍ଛାନିଧି ପଟ୍ଟନାୟକ ଓ ମାତା ପାର୍ବତୀ ଦେବୀଙ୍କ କୁଳନନ୍ଦନ ଥିଲେ ଦାଶରଥି ପଟ୍ଟନାୟକ (୧୯୦୭–୧୯୯୭)। ଦଶ ପଇସାର ଖୁଣ୍ଟାତଡ଼ା ରାଜା ଦାଶିଆ ଅଜା ନାମରେ ସମଗ୍ର ଓଡ଼ିଶାର ଜନମାନସରେ ସେ ଥିଲେ ସମସ୍ତଙ୍କର ଅତି ଆପଣାର ।ରାଜ୍ୟ ଓ ଦେଶବାସୀଙ୍କ ପାଇଁ ଥିଲେ ଏକ ବିସ୍ମୟ ପ୍ରତିଭା ତଥା ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ। ଦାଶିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ୪ର୍ଥ ଶ୍ରେଣୀ ଥିଲା ତାଙ୍କର ଶିକ୍ଷାଗତ ଯୋଗ୍ୟତା। ବିଶ୍ରାମ ସମୟରେ ବହି ପଢିବା ଥିଲା ତାଙ୍କର ଏକ ନିଶା। ଏହି ବହି ପଢିବା ନିଶାରୁ ଆରମ୍ଭ କଲେ ଅନନ୍ୟ ଯାତ୍ରା। ଗାଁ ଗଣ୍ତା ସହର…

Read More

ଦାଶରଥି ପଟ୍ଟନାୟକ (ଦାସିଆ ଅଜା)

ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ଓ ସାରସ୍ୱତ ସାଧକ ଦାଶରଥି ପଟ୍ଟନାୟକ। ଏହି ପ୍ରବାଦ ପୁରୁଷ ଏକ ମଫସଲ ଗାଁ ନୟାଗଡ଼ର ଉଦୟପୁର ଠାରେ ପ୍ରତିଷ୍ଠା କରିପାରିଥିଲେ ଏକ ଜାତୀୟ ସ୍ତରୀୟ ପାଠାଗାର ସଂଗ୍ରହାଳୟ । ସମଗ୍ର ବିଶ୍ଵରେ ‘ଦଶ ପଇସାର ରଜା ଦାସିଆ ଅଜା” ନାମରେ ସୁପରିଚିତ ସେ । ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ମାତ୍ର ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ପଢ଼ିବା ଥିଲା ତାଙ୍କ ନିଶା । ପଢ଼ା ନିଶାରୁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶା ଯାତ୍ରା । ଗାଁ-ଗଣ୍ଡା, ସହର-ବଜାର ଦ୍ବାର-ଦ୍ଵାର ବୁଲିବୁଲି ପାଲଟିଥିଲେ ଜ୍ଞାନର ଭିକ୍ଷୁକ । ଅଧା ଲଙ୍ଗଳା ବେଶ ; ହାତରେ ଠେଙ୍ଗା, କାନ୍ଧରେ ଝୁଲାମୁଣି ମୁଠାଏ ମୁଢ଼ି ଓ କପେ ନାଲି ଚାହାରେ ଚଳି ଯାଉଥିଲେ ।…

Read More

ପଣ୍ଡିତ ବିନାୟକ ମିଶ୍ର ଥିଲେ ଯୋଗଜନ୍ମା ସାହିତ୍ୟିକ

ନୟାଗଡ଼,(୧୦/୦୯):- ଅନନ୍ୟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ପରି ସାହିତ୍ୟ ପ୍ରାଣ ବ୍ୟକ୍ତିତ୍ୱ ପ୍ରାୟ ବିରଳ । ନର୍ମାଲ ଟ୍ରେନିଂ ଶେଷକରି ନୀଳଗିରିରେ ଡ୍ରଇଁ ଶିକ୍ଷକ ଭାବେ ଯୋଗଦେଇଥିଲେ ମଧ୍ୟ ନିଜର ଜ୍ଞାନ, ବିଦ୍‌ବ ।, ପାଣ୍ଡିତ୍ୟ ଯୋଗୁଁ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ହୋଇ ପାରିଥିଲେ । ତାଙ୍କ ରଚିତ ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷାର ପୁରାତତ୍ଵ, ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ, ଭାରତୀୟ ଦର୍ଶନ ପ୍ରବେଶିକା, Dynasties of Medieval Orissa, Orissa Under Bhauma Kings ଆଦି ପୁସ୍ତକ ତାଙ୍କୁ ଚିରଦିନ ଅମର କରି ରଖିଥିବ ବୋଲି ଆଜି ଓଡ଼ିଆ ସାହିତ୍ୟ ଏକାଡେମୀ ଏବଂ କଳା, ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ଆନୁକୂଲ୍ୟରେ ଆୟୋଜିତ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ…

