ସଂସ୍କୃତି ଓ ସାହିତ୍ୟର ବିକାଶ ଦିଗରେ ଅନୁବାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁବାଦ ହେଉଛି ଦୁଇଧାରୁଆ ଖଣ୍ଡା ସଦୃଶ ତେଣୁ ଅନୁବାଦ କାର୍ଯ୍ୟ କଲାବେଳେ ଅନୁବାଦକଙ୍କୁ ବେଶ୍ ସତର୍କ ଓ ସଜାଗ ରହିବାକୁ ପଡେ। ଯଥାର୍ଥ ଅନୁବାଦ ପାଇଁ ମୂଳଭାଷା ଓ ସ୍ରୋତ ଭାଷା ଉପରେ ଦକ୍ଷତା ଥିବା ଆବଶ୍ୟକ। ଅନୁବାଦକ ଜଣେ ସର୍ଜନଶୀଳ ବ୍ୟକ୍ତି ଏବଂ ସଂସ୍କୃତି ତଥା ସାହିତ୍ୟର ବିସ୍ତାର ଦିଗରେ ଅନୁବାଦକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତୀୟସ୍ତରର ଖ୍ୟାତିପ୍ରାପ୍ତ ଅନୁବାଦକ ଦିନେଶ ମାଳୀ ମତବ୍ୟକ୍ତ କରିଛନ୍ତି। ବିଶିଷ୍ଟ ଅନୁବାଦକ ରାଧୁ ମିଶ୍ରଙ୍କ ସଂଯୋଜନା ରେ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଥିବା ଅନୁବାଦକମାନଙ୍କର ସାରସ୍ୱତ ସମ୍ମିଳନୀର ” ଅନୁଭବରେ ଅନୁବାଦକ” କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ସେ। ଭାରତୀୟ ଅନୁବାଦ ସାହିତ୍ୟ ର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବାସହ ଅନୁଷ୍ଠାନ…

Read More

“ପାରିଆପଣେ ପାଣ୍ଡିଆ” ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ବିଶିଷ୍ଟ ଲେଖକ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ପାରିଆପଣେ ପାଣ୍ଡିଆ’ ଆଜି ନୟାଗଡ଼ ରୋଟାରୀ ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ଼.ହୃଷିକେଶ ମଲ୍ଲିକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାରସ୍ୱତ ପ୍ରେମୀ ଯୋଗ ଦେଇଥିଲେ। ରଂଜୁବାଳା ପ୍ରକାଶନୀର ମୁଖ୍ୟ ଶରତଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ । ପ୍ରାକ୍ତନ ଶିକ୍ଷକ ଅଲେଖ ବେହେରା ଓ ପାଣ୍ଡବ ପ୍ରଧାନଙ୍କ ଦ୍ୱାରା ପୁସ୍ତକ ଉତ୍ସର୍ଗ ହୋଇଥିବା ସ୍ୱର୍ଗତ ବିଚ୍ଛେଦ ମହାପାତ୍ରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମହାନ୍ତି, ଗାଳ୍ପିକ ତପନ ମହାପାତ୍ର ଓ ସଙ୍ଗୀତକାର ଶରତ କୁମାର ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୁସ୍ତକର ଲୋକାର୍ପଣ ଅବସରରେ…

Read More

ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମ; କ୍ଷୋଭ ପ୍ରକାଶ କଲେ ଯୁବ ସାହିତ୍ୟିକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେଉଥିବା ସାହିତ୍ୟ ଏକାଡେମୀ କାର୍ଯ୍ୟକ୍ରମରେ ବ୍ୟାପକ ତୃଟି ଏବଂ ମନମାନୀକୁ ନେଇ ଯୁବ ସାହିତ୍ୟିକ ଅନୀଲ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କ ଫେସବୁକ ପେଜରେ ଉଲ୍ଲେଖ କରିଛନ୍ତି କି, ଅଣସାହିତ୍ୟିକ ତଥା ରାଜନୈତିକ ଇଚ୍ଛାଶକ୍ତି ସର୍ମ୍ପନ୍ନ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଦୀର୍ଘଦିନ ଧରି ନୟାଗଡ଼ ଜିଲ୍ଲାରେ ସାହିତ୍ୟ ଏକାଡେମୀ ତରଫରୁ କୈାଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଉନଥିବା ବେଳେ ଏବେ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ସେଠାରେ ସାତିତ୍ୟିକ କମ ଏବଂ ଅଣସାହିତ୍ୟିକଙ୍କୁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇଛି । ନୟାଗଡ଼ ଜିଲ୍ଲାରୁ ସାହିତ୍ୟ କ୍ଷେତ୍ରରେ ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବା ଦାଶ ବେନୁହର୍, ଜ୍ଞାନି ଦେବାଶିଷ ମିଶ୍ର, ଡ. ଭାରତ ଭୂଷଣ ରଥ, ଦେବାଶିଷ…

