ଦୁର୍ନୀତି ବିରୁଦ୍ଧରେ ଏକ ବଳିଷ୍ଠ ସ୍ୱର ହେଉଛି ନାଟକ farewell. ନାଟକଟି ଚିଫ ଇଞ୍ଜିନିୟର ଏବମ ତାଙ୍କ ଅଫିସର ବଡବାବୁ ଙ୍କର ଦୁର୍ନୀତିର ଫର୍ଦ ସବୁ ସହ ଗତିଶୀଳ। ଶେଷରେ ବାହାରକୁ ଖୁବ ସୁନ୍ଦର ଦିଶୁଥିବା farewellର ଅନ୍ତରାଳେ ଦୁର୍ନୀତିଗ୍ରସ୍ତ ଚରିତ୍ରଗୁଡିକୁ ଯଥୋଚିତ ଦଣ୍ଡବିଧାନ କରିଛନ୍ତି ନାଟ୍ୟକାର ପ୍ରଫେସର ରାମଚନ୍ଦ୍ର ମିଶ୍ର। ୧ ଘଣ୍ଟା ୪୫ ମିନିଟର ନାଟକଟି ଦର୍ଶକଙ୍କୁ ଶେଷ ପର୍ଯ୍ଯନ୍ତ ବାନ୍ଧି ରଖିଥିଲା।
ନାଟକ farewellରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ– ବୁଟିଆ… ଗୋକୁଳ ଷଡ଼ଙ୍ଗୀ, ସେବତୀ… ଝୁମା, ନୀଳିମା… ଅଙ୍କିତା, ନୀଳମାଧଵ… ରିଙ୍କୁ, ଭାଗିରଥୀ… ବୀରୁ, ରଘୁଆ… ସରୋଜ, ବିଶିଆ… ବୁଲବୁଲ, ନଟବର… ଛାଟିକି, ନବଘନ… ସତ୍ୟ, ଶତ୍ରୁଜିତ… ରଞ୍ଜନ, ସତୁରା… ସୂର୍ଯ୍ୟମଣି, ଜିଲ୍ଲାପାଳ… ବାପି, ଏସ.ପି… ଖାଲିକ, ଝାଡୁଦାର… ଗଣେଶ, ଇନ୍ସପେକ୍ଟର… ବିଶ୍ୱଜିତ, କନେଷ୍ଟେବଳ… ଶୁଭବିଷ୍ଣୁ।
ସହଯୋଗ କରିଥିଲେ- ସ୍ବଦେଶ ରଥ, ଆଦିତ୍ୟ ମିଶ୍ର, ଅଶୋକ ମଲ୍ଲ, ଗୋପୀନାଥ ସେଠୀ, ବିଜୟାନନ୍ଦ ମହାପାତ୍ର
ନାଟ୍ୟ ରଚନା- ପ୍ରାଧ୍ୟାପକ ରାମ ଚନ୍ଦ୍ର ମିଶ୍ର
ନିର୍ଦ୍ଦେଶନା ଓ ସଂଗୀତ- ଅଧ୍ୟାପକ ଡ. ଆଶୁତୋଷ ମିଶ୍ର
ଗୀତ ରଚନା- ଅଧ୍ୟାପକ ଡ.ବାନାମ୍ବର ପୃଷ୍ଟି
ଉପଦେଷ୍ଟା- ପ୍ରମୋଦ ପଟ୍ଟନାୟକ
ଦର୍ଶକୀୟ ଅଭିମତ
ସାମ୍ପ୍ରତିକ ବ୍ୟବସ୍ଥା ଭିତରେ କିଛିଟା ଖଳ ଚରିତ୍ରଙ୍କ ପାଇଁ ସରକାରୀ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହେଉଛି। ଏଭଳି ବିପର୍ଯୟକୁ ପ୍ରଶମିତ କରିବା ପାଇଁ ସରକାର ଉଦ୍ୟମରତ ଅଛନ୍ତି। ଯାହାକି ଆମେ ଆପଣ ସମସ୍ତେ ଜାଣିବାକୁ ପାଉଛେ। ସରକାରୀ ବ୍ୟବସ୍ଥାର ଏଭଳି ଏକ ବାସ୍ତବ ରୂପକୁ ନାଟକ “ଫେୟାରୱେଲ” ରେ ପ୍ରଦର୍ଶିତ କରାଯାଇଥିଲା। ବରିଷ୍ଠ ନାଟ୍ୟକାର ପ୍ରାଧ୍ୟାପକ ରାମ ଚନ୍ଦ୍ର ମିଶ୍ରଙ୍କ ରଚିତ ଓ ଯୁବ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ. ଆଶୁତୋଷ ମିଶ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନା ସର୍ବୋପରି ମଞ୍ଚ କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଥିବାର ପରିବେଶ ପ୍ରେଖ୍ୟାଳୟରୁ ହୃଦୟଙ୍ଗମ ହେଲା।
ଅଶୋକ କୁମାର ନାୟକ, ଅଧ୍ୟକ୍ଷ, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ତଥା ନୟାଗଡ଼ ଜିଲ୍ଲା ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ
ନାଟକ ପରି ନାଟକ ଟିଏ ଥିଲା “ଫେୟାରୱେଲ” । ସଂଗୀତ, କଣ୍ଠ, ନୃତ୍ୟ ମାଧ୍ୟମରେ ପ୍ରାରମ୍ଭିକ ଉପସ୍ଥାପନା, ନାଟ୍ୟ ରଚନା, ନିର୍ଦ୍ଦେଶନା, ଓ ଅଭିନୟ ସବୁ ଦିଗକୁ ଦେଖିଲା ବେଳେ ନାଟକଟି ଥିଲା ବେଶ ଉଚ୍ଚ କୋଟିର। ଦର୍ଶକ ମାନଙ୍କୁ ମୂଳରୁ ଶେଷ ଯାଏଁ ବାନ୍ଧି ରଖିବା ପରି ନାଟକ ଟିଏ ଦେଖିବାକୁ ମିଳିଲା।
ଜୟଶ୍ରୀ ଦେବୀ
ଅଧ୍ୟାପିକା ତଥା କଣ୍ଠଶିଳ୍ପୀ
ନୟାଗଡ଼
ଗତ ୧୯ ତାରିଖ ରେ ପରିବେଷଣ ହୋଇ ସାରିଛି ‘ସୁଧା ସାଂସ୍କୁତିକ ପରିଷଦର’ ୪ର୍ଥ ଅର୍ଘ୍ୟ Farewell. ସୁଧାର ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ସବୁବେଳେ ମୋତେ ଆକର୍ଷିତ କରେ। ମୁଁ ୪ଟି ଯାକ ନାଟକର ଦର୍ଶକ। ଏଥର ନାଟକର ଅୟଆରମ୍ଭ ଥିଲା ସଂପୂର୍ଣ ନିଆରା। ନିଜେ ନିର୍ଦେଶକ, ଏକ ନିଆରା ଢଗଂରେ ଆରମ୍ଭ କରିଥିଲେ। ସମସ୍ତ କଳାକାର ନିଜ ନିଜର ଚରିତ୍ରକୁ ସୁନ୍ଦର ଭାବରେ ନିଭେଇ ଥିଲେ। ଶେଷରେ ଏତିକି କହିବି ସୁଧା ଦ୍ୱାରା ପରିବେଷିତ ସମସ୍ତ ବିଷୟବସ୍ତୁ ହୁଦୟସ୍ପର୍ଶୀ…
ସ୍ମିତା ସ୍ୱାଇଁ
ଅଧ୍ୟାପିକା,ନୟାଗଡ
