ମଞ୍ଚସ୍ଥ ହେଲା ନାଟକ ‘ବାଞ୍ଛାର ବଗିଚା’

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟାନୁଷ୍ଠାନ ମଞ୍ଚାୟନ ତରଫରୁ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟ୍ୟ ଉତ୍ସବ ୩ଦିନ ଧରି ଚାଲିବା ସହ ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଭାତ ମହାରଣା, ମଞ୍ଚାୟନ ସଭାପତି ଯାମିନିକାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଉଦ୍ଘାଟନୀ ସଂଧ୍ୟାରେ ଶତାବ୍ଦୀର କଳାକାର ଭୁବନେଶ୍ୱର ତରଫରୁ ଦର୍ପନାରାୟଣ ସେଠୀଙ୍କ ନିର୍ଦ୍ଦେଶିତ ତଥା ସର୍ବଭାରତୀୟ ସ୍ତରରେ ଏବଂ ୧୬୩ଥର ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିବା ନାଟକ ‘ବାଞ୍ଛାର ବଗିଚା’ ମଞ୍ଚସ୍ଥ ହୋଇଛି । ଏହି ଉପଲକ୍ଷେ ପ୍ରଭାତ କୁମାର ମହାରଣା, ଦର୍ପନାରାୟଣ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Related posts