ନୟାଗଡ଼ରେ ଯୁବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର NCC / NSS / YRC ଛାତ୍ରମାନେ ସହଯୋଗ କରିଥିଲେ । ନୟାଗଡ଼ ଜିଲ୍ଲାର ୧୮-୩୫ବର୍ଷ ବୟସର ଯୁବଗୋଷ୍ଠୀଙ୍କୁ ନେଇ ଚିତ୍ରାଙ୍କନ, କବିତା ଲିଖନ, ମୋବାଇଲ ଫଟୋଗ୍ରାଫି, ଯୁବ ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରୁ ୩ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ବିତରଣ କରାଯାଇଥିଲା । ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ମାନ୍ୟବର ବିଧାୟକ ଡଃ. ଅରୁଣ କୁମାର ସାହୁ, ସମ୍ଭବର ସଂପାଦିକା…

Read More

ନୟାଗଡ଼ରେ ବିଶ୍ବ ଦୃଷ୍ଟି ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶ୍ବ ଦୃଷ୍ଟି ଦିବସ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ (ଟ୍ରେନିଂ ୟୁନିଟ୍)ରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଡା. ବେଉରା କହିଲେ ଯେ, ସଚେତନତା ହିଁ ଆମର ମୂଳ ଲକ୍ଷ । ଆମ୍ଭେମାନେ ପୁଙ୍ଖାନୁପୁଙ୍ଖ ଭାବେ ଚକ୍ଷୁର ଯତ୍ନ ନେବା ଏବଂ ପରୀକ୍ଷା କରାଇବା ସହିତ ସୁଷମ ଖାଦ୍ୟ ଗ୍ରହଣ ଓ ଧୂମପାନ ବର୍ଜନ କରିବା । ଚକ୍ଷୁର ଯତ୍ନ ନେବା ପରିପ୍ରେକ୍ଷିରେ କହିଲେ ଯେ, ଆମ୍ଭେମାନେ ପ୍ରତି ୨୦ମିନିଟ୍ ଅନ୍ତରରେ ୨୦ସେକେଣ୍ଡ୍ ଚକ୍ଷୁକୁ ବିଶ୍ରାମ ଦେବା ଏବଂ ୨୦ ଫୁଟ ଦୂରତାରେ ଥିବା କୌଣସି ବସ୍ତୁକୁ ଚାହିଁବା । ଏହା ଦ୍ଵାରା ଆମର ଚକ୍ଷୁ ସୁସ୍ଥ ରହିବ । ସେହିପରି ସଠିକ୍ ସମୟରେ ଚକ୍ଷୁ ପରୀକ୍ଷା କରି…

Read More

ପୂଜ୍ୟ ପୂଜା କମିଟି ଓ ରୋଟାରୀ କ୍ଲବ୍ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡ ସ୍ଥିତ ରୋଟାରୀ ଭବନ ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ଓ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଓ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି। ପୂଜ୍ୟପୂଜା କମିଟିର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦର ପ୍ରଥମ ମହିଳା ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ସ୍ବର୍ଗତ ମହାପୁରୁଷ ମାନଙ୍କ ସ୍ମ୍ରୁତି ଚାରଣ କରିଥିଲେ। ବିଶିଷ୍ଟ ସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ ପୂଜ୍ୟପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ପଟ୍ଟନାୟକ,ସଂପାଦକ ଅରୁଣ କୁମାର ମହାନ୍ତି ଓ ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି…

Read More

ରେଳ ବିଭାଗର ବୈମାତୃକ ମନୋଭାବକୁ ନେଇ ପ୍ରତୀକ ଧାରଣା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପ୍ରତି ରେଳ ବିଭାଗ କ୍ରମାଗତ ଅବହେଳା ଏବଂ ବୈମାତୃକ ମନୋଭାବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ପ୍ରତୀକ ଧାରଣା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କ ସମେତ ସାଧାରଣ ଜନତା ଏବଂ ଯାତ୍ରୀମାନେ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ଯେ ନୟାଗଡ଼ରୁ ପୁରୀକୁ ଦୈନିକ ଦୁଇଟି ଟ୍ରେନ ଯିବା ଆସିବା କରୁଥିବା ବେଳେ କୋଭିଡ କଟକଣା ଯୋଗୁଁ ଦୁଇଟିଯାକ ଟ୍ରେନ ବନ୍ଦ ରହିଥିଲା । କୋଭିଡ କଟକଣା ହଟିବା ପରେ ଏବେ ମାତ୍ର ଗୋଟିଏ ଟ୍ରେନ ନୂଆଗାଁରୁ ପୁରୀ ମଧ୍ୟରେ ଗୋଟିଏ ଥର ଯା’ଆସ କରୁଛି । ତେବେ ଏହି ଟ୍ରେନରେ ମାତ୍ର ୫ଟି ବଗି ଲାଗିଥିବା ବେଳେ ଅତ୍ୟଧିକ ଯାତ୍ରୀଙ୍କ ଭିଡ଼…

