ବିଦେଶରୁ ଫେରିବା ପରେ ବିଭିନ୍ନ ପଦରୁ ଇସ୍ତଫା ଦେଲେ ବନୁ ଭାଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଭିନ୍ନ ସାଙ୍ଗଠନିକ ପଦ ପଦବୀରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଲେ ସମାଜସେବୀ ପ୍ରମୋଦ ପଟ୍ଟନାୟକ (ବନୁ ଭାଇ) । ଶ୍ରୀଯୁକ୍ତ ପଟ୍ଟନାୟକ ବିଦେଶ ଗସ୍ତ ପୂର୍ବରୁ ଇସ୍ତଫା ସମ୍ପର୍କରେ ମେ’ମାସ ୨୨ ତାରିଖରେ ପୁର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ନୟାଗଡ଼ ଡ଼ଃ. ଅରୁଣ କୁମାର ସାହୁଙ୍କୁ ଲିଖିତ ଭାବେ ଅବଗତ କରିଥିଲେ । ଗତ ତିନି ମାସ ଧରି ଶ୍ରୀ ପଟ୍ଟନାୟକ ବିଦେଶ ଗସ୍ତରେ ରହି ଏବେ ନୟାଗଡ଼ରେ ପହଞ୍ଚିବା ପରେ ଆଜି ଆନୁଷ୍ଠାନିକ ଭାବେ “ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ”, ମୋ ସ୍କୁଲ ଯୋଜନା ସଂଯୋଜକ, ମୋ କଲେଜ ଷ୍ଟିଅରିଂ କମିଟି ସଭ୍ୟ , ନୟାଗଡ଼ କ୍ଲବ୍ ସଭାପତି ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୩୦ ତାରିଖ ପରିଚାଳନାଗତ ଆର୍ଥିକ ତୃଟିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଶ୍ରୀଯୁକ୍ତ ପଟ୍ଟନାୟକ ନୟାଗଡ଼ ବୃଦ୍ଧାଶ୍ରମ “ସମର୍ପଣ”ର କାର୍ଯକାରୀ ସଭାପତି ପଦରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହିସବୁ ପଦ ପଦଵୀରୁ ଇସ୍ତଫା ଦେବା ପରେ ପୁର୍ବଭଳି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କର ସମସ୍ତ ସମୟ ସମାଜସେବା ଏବଂ ନୟାଗଡ଼ର ସାମଗ୍ରୀକ ବିକାଶ କ୍ଷେତ୍ରରେ ବିନିଯୋଗ କରିବେ ବୋଲି ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Related posts