ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଳକ ଏଲିମେଣ୍ଟାରୀ ଶିକ୍ଷକ ବ୍ଲକ ସ୍ତରୀୟ କର୍ମଶାଳା ତଥା ସମ୍ମିଳନୀ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସମନ୍ୱୟ ସମିତିର ସଭାପତି ରଘୁନାଥ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ପ୍ରାଣୀ ସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷକମାନେ ସମାଜର ମେରୁଦଣ୍ଡ ତଥା ଶିକ୍ଷକମାନେ ସମାଜର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅକୃର ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ,…
Read MoreCategory: ଖଣ୍ଡପଡ଼ା ବ୍ଲକ
ଗୟଳ ଆକ୍ରମଣରେ ନୂଆସାହିର ତିନି ଗୁରୁତର
ଓଡ଼ଗାଁ(ନୟାଗଡ଼ ଦର୍ପଣ): ଓଡ଼ଗାଁ ବନାଞ୍ଚଳ ଆଦିବାସୀ ଅଧ୍ୟୁଷିତ ବାଣ୍ଠପୁର ପଞ୍ଚାୟତ ପୋଡ଼ାସାହି ଗ୍ରାମ ନୂଆସାହିର କିଶୋର ଦଳବେହେରାଙ୍କ ସ୍ତ୍ରୀ ସୁନୀତା ଦଳବେହେରା ଏବଂ ସବିତ ଯାନୀଙ୍କ ସ୍ତ୍ରୀ ଲାବଣ୍ୟ ଯାନୀ ମିଶି ଗାଁ ନିକଟ ନଦୀକୁ ଗାଧେଇବାକୁ ଯାଉଥିଲେ। ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଗୟଳ ଜଙ୍ଗଲରୁ ଆସି ସୁନୀତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସୁନିତାଙ୍କ ଜଂଘରେ ଗଭୀର କ୍ଷତ ଲାଗିଛି। ତାଙ୍କୁ ଦେଖି ଲାବଣ୍ୟ ଭୟରେ ଏକ ବାଉଁଶ ବୁଦା ଭିତରେ ପଶିଯାଇ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗାଁ ଲୋକେ ଘଟଣା ସ୍ଥଳକୁ ଯିବାବେଳେ ଗୟଳ ଭୟଭୀତ ହୋଇ ସେଠାରୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ପ୍ରଥମେ ସୁନୀତାକୁ ଉଦ୍ଧାର କରି ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଲାବଣ୍ୟକୁ ବାଉଁଶ ବୁଦା ଭିତରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍କ…
Read Moreଓଡ଼ଗାଁରେ ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ବିଜୁ ଜନତା ଦଳ ପକ୍ଷରୁ ଓଡ଼ଗାଁ ବ୍ଲକ ଏବଂ ନୟାଗଡ଼ ପୌରପରିଷଦର ନବନିର୍ବାଚିତ ଜନପ୍ରତିନିଧିମାନଙ୍କୁ ନେଇ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାର ପ୍ରାରମ୍ଭରେ ସମସ୍ତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଯୋଗଦେଇ ଜନପ୍ରତିନିଧିମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ରାଜନୀତି ହେଉଛି ସମାଜସେବାର ଉତ୍କୃଷ୍ଟ ମାଧ୍ୟମ, ସର୍ବଦା ଧୀର, ସ୍ଥିର ଓ ବିନମ୍ରତାର ସହ ଅହଂକାରଠାରୁ ଦୂରେଇ ରହି ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଜଣେ ଜନପ୍ରତିନିଧିର ପରମ କର୍ତ୍ତବ୍ୟ। ନିର୍ବାଚନ ଲଢ଼ିବା ସମୟରେ ଜଣେ ନେତାର ଯେଉଁ ମନୋବୃତ୍ତି ଥାଏ ସେହି ମନୋବୃତ୍ତି ସହିତ ଆଗାମୀ ୫ ବର୍ଷ କାର୍ଯ୍ୟ କରିବା ପାଇଁ ଆହ୍ୱାନ…
Read Moreଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ
