ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଦୁଇ ଦିନିଆ ପୂର୍ବ ସମ୍ଭାଗ ସ୍ତରୀୟ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସମ୍ପାଦକ ଓ ପ୍ରଧାନଚାର୍ୟ୍ଯ ବୈଠକ ଉଦଘାଟିତ ହୋଇଯାଇଛି। ଶିକ୍ଷାବିକାଶ ସମିତି ଓଡିଶା, ପୂର୍ବ ସମ୍ଭାଗ ସଭାପତି ଶ୍ରୀଯୁକ୍ତ ଡ଼. କିଶୋର ଚନ୍ଦ୍ର ମହାନ୍ତି ଦ୍ୱୀପ ପ୍ରଜ୍ୱଳନ କରିଥିଲେ। ବାଙ୍କୀ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଧରଣୀଧର ସlହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ପରିଚୟ ପ୍ରଦାନ କାର୍ଯ୍ୟ ସମ୍ପାଦନ କରିଥିଲେ।

ନୟାଗଡ଼ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ହରେକୃଷ୍ଣ ମୁଦୁଲି ମହାମାରୀ କରୋନା ରେ ସ୍ଵର୍ଗବାସ କରିଥିବା ଶିଶୁଓ କାର୍ଯ୍ୟକର୍ତା ଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଦ୍ୟାଳୟ ର ପୂର୍ବ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ଓ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଶିଶୁ ବlଟିକା କାର୍ଯ୍ୟାଶାଳା ଉଦଘାଟନ ଶ୍ରୀଯୁକ୍ତ ଡ଼.କିଶୋର ଚନ୍ଦ୍ର ମହାନ୍ତି ଙ୍କ କରକମଳ ରେ ହୋଇଥିଲା ।ପ୍ରାଦେଶିକ ମେଧା ଓ ଭାରତୀକୃଷ୍ଣ ପ୍ରତିଭା ରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଖୋର୍ଦ୍ଧା ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ସୁଧୀର କୁମାର ନାୟକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ସମ୍ଭାଗ ସଂଯୋଜକ ଶ୍ରୀଯୁକ୍ତ ଶିରୀଷ କୁମାର ହାତୀ ବୈଠକ ର ଉଦ୍ଦେଶ୍ୟ ଜ୍ଞାମ୍ପନ କରିଥିଲେ। ମୁଖ୍ୟ ଅତିଥିଙ୍କ ମାର୍ଗଦର୍ଶନ ପରେ ସଭାପତି ଶ୍ରୀଯୁକ୍ତ ଡ଼. କିଶୋର ଚନ୍ଦ୍ର ମହାନ୍ତି ଶିକ୍ଷା କ୍ଷେତ୍ରରେ ଶିଶୁ ଅବିଭାବଙ୍କ ର ଅନୁଷ୍ଠାନ ପ୍ରତି ଥିବା ଆଶା ଓ ଆକାଂକ୍ଷା କୁ ଚରିତାର୍ଥ କରିବା ପାଇଁ ଆମେ ସମସ୍ତେ ସର୍ବଦା ଚେଷ୍ଟା କରିବା ଉଚିତ ବୋଲି ଦର୍ଶାଇଥିଲେ। ସମ୍ଭାଗ ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ପୂର୍ବ ସମ୍ଭାଗ କାର୍ଯ୍ୟକର୍ତା, ଜିଲ୍ଲା ପ୍ରମୁଖ, ବିଭାଗପ୍ରମୁଖ, ସଂକୁଳପ୍ରମୁଖ ଓ ନୟାଗଡ଼ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଧାନଚାର୍ୟ୍ଯ ଓ ସମ୍ପାଦକ ଯୋଗଦାନ କରିଥିଲେ। ବିଦ୍ୟାଳୟ ର ମାତୃଭାରତୀ ମାଆ ମାନଙ୍କ ଦ୍ୱାରା ଭୋଜନ,ଜଳପାନ ପରିବେଷଣ କରାଯାଇଥିଲା।
