ଜ୍ଞାନ,ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୈ।ଶଳ ଅନୁବାଦକୁ ପଭାବଶାଳୀ କରେ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ବିଭିନ୍ନ ପ୍ରାନ୍ତର ଅନୁବାଦକଙ୍କୁ ଏକାଠି କରିବା ସହ ଅନୁବାଦ ସାହିତ୍ୟର ବ୍ୟାପକତା ଦିଗରେ ନିରନ୍ତର ପ୍ରୟାସ କରିଆସୁଥିବା ଭାରତୀୟ ଅନୁବାଦ ସାହିତ୍ୟ ଅନୁଷ୍ଠାନ ବିଭିନ୍ନ ସମୟରେ ଅନୁବାଦ ସାହିତ୍ୟ ଆଧାରିତ ଆଲୋଚନାଚକ୍ର, ଅନୁବାଦକଙ୍କ ଅନୁଭବ,ଅନୂଦିତ କାବ୍ୟପାଠ ଆଦି ଆୟୋଜନ କରିଆସୁଅଛି। ଏହି କ୍ରମରେ ଅନୁଷ୍ଠାନ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି ବହୁଭାଷୀ ଅନୂଦିତ କାବ୍ୟପାଠ ଓ କାବ୍ୟ ସମୀକ୍ଷା କାର୍ଯ୍ୟକ୍ରମ।

ଭାରତୀୟ ଅନୁବାଦ ସାହିତ୍ୟର ଆବାହକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବରେଣ୍ୟ ଅନୁବାଦକମାନଙ୍କୁ ସ୍ୱାଗତ କରିବା ସହ ଭାରତୀୟ ଅନୁବାଦ ସାହିତ୍ୟ ଆସନ୍ତା ସମୟରେ ବିଭିନ୍ନ ରାଜ୍ୟମାନଙ୍କରେ ସମ୍ମିଳନୀ ଆୟୋଜନ ଏବଂ ଅନୁବାଦ କାର୍ଯ୍ୟ କୁ ବ୍ୟାପକ କରିବା ଦିଗରେ ଯତ୍ନଶୀଳ ହେବ ବୋଲି ଦର୍ଶାଇଥିଲେ। ଆକାଶବାଣୀ ଉପସ୍ଥାପିକା ମିତା ପଟ୍ଟନାୟକ ଓ ଯୁବ ଅନୁବାଦିକା ଜୟଶ୍ରୀ ଦୋରାଙ୍କ ସଂଯୋଜନାରେ ୨୦ ରୁ ଅଧିକ ଯୁବ ତଥା ଖ୍ୟାତନାମା ଅନୁବାଦକ ସେମାନଙ୍କ ଦ୍ୱାରା ଅନୂଦିତ କାବ୍ୟପାଠ କରିଥିଲେ। ବିଶେଷ ଭାବେ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଅନୁବାଦିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥବା ଅନୁବାଦକ ହରେକୃଷ୍ଣ ମେହେର ଙ୍କ ସହ ଡ.ଭଗବାନ ତ୍ରିପାଠୀ, ମଂଜୁଳା ଆସ୍ଥାନା ମହାନ୍ତି, ମଂଜୁ ଶର୍ମା ମହାପାତ୍ର, ଶୈଳବାଳା ମହାପାତ୍ର,ନିହାରିକା ମଲ୍ଲିକ, ପାରମିତା ଷଡ଼ଙ୍ଗୀ, ଅନାମିକା ଦାସ, ନମିତା ପାଇକରାୟ, ଉର୍ମିମାଳା ଆଚାର୍ଯ୍ୟ, ବିଦ୍ୟୁତପ୍ରଭା ଗନ୍ତାୟତ, ସଂଗୀତା ରଥ, ଚନ୍ଦ୍ରମା ମହାପାତ୍ର, ବସିରନ୍ ବିବି, ସନାତନ ମହାକୁଡ଼, ଶୁଭଲକ୍ଷ୍ମୀ ସେନାପତି, ଶ୍ରୀକାନ୍ତ ପଣ୍ଡା, ଜାହ୍ନବୀ ତ୍ରିପାଠୀ ପ୍ରମୁଖ ବିଭିନ୍ନ ଭାଷାର କବିତା ପାଠ କରିଥିଲେ।

ଏହି କାବ୍ୟ ପାଠ କାର୍ଯ୍ୟକ୍ରମରେ ସମୀକ୍ଷକ ଭାବେ ଆଲିଗଡ ର ହିନ୍ଦୀ ବିଭାଗ ପ୍ରଫେସର ତଥା ଖ୍ୟାତିସମ୍ପନ୍ନ ଅନୁବାଦକ ଡ.ବିଜେନ୍ଦ୍ର ପ୍ରତାପ ସିଂହ କାବ୍ୟ ସମୁହର ସମୀକ୍ଷା କରିବା ସହ ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ଅନୁବାଦକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ, ସାହିତ୍ୟର ଏହି ପ୍ରମୁଖ ବିଭାଗଟି ବିସ୍ତୃତ ଅନୁବାଦ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିବ ବିଶେଷ ଭାବେ ଅନୁବାଦ ବେଳେ ଅନୁବାଦକ ଙ୍କୁ ବେଶ୍ ସଜାଗ ତଥା ସତର୍କ ହୋଇ କାର୍ଯ୍ୟ କରିବାକୁ ପଡ଼ିଥାଏ ଏବଂ ଜ୍ଞାନ, ଅନୁଭବ, ସାମର୍ଥ୍ୟ ଏବଂ କଳାତ୍ମକ କୈ।ଶଳ ଅନୁବାଦକୁ ପଭାବଶାଳୀ କରିପାରେ ବୋଲି ମତବ୍ୟକ୍ତ କରିଥିଲେ।

Related posts