Read More

ସ୍ୱାତୀଲଗ୍ନା ସାହିତ୍ୟ ଇ-ପତ୍ରିକାର “ସ୍ୱାତୀଲଗ୍ନା କଳା ସମ୍ମାନ-୨୦୨୨” ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ନୟାଗଡ଼ ଜିଲ୍ଲାର ରାବରା ଗ୍ରାମର ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଓ ଶରଣକୁଳ ନିକଟସ୍ଥ ଗୋଡିପଲ୍ଲୀ ଗ୍ରାମର ସଂଗ୍ରାମ କେଶରୀ ସ୍ୱାଇଁକୁ “ସ୍ୱାତୀଲଗ୍ନା କଳା ସମ୍ମାନ 2022″ରେ ସମ୍ମାନିତ କରାଯାଇଛି। ଶ୍ରୀଯୁକ୍ତ ସୀତାରାମ ଚୌଧୁରୀ ଏକକ ଅଭିନୟ କ୍ଷେତ୍ରରେଜଣେ ଅନନ୍ୟ ଅଗ୍ରଦୂତ। ଆନ୍ଧ୍ର, ଓଡ଼ିଶା ତଥା ପଶ୍ଚିମବଙ୍ଗ ଭଳି ପଡୋଶୀ ରାଜ୍ୟମାନଙ୍କରେ ଏକକ ଅଭିନୟ କରି ସେ ଅନେକ ସୁଖ୍ୟାତି ଅର୍ଜ୍ଜନ କରି ପାରିଅଛନ୍ତି। ସମୟ ଶ୍ରୋତରେ ହଜିଯାଉଥିବା ବିଲୁପ୍ତପ୍ରାୟ “ଏକକ ଅଭିନୟ”କୁ ସେ ନିଜ ଅଧ୍ୟବସାୟ ବଳରେ ଉଜ୍ଜୀବିତ କରି ଆଜିପର୍ଯ୍ୟନ୍ତ ବଞ୍ଚେଇ ରଖି ଆସିଥିବାରୁ ଶ୍ରୀ ଚୌଧୁରୀ ମହୋଦୟଙ୍କୁ ଚଳିତ ବର୍ଷ ପାଇଁ “ସ୍ଵାତୀଲଗ୍ନା କଳା ସମ୍ମାନ ୨୦୨୨” ରେ ସମ୍ମାନିତ କରାଯାଇଛି ସେହିପରିହେ ଅନନ୍ୟ ପ୍ରତିଭୂ ସଂଗ୍ରାମ କେଶରୀ…

Read More

ଇଟାମାଟିରେ “ବିଶ୍ୱ କବିତା ଦିବସ” ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ବିଶ୍ୱ କବିତା ଦିବସ’ ଅବସରରେ ଏକ କବିତା ପାଠୋତ୍ସଵ ଇଟାମାଟିସ୍ଥିତ ଚନ୍ଦ୍ରକାନ୍ତି ନିଳୟ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କବିତା ଆସରରେ ବିଶିଷ୍ଟ ଅତିଥି ଭାବେ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ନାଟ୍ୟଭୂଷଣ ଡ଼ଃ ବିଜୟ ଚୌଧୁରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, ଶିଶୁ ସହିତ୍ୟିକା ବସିରନ ବିବି ପ୍ରମୁଖ ଯୋଗଦାନ କରି ସାହିତ୍ୟ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମନ୍ତ୍ରଚାରଣ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ସ୍ୱାଗତ ଭାଷଣ…

