ନୟାଗଡ଼,(ନୟାଗଡ ଦର୍ପଣ): ଚଳିତ ଡିସେମ୍ବର ମାସ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ପ୍ରଥମ ବିଶ୍ବସ୍ତରୀୟ ଆନ୍ତର୍ଜାତୀୟ ଟାଇକୋଣ୍ଡ ଭର୍ଚୁଆଲ ପୁମସେଇ ପ୍ରତିଯୋଗିତା ୨୦୨୧ ଉଦଯାପିତ। ଏହାକୁ ଥାଇଲାଣ୍ଡ ସ୍ଥିତ ହିରୋଜ୍ ଟାଇକୋଣ୍ଡ ସଂଗଠନ ଓ ଓଡ଼ିଶା ଟାଇକୋଣ୍ଡ ସଂଘ, ପୂରୀ ମିଳିତ ଭାବରେ ପଚିଚାଳନା କରିଥିଲେ, ଏହାକୁ ପରିଚାଳନା କରିବା ପାଇଁ ଥାଇଲାଣ୍ଡ ସ୍ଥିତ ଜି ଏମ ଏସି ସିଷ୍ଟମ ର ସହାୟତା ନିଆଯାଇଥିଲା । ଏଥିରେ ବିଶ୍ୱର ୧୪ ଟି ଦେଶର ପ୍ରାୟ ୯୯୬ ଜଣ ପ୍ରତିଯୋଗୀ ଉଭୟ ପୁମସେଇ (ପ୍ରୟୋଗ) ଓ ଦୃତ ଗୋଡ ଦ୍ବାରା ପ୍ରହାର ରେ ଭାଗ ନେଇଛନ୍ତି । ସେହି ଦେଶ ଗୁଡିକ ହେଲା ଆମେରିକା,ଗ୍ରୀସ୍, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, କାଜାକିସ୍ଥାନ, ସ୍ଲୋଭାକିଆ, ବାହାରିନ, ଥାଇଲାଣ୍ଡ, ସିଙ୍ଗାପୁର , ହଙ୍କକଙ୍ଗ , ମାଲେସିଆ, ଫିଲପିନସ୍, ଇଣ୍ଡୋନେସିଆ ଏବଂ ଭାରତ । ଏହି ପ୍ରତିଯୋଗିତା କୁ ବିଶ୍ୱର ପ୍ରାୟ ନଅଟି ଦେଶର ଟାଇକୋଣ୍ଡ ଆନ୍ତର୍ଜାତୀୟ ରେଫରୀ ମାନେ ପରିଚାଳନା କରିଥିଲେ , ଏହି ଦେଶ ଗୁଡିକ ହେଲା କୋରିଆ, ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ, ମଙ୍ଗୋଲିଆ, ହଙ୍କକଙ୍ଗ , ସିଙ୍ଗାପୁର ଏବଂ ଭାରତ । ଏହି ପ୍ରତିଯୋଗିତାରେ ନୟାଗଡ ନିୟୁ ରାଜବାଟି ସ୍ଥିତ ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀ ର ୧୪ ଜଣ ବାଳିକା ଓ ୯ ଜଣ ବାଳକ ମୋଟ ୨୩ ଜଣ ଛାତ୍ରଛାତ୍ରୀ ପୁମସେଇ (ପ୍ରୟୋଗ) ବିଭାଗରେ ଅଂଶଗ୍ରହଣ କରିଥିଲେ । ବାଳିକା ମାନଙ୍କ ମଧ୍ୟରୁ ଆଫରିନ ନାଜ ଓ ଓମ୍ କ୍ରିଷ୍ଣା ପ୍ରଧାନ ସ୍ଵର୍ଣ ପଦକ ପାଇଥିବା ବେଳେ ଦିକ୍ସା ପ୍ରିୟା ଏବଂ ସରଜିନ୍ ରାଉଳ ରୌପ୍ୟ ପଦକ ହାସଲ କରିଛନ୍ତି, ସେହିପରି ସ୍ମୁତି ସୁରଭି ମହାପାତ୍ର, ସ୍ବେତା ଶିବାନୀ ରାଉତ, ପ୍ରିତିୟୁଷା ରାୟଗୁର, ଫରହିନ ନାଜ, ପ୍ରିୟମ୍ବଦା ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ଆକାଂକ୍ଷା ଅମ୍ରିସ୍ମିତା, ସାଇ ସାଧନା ପ୍ରଧାନ, ରୁଦ୍ରାକ୍ଷିଂ ଆଚାର୍ଯ୍ୟ, ସାଇ ସରଣ୍ୟା ମହାପାତ୍ର କାଂସ୍ୟ ପଦକ ହାସଲ କରିଛନ୍ତି ।
ବାଳକ ବିଭାଗରେ ଶକ୍ତି ସ୍ବରୁପ ମିଶ୍ର ସ୍ବର୍ଣ ପଦକ ହାସଲ କରିଥିବା ବେଳେ ଦେବାଶିଷ ମହାନ୍ତି ଓ ସମରିତ ଅଗସ୍ତି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ପ୍ରତିକ୍ ପ୍ରିୟଦର୍ଶୀ, ହିତେସ ବେହେରା, ଆଶୁଂ କୁମାର ସାହୁ, ସାଇ ନମନ ପାତ୍ର, ଅଚ୍ୟୁତାନନ୍ଦ ରାଉତ, ସାଇ ସାସ୍ବତ ମହାନ୍ତି, କାଂସ୍ୟ ପଦକ ହାସଲ କରିଛନ୍ତି ବୋଲି ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମୀର ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ଜଣାଇଛନ୍ତି । ଶେଷରେ ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ସଂଘର ସଭାପତି ଶ୍ରୀ କୈଳାସ ଚନ୍ଦ୍ର ଜେନା ଓ ସାଧାରଣ ସମ୍ପାଦକ ଶ୍ରୀ ଭବାନି ଶଙ୍କର ରାୟଗୁରୁ ସମସ୍ତ ପଦକ ବିଜେତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।