ନୟାଗଡ଼,(ନୟାଗଡ଼ ଦର୍ପଣ): ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ ବିଚାରପତି ବିରଞ୍ଚି କୁମାର ରଥ ଅଭିଯୁକ୍ତ ପୋଲିସ କର୍ମଚାରୀ ବ୍ରଜକିଶୋର ମଲ୍ଲିକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୬୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନାରେ ଗତ ୨୩.୦୮.୨୦୧୮ରେ ଅଭିଯୋଗକୁ ଭିତ୍ତି କରି ଏହି ଥାନାରେ କେସ ନଂ-୧୬୨/୧୮ ଏକ ମାମାଲା ରୁଜୁ ହୋଇ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଉକ୍ତ ମାମଲାରେ ତତ୍କାଳୀନ ମହିଳା କମିଶନର ହସ୍ତକ୍ଷେପ କରି ନୟାଗଡ଼ ସିଡବ୍ଲୁସିକୁ ସ୍ଥାନାନ୍ତରିତ ହୋଇ ରିପୋର୍ଟ ଆଧାରରରେ ଫତେଗଡ଼ ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାର ଅନୁସନ୍ଧାନ ପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିଲା ଏବଂ ମାମଲାର ସତ୍ୟାସତ୍ୟ ଜଣାପଡ଼ିଥିଲା । ଏହି ଘଟଣା ସେହି ସମୟରେ ନୟାଗଡ଼ ଜିଲ୍ଲାରେ ଜୋରରେ ଚର୍ଚ୍ଚା ଧରିଥିବା ବେଳେ ଏହ ମହିଳା କୋର୍ଟରେ ବିଚାରାଧିନ ଥିଲା । କିନ୍ତୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ସ୍ଥାନାନ୍ତରିତ ହୋଇ ତ୍ୱରିତ ବିଚାର ପକ୍ରିୟାରେ ସାମିଲ କରାଯାଇଥିଲା । ସାକ୍ଷୀମାନଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଏବଂ ସରକାରୀ ଓକିଲ ଅମୀୟ ପଟ୍ଟନାୟକଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ଅଭିଯୁକ୍ତ ପୋଲିସ କର୍ମଚାରୀକୁ ବିଚାରପତି ଏହି ଦଣ୍ଡାଦେଶ ଶୁଣାଇଥିବା ବେଳେ ପୀଡ଼ିତାକୁ ୭ଲକ୍ଷ ଟଙ୍କା କ୍ଷତିପୁରଣ ଦେବା ପାଇଁ ଆଦେଶରେ ଉଲ୍ଲେଖ କରାଯାଇଛି ।
ଦୁଷ୍କର୍ମ ମାମଲାରେ ପୋଲିସ କର୍ମଚାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
