ନୟାଗଡ଼(ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀର ୬୫ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ କେବଳ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ମୋଟ ୨୪ଟି ପୁରସ୍କାର ମଧ୍ୟରୁ ୬ଟି ପୁରସ୍କାର ପାଇ ଏକ ବିରଳ କୃତିତ୍ୱ ହାସଲ କରି ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରିବା ସହିତ ଜିଲ୍ଲାପାଇଁ ଆଣିଛନ୍ତି ଅନେକ ଗର୍ବ ଓ ଗୌରବ । ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୪ଟି ଏହିପରି ମୋଟ ୮ଟି ବିଷୟରେ ହୋଇଥିବା ଏହି ପ୍ରତିଯୋଗୀତାରେ ଜିଲ୍ଲାରୁ ବରିଷ୍ଠ ବିଭାଗରେ ୪ଟି ଏବଂ କନିଷ୍ଠ ବିଭାଗରେ ୨ଟି ପୁରସ୍କାର ଜିତିଛନ୍ତି । ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି ଏବଂ ସାଧାରଣ ଜ୍ଞାନ ବିଷୟରେ ହୋଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ତପନ ସ୍ୱାଇଁ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାର ଗାରିମା ବୃଦ୍ଧି କରିଥିା ବେଳେ ବକ୍ତୃତା ପ୍ରତିଯୋଗୀତାରେ ନୟାଗଡ଼ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶା ଶତପଥି ତୃତୀୟସ୍ଥାନ ହାସଲ କରିଛନ୍ତି । ସେହିପରି କବିତା ଆବୃତିରେ ଡିଏଭି ପବ୍ଲିକ ସ୍କୁଲ,ନୟାଗଡ଼ର ଦଶମ ଶ୍ରେଣୀ ଛାତ୍ରୀ ଶ୍ରେୟାଶ୍ରୀ ମିଶ୍ର ତୃତୀୟ ସ୍ଥାନ ଏବଂ ରଣପୁର ବ୍ଳକ ଅନ୍ତର୍ଗତ ବିକେ ନୋଡାଲ ବିଦ୍ୟାପୀଠର ଓମ ବାସୁଦେବ ପାତ୍ର ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । କନିଷ୍ଠ ବର୍ଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୭ମ ଶ୍ରେଣୀଛାତ୍ର ସ୍ୱପ୍ନଜିତ ମହାପାତ୍ର ସାଧାରଣ ଜ୍ଞାନ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାର ଗୌରବ ବୃଦ୍ଧି କରିଥିବା ବେଳେ କବିତା ଆବୃତିରେ ନୟାଗଡ଼ ଡିଏଭି ପବ୍ଲିକ ସ୍କୁଲର ୭ମ ଶ୍ରେଣୀ ଛାତ୍ରର ସୃଜନିକା ଦାଶ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ଏହି ବିରଳ କୃତିତ୍ୱ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଥବା ବେଳେ ଓଡ଼ିଶା ସାହତ୍ୟ ଏକାଡେମୀ ନୟାଗଡ଼ ଜିଲ୍ଲା ସଦସ୍ୟ ତଥା ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟାପକ ଅଶୋକ ନାୟକ, ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ କବି ନିର୍ମଳ ଚନ୍ଦ୍ର ଶୂରଦେଓ ପ୍ରମୁଖ କୃତି ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...