ନୟାଗଡ଼,(ନୟାଗଡ ଦର୍ପଣ): ଚଳିତ ଡିସେମ୍ବର ମାସ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ପ୍ରଥମ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଟାଇକୋଣ୍ଡ ଭର୍ଚୁଆଲ ପୁମସେଇ ପ୍ରତିଯୋଗିତା ୨୦୨୧ ଉଦଯାପିତ। ଏହାକୁ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ ଓ ଓଡ଼ିଶା ଟାଇକୋଣ୍ଡ ସଂଘ, ପୂରୀ ମିଳିତ ଭାବରେ ପଚିଚାଳନା କରିଥିଲେ, ଏହାକୁ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି ଏମ ଏସି ସିଷ୍ଟମ ର ସହାୟତା ନିଆଯାଇଥିଲା । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ (ପ୍ରୟୋଗ) ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି । ସେହି ଦେଶ ଗୁଡିକ ହେଲା ଆମେରିକା,ଗ୍ରୀସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାଜାକିସ୍ଥାନ, ସ୍ଲୋଭାକିଆ, ବାହାରିନ, ଥାଇଲାଣ୍ଡ, ସିଙ୍ଗାପୁର , ହଙ୍କକଙ୍ଗ , ମାଲେସିଆ, ଫିଲପିନସ୍, ଇଣ୍ଡୋନେସିଆ ଏବଂ ଭାରତ ।…
Read MoreCategory: ମନୋରଞ୍ଜନ
ମଞ୍ଚସ୍ଥ ହେଲା ନାଟକ ‘ବାଞ୍ଛାର ବଗିଚା’
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟ୍ୟ ଉତ୍ସବ ୩ଦିନ ଧରି ଚାଲିବା ସହ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଭାତ ମହାରଣା, ମଞ୍ଚାୟନ ସଭାପତି ଯାମିନିକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଉଦ୍ଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ଏବଂ ୧୬୩ଥର ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବା ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ…
Read Moreଆଞ୍ଚଳିକ ସ୍ତରୀୟ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ
ଶିଙ୍ଗ ବାଦ୍ୟରେ ଦୁଲୁକିଲା ମଞ୍ଚ ସମ୍ବଲପୁରୀ ଢାପ ନୃତ୍ୟରେ ଝୁମିଲେ ଦର୍ଶକ ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ପ୍ରାଚୁର୍ଯ୍ୟମୟ ପାରମ୍ପରିକ ଲୋକକଳା ଓ ସଂସ୍କୃତି ଆମର ପରିଚୟ। କେବଳ ମନୋରଞ୍ଜନର ମାଧ୍ୟମ ହିସାବରେ ନୁହେଁ ବରଂ ଲୋକକଳା ଆମ ସାମାଜିକ ଜୀବନ ସହ ଅଙ୍ଗାଙ୍ଗୀ ଭାବେ କାହିଁ କୋଉ ଅମଳରୁ ଜଡ଼ିତ। ଆମର ଅନନ୍ୟ ପର୍ବପର୍ବାଣୀ ସହ କୃଷି ଓ କୃଷକଙ୍କ ମହତ୍ତ୍ୱକୁ ମଧ୍ୟ ଅନେକ ଲୋକକଳା ନିଜ ଭିତରେ ଧାରଣ କରିଛନ୍ତି। ଲୋକକଳାକୁ ଆହୁରି ଅଧିକ ରୁଦ୍ଧିମନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧, ଏପ୍ରିଲ ୨୦୧୧ରେ ରାଜ୍ୟ ଲୋକକଳା ସଂଘର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ଏକ ଦଶନ୍ଧି ଧରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଏହି ସଂଘ ଲୋକକଳାର ପ୍ରଚାର ପ୍ରସାର ସହ ଏଥିସହ…