Read More

୧ରୁ ଚାଲିବ ସ୍ଥଗିତ ଟ୍ରେନ, ସବୁ ଟ୍ରେନର ସମୟ ସାମାନ୍ୟ ପରିବର୍ତ୍ତନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ଅଗଷ୍ଟ ୧୬ରୁ ସ୍ଥଗିତ ରହିଥିବା ନୂଆଗାଁ- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ଅକ୍ଟୋବର ୧ରୁ ପୁନର୍ବାର ଚାଲିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା ଏକ୍ସପ୍ରେସ ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ରୁ ଭୁବନେଶ୍ୱର ଯାଉଥିବା ଟ୍ରେନ ନଂ-୧୮୪୨୪ ସେବା ଏକ୍ସପ୍ରେସ ସକାଳ ୬.୩୦ ପରିବର୍ତ୍ତେ ୬.୪୫ରେ ନୟାଗଡ଼ ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଚାଲିବ। ସେହିପରି ସନ୍ଧ୍ୟା ୬.୪୦ ପରିବର୍ତ୍ତେ ୬.୩୦ରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ସେବା ଏକ୍ସପ୍ରେସ ବାହାରି ୮.୪୫ରେ ପହଞ୍ଚିବ। ନୂଆଗାଁରୁ ପୁରୀ ଯାଉଥିବା ଟ୍ରେନ ନଂ- ୦୮୪୨୪ ସକାଳ୬.୪୫ରେ ବାହାରି ନୟାଗଡ଼ରେ ୭.୦୮ରେ ପହଞ୍ଚି ୭.୧୦ରେ ଛାଡିବ। ଭୁବନେଶ୍ୱରରୁ ନୂଆଗାଁ ଆସୁଥିବା ଟ୍ରେନ ନଂ-୦୮୪୨୯ ସକାଳ ୯.୪୦ ରେ ଭୁବନେଶ୍ୱରରୁ ବାହାରି ନୟାଗଡ଼ ରେ ୧୧.୪୭ ରେ ପହଁଚି ୧୧.୪୮ରେ…

Read More

ଶ୍ରମ କାର୍ଯ୍ୟାଳୟ- ଦଲାଲି ଓ ଠକେଇ କେନ୍ଦ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶ୍ରମ ଅଫିସ୍ ତା’ର ମୂଳ ଲକ୍ଷ୍ୟରୁ ହଟି ଏକ ବିଶୁଦ୍ଧ ଦଲାଲୀ କେନ୍ଦ୍ରରେ ପରିଣତ ହୋଇଛି ବୋଲି ସି.ଆଇ.ଟି.ୟୁ. ଜିଲ୍ଲା ସଭାପତି ବିଶ୍ବନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ନୟାଗଡ ଜିଲ୍ଲାର ହଜାର ହଜାର ଯୁବକ କାମ ଖୋଜିବା ଲକ୍ଷ୍ୟରେ ଅଞ୍ଚଳ ଛାଡି ବାହାର ରାଜ୍ୟକୁ ଛୁଟିଚାଲିଛନ୍ତି ଆଉ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି -ତା’ର ହିସାବ କିମ୍ବା ଦାୟବଦ୍ଧତା ଶ୍ରମ ବିଭାଗ ପାଖରେ ନାହିଁ। ଶ୍ରମିକ ଦଲାଲମାନଙ୍କୁ ଲାଇସେନ୍ସ ଯୋଗାଣରେ ବ୍ୟସ୍ତ ଶ୍ରମ ଅଫିସ୍ ଶ୍ରମିକମାନଙ୍କ ସମସ୍ୟା, ସେମାନଙ୍କ ପ୍ରାପ୍ଯ ସମ୍ବନ୍ଧୀୟ ମୋକଦ୍ଦମା ବୁଝିବାକୁ ବେଳ ପାଆନ୍ତି ନାହିଁ। ହଜାର ହଜାର ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ନଦେଇ ଵର୍ଷ ଵର୍ଷ ଧରି ଭଣ୍ଡି ଚାଲିଛନ୍ତି। କୈ।ଣସି ସହାୟତାରାଶି ପ୍ରଦାନ ନକରି ସେମାନଙ୍କ ଠାରୁ ନବୀକରଣ ଫିସ ନାମରେ ପ୍ରତିବର୍ଷ ପାଣ୍ଠି ଆଦାୟ ଚାଲିଛି।…

Read More

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାରେ ଜିଲ୍ଲା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି , ମିଶନ ବାତ୍ସଲ୍ୟ ତଥା ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ତଥା ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯକ୍ରମ ନୟାଗଡ ବ୍ଲକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ପରିଚାଳନା କରଯାଇଥିଲା, ଯେଉଁଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଏସ.କେ .ଇନ୍ନୟତ ତୁଲ୍ଲା ସମସ୍ତ ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ନିମନ୍ତେ ଏକ ସ୍ଵତନ୍ତ୍ର ଅଭିଯାନ “ଅଲିଭା –କ୍ୟାମ୍ପେନ ଏଗେଂଷ୍ଟ ଚାଇଲ୍ଡ ମ୍ୟାରେଜ”ମୁଖ୍ୟ ଅତିଥି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଙ୍କ ଦ୍ଵାରା ଉଦ୍ଘାଟନ କରଯାଇଥିଲା। ନୟାଗଡ…