Read More

ନୟାଗଡ଼ ଡି.ଏଫ୍.ଓ.ଙ୍କ ବଦଳି ବାତିଲ ନିମନ୍ତେ ରାଜ୍ୟ ସରକାରଙ୍କୁ ନିବେଦନ

ନୟାଗଡ଼,(୦୯/୦୯): ନୟାଗଡ଼ର ବର୍ତ୍ତମାନ କାର୍ଯ୍ୟରତ ବନ ଖଣ୍ଡ ଅଧିକାରୀ ଧମଧୀର ଧନରାଜ ହନୁମନ୍ତଙ୍କ ଆକସ୍ମିକ ବଦଳିକୁ ନେଇ ନୟାଗଡ଼ ଜିଲ୍ଲାର ପରିବେଶ ପ୍ରେମୀ, ବୁଦ୍ଧିଜୀବି ତଥା ସଚେତନ ନାଗରିକ ଗଣ ବ୍ୟଥିତ। ଜଣେ ଦକ୍ଷ ଆଉ ସମର୍ପିତ ଅଧିକାରୀ ରୂପେ ତାଙ୍କ ସ୍ବଳ୍ପ ରହଣି କାଳ ମଧ୍ୟରେ ଖାଲି ବନ ବିଭାଗ କାହିଁକି ଅନ୍ୟ ସବୁରେ ମଧ୍ୟ ଜିଲ୍ଲା ବାସୀଙ୍କ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମହାମାରୀ କୋଭିଡ୍କୁ ଜିଲ୍ଲାରେ ନିୟନ୍ତ୍ରଣ କରିପାରିବା ସହିତ ଏ ବର୍ଷର ଜଙ୍ଗଲ ନିଆଁ ସମୟରେ ସାରା ରାଜ୍ୟ ଜଳୁଥିବା ବେଳେ ନୟାଗଡ଼ ବନଖଣ୍ଡକୁ ନିଆଁ ଦାଉରୁ ମୁକ୍ତ କରି ଉଚ୍ଚ ପ୍ରଶଂସା ସାଉଁଟି ପାରିଛନ୍ତି। ଗର୍ବ ଅହଙ୍କାର ଶୂନ୍ୟ, ସରଳ, ଭଦ୍ର, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଏଚ଼.ଡି ମହୋଦୟ ଅଣ ଓଡ଼ିଆ ହୋଇ ମଧ୍ୟ ନୟାଗଡ଼ିଆଙ୍କ ହୃଦୟ…

Read More

ଗୁରୁଦିବସରେ ଡ଼. ଜଗମୋହନଙ୍କୁ ‘ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ’

ନୟାଗଡ଼(୦୫/୦୯):- ସଂସ୍କୃତ ଭାଷା ସାହିତ୍ୟର ଗବେଷକ, ସୁସାହିତ୍ୟିକ ତଥା ପଶ୍ଚିମବଙ୍ଗର ଖଡ଼ଗପୁର ମହାବିଦ୍ୟାଳୟରେ ସହ-ପ୍ରାଧ୍ୟାପକ ଭାବେ କାର୍ଯ୍ୟକରୁଥିବା ଡ. ଜଗମୋହନ ଆଚାର୍ଯ୍ୟଙ୍କୁ ପବିତ୍ର ଗୁରୁଦିବସରେ “ଶ୍ରେଷ୍ଠ ଯୁବ ଶିକ୍ଷକ ସମ୍ମାନ ” ପ୍ରଦାନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଦ୍ୟୁତ ସାମନ୍ତ ସଭାପତିତ୍ବ କରିଥିଲାବେଳେ ଅଜମଲ୍ ହୁସେନ୍ ମୁଖ୍ୟଅତିଥି ଭାବେ ଏବଂ ପ୍ରଫେସର ତପନ୍ ପାଲ୍ , ଡ.ବିମଳକୃଷ୍ଣ ଦାସ, ଡ.ଶୁକ୍ଳାସାହା ମଣ୍ଡଳ, ଡ.ରଂଜିତା ବିଶ୍ୱାସ, ଡ.ବିକାଶ ଘୋଷ, ଡ.ଇନ୍ଦ୍ରାଣୀ ଚକ୍ରବର୍ତ୍ତୀ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ଖଡ଼ଗପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଡ.ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା ଏଥିରେ ଅତିଥିମାନେ ସମ୍ମାନିତ ପ୍ରତିଭୂଙ୍କ ଆଦର୍ଶ ଶିକ୍ଷକ ଜୀବନ, ଶିକ୍ଷାଦାନକ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ବିଷୟରେ ଆଲୋକପାତ କରିଥିଲେ।ଜଣେ ଆଦର୍ଶ ଶିକ୍ଷକ ସହ ନିଜ ସାହିତ୍ୟକୃତି ପାଇଁ ମଧ୍ୟ ଜାତୀୟସ୍ତରରେ ବେଶ୍ ପରିଚିତି ଲାଭ କରିପାରିଛନ୍ତି ଡ.ଆଚାର୍ଯ୍ୟ। ତାଙ୍କ…