Read Moreଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ପଡ଼ିଆରେ ଆଞ୍ଚଳିକ ସ୍ତରୀୟ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡା. ପୋମା ଟୁଡୁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Read Moreନୟାଗଡ ପୁରୁଣା ସହରରେ ୧୭ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାୟାମଶାଳାକୁ ସମର୍ପିତ କଲେ ମନ୍ତ୍ରୀ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳି ମନ୍ଦିର ନିକଟରେ ଅତ୍ୟାଧୁନିକ ବ୍ୟାୟାମଶାଳା ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଯୋଜନା, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ବ୍ୟାୟାଶାଳାରେ ମୋଟ ୧୭ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଅତ୍ୟାଧୁନିକ ବୈଦ୍ୟୁତିକ ସରଞ୍ଜାମ ପ୍ରୟୋଗ କରାଯାଇଥିବା ଜଣାପଡିଛି। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଯୋଗ ଦେଇଥିବା ବେଳେ, ପୌର ପରିଷଦର ନିର୍ବାହି ଅଧିକାରୀ ସନ୍ତୋଷ କୁମାର ଯେନା ଉପସ୍ଥିତ ରହିଥିଲେ । ନୟାଗଡ଼ ପୁରୁଣା ସହରର ଟାଇଗର କ୍ଲବର ସମସ୍ତ…
Read Moreମଞ୍ଚାୟନ ତରଫରୁ ନୟାଗଡ଼ରେ ଆସନ୍ତା ୨୪ରୁ ୨୬ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବ
ନୟାଗଡ଼,(ନୟାଗଡ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ସଂସ୍ଥାମାନଙ୍କ ମିଳିତ ସହଯୋଗରେ ଗଠିତ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଡିସେମ୍ବର ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଭାପତି ଯାମିନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ଏହି ନାଟ୍ୟ ମହୋତ୍ସବକୁ ନୟାଗଡ଼ର ଜିଲ୍ଲାପାଳ ଡା. ପୋମା ଟୁଡୁ ଉଦଘାଟନ କରୁଥିବା ବେଳେ ଉଦଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ନାଟକ ‘ବାଞ୍ଛାର ବଗିଚା’ ଅଭିନୀତ ହେବ । ଦ୍ୱିତୀୟ ସଂଧ୍ୟାରେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି ସଂଧ୍ୟାରେ ଜୀବନରେଖା ଭୁବନେଶ୍ୱରର ବହୁ…
Read Moreଭର୍ଚୁଆଲ ମୋଡ଼ରେ ଆନ୍ତର୍ଜାତୀୟ ଟାଇକୋଣ୍ଡ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ିଶା ଟାଇକୋଣ୍ଡ ସଂଘ, ପୁରୀ, ଭାରଡ ଓ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ, ଯୁଗ୍ମ ଭାବେ ପ୍ରଥମ ବିଶ୍ବସ୍ତରୀୟ ଟାଇକୋଣ୍ଡ ଭର୍ଚୁଆଲ ଆନ୍ତର୍ଜାତିୟ ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ କରୁଛନ୍ତି । ଏହା ତା ୨୨ ଡିସେମ୍ବର ୨୦୨୧ ଠାରୁ ତା ୨୭ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଲିବ, ଏଥିରେ ଦୁଇ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ପ୍ରଥମ ଟି ହେଲା ପୁମସେଇ (ପ୍ରୟୋଗ) ଓ ଅନ୍ଯଟି ଦୃତ ଗୋଡ ଦ୍ବାରା ପ୍ରହାର ପ୍ରତିଯୋଗିତା । ଏହାକୁ ଆନ୍ତର୍ଜାତୀୟ ସ୍ତରରେ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି.ଏମ.ଏ.ସି. ସିଷ୍ଟମର ସହାୟତା ନିଆଯାଇଛି । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି ।…
Read Moreପାଳିତ ହେଲା ମହୋତ୍ସବ କମିଟିର ପ୍ରତିଷ୍ଠା ଦିବସ
ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ବହୁ ଯୁବକ ଯୁବତୀ, ନଗର ପରିକ୍ରମା କଲା ମା କାଉଁରୀଙ୍କ ଆଜ୍ଞାମାଳ ରାଜସୁନାଖଳା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳା ମହୋତ୍ସବ କମିଟିର ଆଜି ପାଳିତ ହୋଇଯାଇଛି ପ୍ରତିଷ୍ଠା ଦିବସ। ଏହିକ୍ରମରେ ଆଜି ସକାଳେ ପ୍ରଥମେ ରାଜସୁନାଖଳାର ଅଧିଷ୍ଠାତ୍ରୀ ଦେବୀ ମା କାଉଁରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା। ମାଆଙ୍କର ଆଜ୍ଞାମାଳ ପ୍ରାପ୍ତ ହେବାପରେ ଏକ ବିଶାଳ ଶୋଭାଯାତ୍ରାରେ ଏହାକୁ ନେଇ ନଗର ପରିକ୍ରମା କରାଯାଇଥିଲା। ଏଥିସହିତ ଏକ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଅଞ୍ଚଳର ବହୁ ଶିକ୍ଷିତ ଗୋଷ୍ଠୀ ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ରାଜସୁନାଖଳାର ସମସ୍ତ ଅଞ୍ଚଳ ପରିକ୍ରମା ହୋଇସାରିବା ପରେ ମହୋତ୍ସବ ପଡ଼ିଆ ଠାରେ ଭୂମିପୂଜନ ଏବଂ ହୋମ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପ୍ରଧାନ ମୁଖ୍ୟ ପୁରୋଧା ସାଜିଥିଲେ। ଅନ୍ୟପକ୍ଷରେ ମହୋତ୍ସବ କମିଟିର…
Read Moreବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ୱାରେଣ୍ଟ
ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ବିରୋଧରେ ଭୋପାଳରେ ୱାରେଣ୍ଟ ଜାରି କରାଯାଇଛି। ସେ ‘କହୋ ନା ପ୍ୟାର ହେ!’ ଭଳି ସୁପରହିଟ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ବାସ୍ତବରେ ଚେକ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ଏହି ଜାମିନ ପ୍ରଦାନ ୱାରେଣ୍ଟ ଜାରି କରାଯାଇଛି। ଏଥିସହିତ କୋର୍ଟ ତାଙ୍କୁ ଡିସେମ୍ବର ୪ ତାରିଖ ପୂର୍ବରୁ ହାଜର ହେବାକୁ କହିଛନ୍ତି। ଅଭିନେତ୍ରୀଙ୍କ ବିରୋଧରେ ୩୨ ଲକ୍ଷରୁ ଅଧିକ ଚେକ ବାଉନ୍ସ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗରେ ୟୁଟିଏଫ ଟେଲିଫିଲ୍ସ ପ୍ରାଇଭେଟ ଲିମିଟେଡ ଅମିଶା ପଟେଲଙ୍କ ବିରୋଧରେ ମାମଲା ଦାୟର କରିଥିଲା। କମ୍ପାନୀ ଅଭିଯୋଗ କରିଛି ଯେ, ଫିଲ୍ମ ନିର୍ମାଣ ନାମରେ ଅମିଶା ଏବଂ ତାଙ୍କ କମ୍ପାନୀ ଏମ/ ସ ଅମିଶା ପଟେଲ ପ୍ରଡକ୍ସନ୍ ୩୨ ଲକ୍ଷ ୨୫ହଜାର ଟଙ୍କା ଋଣ ନେଇଥିଲା। ଏହି ଚୁକ୍ତିନାମା ଅନୁଯାୟୀ, କମ୍ପାନୀକୁ…
Read Moreସମ୍ଭାବ୍ୟ ବାତ୍ୟା କାରଣରୁ ମଞ୍ଚାୟନ ନାଟକ ମହୋତ୍ସବ ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ନାଟ୍ୟଶାଳା ମଞ୍ଚାୟନ ତରଫରୁ ଡିସେମ୍ବର ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପଠାଣି ସାମନ୍ତ ସଂସ୍କୃତି ଭବନ, ନୟାଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ନାଟକ ମହୋତ୍ସବକୁ ସ୍ଥଗିତ ରଖାଯାଇଛି। ଏହି ନାଟକ ମହୋତ୍ସବ ପରବର୍ତ୍ତୀ ସମୟରେ ତା.୨୪-୧୨-୨୦୨୧ ରୁ ୨୬-୧୨-୨୦୨୧ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ମଞ୍ଚାୟନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି। ୨୪-୧୨-୨୦୨୧ରେ ଶତାବ୍ଦୀର କଳାକାର ଭୁବନେଶ୍ୱର ସଂସ୍ଥାର ନାଟକ ‘ବାଞ୍ଛାର ବଗିଚା’, ୨୫ ତାରିଖରେ ଜୀବନରେଖା ଭୁବନେଶ୍ୱରର ନାଟକ ‘ଆଧେ ଅଧୁରେ ” ଏବଂ ୨୬ ଡିସେମ୍ବରରେ ରାଗେଶ୍ରୀ ନିଳୟମ୍ ନୟାଗଡ଼ର ନାଟକ “ରିଲେରେସ” ପରିବେଷଣ କରାଯିବ।
Read More