Read More

ଜିଲ୍ଲାର ଘରୋଇ ଚିକିତ୍ସାଳୟରେ କାମ କରୁନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାରେ ୫ଟି ଘରୋଇ ବେସରକାରୀ ଚିକିତ୍ସାଳୟରେ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ରୋଗୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ନିସ୍ତେଜକ ଡାକ୍ତର ରହୁନଥିବାରୁ ଆସୁଥିବା ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଫଳରେ ରୋଗୀ ସ୍ଵାସ୍ଥ୍ୟବୀମା କାର୍ଡ ଥାଇ ମଧ୍ୟ ଅପରେସନ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲାରେ ବିଜୁ ସ୍ଵାସ୍ଥ୍ୟ ବୀମାରେ ଚିକିତ୍ସା ପାଇଁ ଘୋଷଣା କରାଯାଇଥିବା ୫ଟି ଚିକିତ୍ସାଳୟକୁ ପ୍ରତିଦିନ ଶହଶହ ରୋଗୀ ଆସୁଛନ୍ତି । ମାତ୍ର ସିଡିଏମ୍‌ଓଙ୍କ ଅବହେଳାରୁ ଏମ୍ଓୟୁ ଦସ୍ତଖତ ହୋଇପାରିନଥିବାରୁ ରୋଗୀମାନେ ବହୁ ହନ୍ତସନ୍ତ ହେଉଛନ୍ତି।…

Read More

ଦଶପଲ୍ଲାରେ ଦୂର ହେବ ଟ୍ରାଫିକ ସମସ୍ୟା, ବାଇପାସ୍‌ ପାଇଁ ୧୬୧.୧ କୋଟି ଟଙ୍କା ମଞ୍ଜୁର

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ସହର ଦେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରିଥିବା ବେଳେ ଦଶପଲ୍ଲାସହର ଠାରେ ଖୁବଶୀଘ୍ର ଜାତୀୟ ରାଜପଥ ବିଭାଗ ପକ୍ଷରୁ ୫.୩୩ କିମି ଲମ୍ବର ଏକ ବାଇପାସ୍‌ ରାସ୍ତା ନିର୍ମାଣ ହେବ। ମୁଖ୍ୟତଃ ଏହି ରାଜପଥଟିପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଯୋଗାଯୋଗ କରୁଥିବା ବେଳେ ଦୈନିକ ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବୌଦ୍ଧ ଜିଲ୍ଲା ସହ ଭୁବନେଶ୍ଵର,କଟକ, ପୁରୀ ଭଳି ବଡବଡ ସହରକୁ ହଜାର ହଜାର ସଂଖ୍ୟାରେ ଯାନବାହନ ଯାତାୟାତ କରୁଛି। ଫଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଅସମ୍ଭାଳପରିସ୍ଥିତି ସୃଷ୍ଟି କରୁଛି। ଏହାକୁ ଲକ୍ଷ୍ୟରଖି ବାଇପାସ୍‌ ରାସ୍ତା ପରିକଳ୍ପନା କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନମିଳିସାରିଛି। ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଜନଶୁଣାଣି ଶିବିରରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ବ୍ଲକ…

Read More

ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବିରେ ସାଂସଦଙ୍କୁ ସ୍ମାରକପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଦୀର୍ଘ ୩୧ ବର୍ଷ ତଳେ କୋଇଲା ନଗରୀ ତାଳଚେର ଓ ବନ୍ଦର ସହର ଗୋପାଳପୁର ମଧ୍ୟରେ ରେଳପଥ ନିର୍ମାଣ ପାଇଁ ୧୯୯୧ ମସିହାରେ ପ୍ରଥମ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ଥର ସର୍ଭେ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇ ରେଲୱେ ବୋର୍ଡ ଲୋକେସନ ସର୍ଭେ କରିବା ସହ ଡି.ସି.ପି.ଆଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଇଷ୍ଟକୋଷ୍ଟ ରେଲୱେଙ୍କୁ ନିର୍ଦ୍ଦେଶ ଦେଇ ସାରିଲେଣି। ୨୯୩ କି.ମି. ଦର୍ଘ୍ୟ ବିଶିଷ୍ଟ ଉକ୍ତ ରେଳପଥ ଯୋଗୁଁ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମ ଭଳି ପାଞ୍ଚୋଟି ଜିଲ୍ଲାର ସାମାଜିକ,ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ ଏବଂ ନୟାଗଡ଼ ଜିଲ୍ଲାର କଣ୍ଟିଲୋ, ଖଣ୍ଡପଡ଼ା,ନୟାଗଡ଼ ଏବଂ ଶରଣକୁଳ ଦେଇ ଉକ୍ତ ରେଳପଥ ଗଞ୍ଚାମ ଜିଲ୍ଲାକୁ…

Read More