ଗଣିଆ,(ନୟାଗଡ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡ଼ାପାଟଣା ଶ୍ରୀ ଶ୍ରୀ ରଘୁନାଥଜୀଉ କ୍ଲବ ଆନୁକୁଲ୍ୟରେ ୪୪ ତମ ରାଜ୍ୟ ସ୍ତରୀୟ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦଧିବାବନ ଜୀଉ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ମ୍ୟାଚରେ ଅଟ୍ରି କ୍ଲବ (ବାଘମାରି) ବନାମ ଢେଙ୍କାନାଳ କ୍ଲବ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମେ ଅଟ୍ରି (ବାଘମାରି) ଟଚ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ, ଅଧିନାୟକଙ୍କ ନିଷ୍ପତିକୁ ସଫଳ କରି ୨୦ ଓଭରରେ ୯ ୱିକେଟ ବିନିମୟରେ ୨୬୯ ରନ ଏକ ବିଶାଳ ରନ ସ୍କୋର କରିଥିଲେ । ୨୭୦ ରନର ବିଜୟ ଲକ୍ଷ ନେଇ ଢେଙ୍କାନାଳ ଦଳ ପ୍ୟାଭିଲିୟନକୁ ଓହ୍ଲାଇଥିଲା । ବିଜୟ ଲକ୍ଷର ପିଛା କରି ଢେଙ୍କାନାଳ କ୍ରିକେଟ୍ କ୍ଲବ୍ ୨୦ ଓଭରରେ ୯ ଉଇକେଟ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲେ । ଏହି ମ୍ୟାଚରେ ଢେଙ୍କାନାଳକୁ ୨୮ ରନରେ ପରାସ୍ତ କରି ଅଟ୍ରି (ବାଘମାରି) ଚଳିତ ବର୍ଷର ଚାମ୍ପିଅନ୍ ହୋଇଛି । ଏହି ଫାଇନାଲ ମ୍ଯାଚରେ ବେଲପଡ଼ାପାଟଣା ଗ୍ରାମ୍ୟ କମିଟିର ସଭାପତି ରବିନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ଚାମ୍ପିଅନ ଟିମକୁ ଟ୍ରଫି ସହ ୨୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ରନର୍ସ ଅଫ ଟିମକୁ ଟ୍ରଫି ସହ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ ।
Related posts
-
ଉଦଯାପିତ ହେଲା ସିରିୟସ୍ ଜୋନର ନାଟକ ମହୋତ୍ସବ, ମଞ୍ଚସ୍ଥ ହେଲା ନାଟକ ଚିତ୍ରପ୍ରତିମା
ନୟାଗଡ଼, (ନୟାଗଡ଼ ଦର୍ପଣ): ଦୀର୍ଘ ୪ ଦିନ ଧରି ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେଉଥିବା ନାଟକ ମହୋତ୍ସବ ଉଦଯାପିତ ହୋଇଯାଇଛି।... -
ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମନ ମୋହିଲା ନାଟକ “ମାଗୁଣିର ଶଗଡ଼
ନୟାଗଡ଼, (ନୟାଗଡ଼ ଦର୍ପଣ): ପଠାଣି ସାମନ୍ତ ଅଡିଟୋରିୟମଠାରେ ସିରିୟସ୍ ଜୋନ୍, ନୟାଗଡ଼ ଦ୍ବାରା ଚାଲିଥିବା ନାଟକ ମହୋତ୍ସବର ତୃତୀୟ ସଂଧ୍ୟାରେ ବିଦ୍ଯାକନକ... -
ଶେଖ୍ ତୌଫିକ୍ ଅଲ୍ଲୀ ଜିତିଲେ ଷ୍ଟାର ଅଫ୍ ନୟାଗଡ଼ ସିଜନ୍ ଓ୍ବାନ ର ଟାଇଟଲ
January 19, 2025 Jajati Comments Off on ଶେଖ୍ ତୌଫିକ୍ ଅଲ୍ଲୀ ଜିତିଲେ ଷ୍ଟାର ଅଫ୍ ନୟାଗଡ଼ ସିଜନ୍ ଓ୍ବାନ ର ଟାଇଟଲନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ। ସତ୍ୟମ କମ୍ପ୍ୟୁଟର...