Read More

ସୁଧା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ସାମ୍ୱାଦିକ ସଙ୍ଘର ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼,(୨୬/୦୮):- ରାଜ୍ୟର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଭାବେ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ସୁଧା ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ ନୂତନ ରାଜ୍ୟ ସଭାପତିଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନାଟ୍ୟକାର ତଥା ସୁଧା ଅନୁଷ୍ଠାନର ଆବାହକ ଡ. ଆଶୁତୋଷ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଶେଖ ଅବଦୁଲ ଖାଲିକ, ଗଣେଶ ମିଶ୍ର, ଆଦିତ୍ୟ ମିଶ୍ର, ରଞ୍ଜନ ରଶ୍ମି ଜେନା, ଅଶୋକ ମଲ୍ଲ, ସରୋଜ ସାହୁ, ଲଷ୍ମୀକାନ୍ତ ରଥ, ବିରୁପାକ୍ଷ ସ୍ୱାଇଁ, ଗୋକୁଳ ଷଡ଼ଙ୍ଗୀ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବୁଲବୁଲ ମାନସିଂହ, ଆୟୁଷ୍ମାନ ଓ ଦେବରାଜଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସତ୍ୟବ୍ରତ…

Read More

ସ୍ୱାଧୀନତା ଦିବସରେ ଅନନ୍ୟା ଫାଉଣ୍ଡେସନ ଦ୍ୱାରା ସେବା କାର୍ଯ୍ୟକ୍ରମ

ନୟାଗଡ଼,(୧୫/୦୮):- ଅନନ୍ୟା ଫାଉଣ୍ଡେସନ୍ ନୟାଗଡ଼ ବ୍ଳକ ଟାଙ୍ଗିପାଟଣାସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନକୁ ଅନୁସରଣ କରି ୧୦ଜଣ ସଦସ୍ୟଙ୍କ ମଧ୍ୟରେ ଆଜି ୭୫ତମ ସ୍ବାଧୀନତା ଦିବସ ପାଳନ କରିବା ସହ ତାର ସେବା କାର୍ଯ୍ୟକ୍ରମ ଜାରି ରଖିଥିଲା। ଆଜି କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଟାଙ୍ଗିପାଟଣାର ସମସ୍ତ ଅଧିବାସୀମାନଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇ ସଦସ୍ୟମାନେ ପ୍ରତି ଘରେ ଘରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ପରେ ସମସ୍ତ ସଦସ୍ୟମାନେ ଶଙ୍ଖେଇ, ଡ଼ମସାହି, ମାଳିସାହି, ଦର୍ପନାରାୟଣପୁର, ଲୁଣିସାହି ଇଟାମାଟି ଓ ବାପୁଜୀ ନଗରରେ ଥିବା କିଛି ଜନଜାତିର ଅଧିବାସୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଉକ୍ତ ପରିବାର ଗୁଡିକରେ ୧୫ବର୍ଷରୁ ତଳକୁ ଥିବା ସମସ୍ତ ପିଲାଙ୍କ ନିମନ୍ତେ ନୂତନ ପୋଷାକ ପ୍ରଦାନ କରାଯାଇଥିଲା। ପରେ ପଣ୍ଡୁସରର ପିତାମାତା ହରେଇ ଥିବା ଭାଈ ଭଉଣୀଙ୍କୁ ନୂତନ…

Read More

ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଏକ ସୁନ୍ଦର ସଙ୍ଗୀତ ଭିଡ଼ିଓ ଦେଖନ୍ତୁ….

ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ଵାଧୀନତା ଦିବସ…ଏହି ଅବସରରେ ଆମ ନୟାଗଡ଼ ଜିଲ୍ଲାରୁ ପ୍ରସ୍ତୁତ ହୋଇଥିବା ଏକ ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତ ଶୁଣନ୍ତୁ…

Read More