ମୋ ନୟାଗଡ଼ ହେଉଛି ସାହିତ୍ୟ, କଳା, ସଂଗୀତ, ନୃତ୍ୟ ଓ ନାଟକର ଗନ୍ତାଘର। ଏହି ପରମ୍ପରାକୁ ସୁଦୃଢ଼ କରିବାରେ ସୁଧା ସାଂସ୍କୃତିକ ପରିଷଦ ସର୍ବଦା ଚେଷ୍ଟିତ। ସମାଜରେ ଘଟୁଥିବା ସତ୍ୟ ଘଟଣା ଉପରେ ଆଧାରିତ ‘ଫେୟାରୱେଲ’ ନାଟକଟି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଲୋଭି ମଣିଷ ବିଳାସ ବ୍ୟସନରେ ରହିବା ପାଇଁ ଲକ୍ଷ ଲକ୍ଷ ଜନତାଙ୍କ ଆବେଗ ଓ ଭବିଷ୍ୟତକୁ କୁଠାର ଘାତ କରୁଥିବା ବେଳେ ନିଃସ୍ୱାର୍ଥପର ସାମାଜିକ କର୍ମୀ ଟିଏ ଠିକଣା ହଯାଇଥିବା ପିଲାଙ୍କର କିପରି ଠିକଣା ପାଲଟିଯାଇଛି ତାହା ନାଟକରେ ପରିବେଷିତ ହୋଇଥିଲା। ନାଟ୍ୟକାରଙ୍କ ମନଛୁଆଁ ନାଟକ ରଚନା ଓ ନାଟ୍ୟ ନିର୍ଦ୍ଦେଶକଙ୍କ ବଳିଷ୍ଠ ନିର୍ଦ୍ଦେଶନା ସହିତ ସମସ୍ତ ଅଭିନେତାଙ୍କ ଅଭିନୟ ଖୁବ ମନଛୁଆଁ ଥିଲା। ସୁଧା ସାଂସ୍କୃତିକ ପରିଷଦ ଏହି ପରି ସାମାଜିକ ପ୍ରତିଛବିକୁ ପ୍ରତିଟି ନାଟକରେ ଉପସ୍ଥାପନା କରୁଥାଉ ଏତିକି ଶୁଭକାମନା। ଝୁମୁରି ସାହୁ,
ଶିକ୍ଷୟିତ୍ରୀ, ନୟାଗଡ଼
ଆଜିର ସାମାଜିକ ବ୍ୟବସ୍ଥାର ଏକ ସଫଳ ରୂପାୟନ ହେଉଛି ନାଟକ farewell. ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଏକ ଛୋଟିଆ ଘଟଣା ଓ କେତଟି ମାତ୍ର ଚରିତ୍ର କୁ ନେଇ ନାଟକ ଟିଏ ସୃଷ୍ଟି କରି ଆଧୁନିକତାର ମୋହରୁ ଦୂରେଇବାକୁ ପ୍ରୟାସ କରିଛନ୍ତି, ତାହା ନାଟକଟି ରେ ଅତି ସୁନ୍ଦର ଭାବରେ ଅଭିନୀତ ହେଇ ପାରିଛି। ନାଟକରେ ଗୋଟିଏ ଚାକରାଣୀ ଜଣେ ବଡବାବୁ ଠାରୁ କିଛି କମ ନୂହେଁ ଏହା ନାଟ୍ୟକାର ଓ କଳାକାର ଗଣ ସ୍ପଷ୍ଟ କରିଛନ୍ତି.. ଶେଷରେ ଏତିକି କହିବି ଯେ ନାଟ୍ୟକାର ନାଟ୍ୟନିର୍ଦେଶକ ଏବମ ସର୍ବୋପରି କଳାକାର ଗଣ ସମସ୍ତେ ଧନ୍ୟଵାଦର ପାତ୍ର।
ନିର୍ମଳ ଚନ୍ଦ୍ର ସୁରଦେଓ
ସମ୍ପାଦକ, ପରମ୍ପରା