Read More

ସୌଦାମିନୀ ମିଶ୍ରଙ୍କ କବିତା “ପ୍ରତାରକ ପ୍ରେମିକ”

ପ୍ରତାରକ ପ୍ରେମିକ ବଢ଼ୁଥାଏ ଧୀରେ ଯେବେରାତିର ବୟସ,ବଢ଼ିଥାଏ ଧୀରେ ସେବେମନତଳ ଶୋଷ ! ନିରୀହ ଚାହାଣି ପୁଣିଓଠ ତୁନି ଥିବ,ସ୍ମୃତି ତୁମ ମନେପଡ଼ିଦେହ ଜଳୁଥିବ ! କେମିତି ବୁଝିବ ଅବାକଷ୍ଟ ହୃଦୟର;ମୁଁ ପରା ଫଟା ବଇଁଶୀ,ଦୁର୍ବଳ ମୋ’ ସୁର ! ଛଳନାର ଗନ୍ଧ ତୁମେଡିମିରି ଫୁଲର,କଲ ମୋତେ ପରିତ୍ୟକ୍ତାଏ ରାସ୍ତାକଡ଼ର ! ବାଟ ଭାଙ୍ଗି ଚାଲିଗଲ,ଏଡ଼େ ସ୍ୱାର୍ଥପର;ନିହାଣର ଆଘାତେ ମୁଁକୋଣାର୍କ ମନ୍ଦିର ! ସତରେ ନ ହେଲେ ନାହିଁ,ସପନରେ ଆସ;ପାଖରୁ ନ ହେଲେ ନାହିଁ,ଦୂରୁ ଟିକେ ହସ ! ବାହାନାରେ ବଞ୍ଚିଯିବିବାକି କିଛି ଦିନ;ହୁଅ ପଛେ ଆଉ କା’ର ,ନ ଥାଉ ମୋ’ ଚିହ୍ନ ! ନୀଳାଦ୍ରିବିହାର, ନୟାଗଡ଼

Read More

ନାଟକ ସମଗ୍ର ରେ ପ୍ରକାଶିତ ହୋଇଛି ନୟାଗଡ଼ର ନାଟ୍ୟକାରଙ୍କ ନାଟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତା ତଥା ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ନାଟ୍ୟ ଉତ୍ସବ ପୂର୍ବ ରଂଗ ର ଉଦଯାପନୀ ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ୫ ଜଣ ନାଟ୍ୟକାରଙ୍କ ନାଟକ ଗ୍ରନ୍ଥାବଳୀ ‘ ନାଟକ ସମଗ୍ର ‘। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଜଂନ କୁମାର ଦାସ, ସଂଗୀତ ନାଟକ ଏକାଡେ଼ମୀ ସଭପତି ଅରୁଣା ମହାନ୍ତି,ସଚିବ ପ୍ରବୋଧ କୁମାର ରଥ, ଉପସଭାପତି ମନ୍ମଥ ଶତପଥୀ, ନାଟ୍ୟ ସଂଘର ସଭାପତି ହରେନ ସାହୁଙ୍କ ସହ ପାଞ୍ଚ ଜଣ ନାଟ୍ୟକାର ଉପସ୍ଥିତ ରହି ନାଟକ ସମଗ୍ର ର ଉନ୍ମୋଚନ କରିଥିଲେ।ନାଟକ ସମଗ୍ର ରେ ନୟାଗଡ଼ର ବିଶିଷ୍ଟ…

Read More

ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ ‘ଯୌବନ’ ଲୋକାର୍ପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି । ଜୁମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରମୂଖ କବି ଓ ସାହିତ୍ୟିକମାନେ ଯୋଡ଼ି ହୋଇଥିବା ବେଳେ ନୟାଗଡ଼ ଦଳୀୟ କାର୍ଯ୍ୟାଳୟଠାରୁ ଶତାଧିକ ସାହିତ୍ୟିକ ଏବଂ ପ୍ରଶଂସକଙ୍କ ଗହଣରେ ପୁସ୍ତକ ଉନ୍ମୋଚନ ତଥା ଲୋକର୍ପଣ କାର୍ଯ୍ୟ ସମାପନ ହୋଇଛି । ଓଡ଼ିଆ ଗଳ୍ପ ସାହିତ୍ୟର ଧୂରୀଣ ସ୍ରଷ୍ଟା ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକକୁ ଲୋକର୍ପିତ କରିବା ସହ କର୍ମ ଓ ଧର୍ମରେ ରାଜନେତା ଅରୁଣଙ୍କ ସାହିତ୍ୟ ପ୍ରତି ଥିବା ରୁଚି ଏବଂ ଭଲପାଇବାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥି…

