ଟାଏକୋଣ୍ଡରେ ବ୍ଳାକ୍ ବେଲଟ୍ ହାସଲ କଲେ ଓଡ଼ଗାଁର ୩ପ୍ରଶିକ୍ଷାର୍ଥୀ

ଓଡ଼ଗାଁ,(ନୟାଗଡ ଦର୍ପଣ): ଓଡ଼ିଶା ଟାଏକୋଣ୍ଡ ଦ୍ୱାରା ପଞ୍ଜିକୃତ ଓଡ଼ଗାଁ ଟାଏକୋଣ୍ଡ ଏକାଡେମୀରେ ଦିବ୍ୟ ରଞ୍ଜନ ବରାଡ଼ଙ୍କ ଠାରୁ ପ୍ରଶିକ୍ଷଣ ନେଉଥିବା କୁରାଳ ଗ୍ରାମର ଆକାଶ ମିଶ୍ର, ଓଡ଼ଗାଁର ଶୁଭଲକ୍ଷ୍ମୀ ବରାଡ଼ ଓ ସୁର୍ଯ୍ୟକାନ୍ତ ବେହେରା ସଫଳ ଭାବେ World taekwondo kukkiwoon (south Korea )ରୁ ଟାଏକୋଣ୍ଡ ବ୍ଳାକ୍ ବେଲଟ୍ ହାସଲ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଅନେକ ଥର ଏହି ପ୍ରତିଭା ମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଅଶଂଗ୍ରହଣ କରି ସଫଳତା ପାଇ ପରିଛନ୍ତି। ବ୍ଲାକ ବେଲ୍ଟ ହାସଲ କରିବା ପରେ ଏହି ପ୍ରତିଭାମାନଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Related posts