Read More

ସ୍ମରଣିକା “ଅଫେରା ତୁମେ” ଲୋକାର୍ପିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଅବସରପ୍ରାପ୍ତ ଶିକ୍ଷକ, କବି, ପରିବେଶବିତ୍ ତଥା ସମାଜସେବୀ ସ୍ୱର୍ଗତ ଲକ୍ଷ୍ମୀକାନ୍ତ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ନିଜ ଗ୍ରାମ ଓଡ଼ଗାଁବ୍ଲକ ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମରେ ପାଳିତ ହୋଇଯାଇଛି। ଏ ଅବସରରେ ଅନୁଷ୍ଠିତ ହୋଇଥିବା ସ୍ମୃତିସଭା କାର୍ଯ୍ୟକ୍ରମରେ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସାରସ ମିଶ୍ର, ଗଣେଶ୍ୱର ସାହୁ, ଅର୍ଜୁନ ସାହୁ, ବରିଷ୍ଠ କବି ଲୋକନାଥ ମିଶ୍ର(ଭରଦ୍ୱ।ଜ), ଶିବ ମିଶ୍ର, ରଘୁନାଥ ପ୍ରଧାନ, ଅବକାଶ ସାହୁ, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାଶ, ବିଶିଷ୍ଟ ଶିଶୁସାହିତ୍ୟିକା ବସିରନ୍ ବିବି, ଅବସରପ୍ରାପ୍ତ ଶିକ୍ଷକ ଜନାର୍ଦ୍ଦନ ପ୍ରଧାନ, ଶେଷଦେବ ସାହୁ, ଜଗନ୍ନାଥ ପଟ୍ଟନାୟକ, ଆନନ୍ଦ ଚନ୍ଦ୍ର ପରିଡ଼ା, ଦାଶରଥି ସାହୁ, ବ୍ରଜବନ୍ଧୁ ସାହୁ, ନବକିଶୋର ସାହୁ, ଘନଶ୍ୟାମ ସାହୁ, ରମାକାନ୍ତ ପ୍ରଧାନ ଆଦି ବହୁ…

Read More

ବହୁଭାଷୀ ଦେଶ ପାଇଁ ଅନୁବାଦ ଏକ ଆବଶ୍ୟକତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ଅନ୍ ଲାଇନ୍ ମାଧ୍ୟମରେ ଜାତୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ କବିମାନେ ଏଥିରେ ଅଂଶଗ୍ରହଣ କରି ହିନ୍ଦୀ, ସଂସ୍କୃତ, ଓଡ଼ିଆ, ଇଂରାଜୀ ତଥା ବଙ୍ଗଳା ଭାଷାରେ ଅନ୍ୟାନ୍ୟ ଭାରତୀୟ ଭାଷାର ଅନୂଦିତ କବିତା ସହ ମୈ।ଳିକ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅନୁବାଦକ ବିଜୟ କୁମାର ପ୍ରଧାନ ଅଧ୍ୟକ୍ଷତା କରି ଅନୁବାଦ ଏକ ସର୍ଜନାତ୍ମକ କାର୍ଯ୍ୟ ଏହାକୁ ଅନୁବାଦକ ନିଜର ବିଶିଷ୍ଟ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୌଶଳ ଦ୍ୱାରା ଲାଳିତ୍ୟପୁର୍ଣ୍ଣ ତଥା ପ୍ରଭାବଶାଳୀ କରିପରିଥାଏ, ବିଶେଷଭାବେ ବହୁଭାଷୀ ଦେଶ ପାଇଁ ଅନୁବାଦର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟ ସମଗ୍ର ଭାରତବର୍ଷର ଅନୁବାଦକଙ୍କୁ ଯୋଡିବା…

Read More