ନୟାଗଡ଼,(ନୟାଗଡ଼ ଦାର୍ପଣ): ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଭୂମିଜଳ ପରିଷଦ, ଦକ୍ଷିଣ-ପୂର୍ବ କ୍ଷେତ୍ର, ଭୁବନେଶ୍ଵର ଆନୁକୂଲ୍ୟରେ ଏକ ଦିବସୀୟ ଭୂତଳ ଜଳ ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ସମ୍ପର୍କରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ (TIER-III) ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ଶ୍ରୀ ସୁଧାଂଶୁ କୁମାର ମହାନ୍ତି, ରାଜୀବ କୁମାର ତ୍ରିପାଠୀ, ସଞ୍ଜୟ କୁମାର ନାୟକ, ଶ୍ରୀ ସଚିଦାନନ୍ଦ ପୃଷ୍ଟି ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ସୁରେଶ ପ୍ରଧାନ, ଅଧ୍ୟାପକ ଆଶୁତୋଷ ମିଶ୍ର, ଗଣେଶ ମିଶ୍ର, ପ୍ରସନ୍ନ କୁମାର ବସନ୍ତିଆ ପ୍ରମୁଖ ଯୋଗଦେଇ ଭୂତଳ ଜଳ ସ୍ଥିତି, ଗୁଣବତ୍ତା ଏବଂ ପରିଚାଳନା ଆଦି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀ ମାନଙ୍କ…
Read Moreନୟାଗଡ଼ ମୁନିସପାଲିଟି ସହ ତିନି ଏନଏସି ନିର୍ବାଚନ ଫଳାଫଳ
ନୟାଗଡ଼(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରପାଳିକା ସହ ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାଚନ ଫଳାଫଳ :-◆ ନୟାଗଡ଼ ପୌର ପରିଷଦର ବିଜେଡିର ଶ୍ରୀମତୀ ନିରୁପମା ଖଟେଇ ଅଧକ୍ଷା ଭାବେ ନିର୍ବାଚିତ ହେବା ସହ ସମସ୍ତ କାଉନସିଲର ବିଜେଡି ଦଳରୁ ନିର୍ବାଚିତ ହୋଇଛନ୍ତି ।◆ ରଣପୁର ବିଜ୍ଞାପିତ ଅଂଚଳ ପରିଷଦର ବିଜେଡିର ରଙ୍ଗିନ ମହାନ୍ତି ଅଧକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିରୁ ୧୧ଜଣ, ବିଜେପିରୁ ୨ଜଣ ଏବଂ ସ୍ଵାଧୀନ ଭାବେ ୨ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି ।◆ ସେହିପରି ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦର ସ୍ବାଧୀନ ଭାବେ ଆରତୀ ପ୍ରଧାନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ବେଳେ ବିଜେଡିରୁ ୮ଜଣ, ବିଜେପିରୁ ୧ଜଣ ଏବଂ ସ୍ବାଧୀନ ଭାବେ ୪ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି ।◆ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର…
Read Moreଜିଲ୍ଲା ପରିଷଦ ଉପାଧ୍ୟକ୍ଷା ହେଲେ ବିଷ୍ନୁପ୍ରିୟା ବେହେରା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହ (ସୃଜନ)ଠାରେ ନୟାଗଡ଼ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ପ୍ରକ୍ରିୟା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଣ୍ଡପଡ଼ା ବ୍ଲକ ୭ ନମ୍ବର ଜୋନର ବିଜେଡି ପ୍ରାର୍ଥୀନୀ ଶ୍ରମତୀ ବିଷ୍ନୁପ୍ରିୟା ବେହେରା ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଚୟନ ପ୍ରକ୍ରିୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଲଗ୍ନକିତ ରାଉତ ଏବଂ ଜିଲ୍ଲା ପରିଷଦର ନବ ନିର୍ବାଚିତ ସଭ୍ୟମାନେ ଉପସ୍ଥିତ ଥିଲେ।
Read Moreନୟାଗଡ଼ ଜିଲ୍ଲାର ବିଭିନ୍ନ ବିଜ୍ଞାପିତ ଅଂଚଳ ପରିଷଦ ଓ ପୌର ପରିଷଦରେ ମତଦାନ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୌର ନିର୍ବାଚନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌର ପରିଷଦ ସହ ଖଣ୍ଡପଡ଼ା, ରଣପୁର ଓ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାଚନ ଶେଷ ହୋଇଯାଇଛି । ଏହି ମତଦାନ ସକାଳ ୭ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଘଟିକାରେ ସମାପ୍ତ ହୋଇଛି । ଏହି ନିର୍ବାଚନରେ ମତଦାନ ଇଭିଏମ ମେସିନ ଜରିଆରେ ହୋଇଅଛି। ନୟାଗଡ ପୌର ପାଳିକାରେ ୬୨.୨୫ପ୍ରତିଶତ ମତଦାନ ହୋଇଥିବା ସ୍ଥଳେ ଖଣ୍ଡପଡ଼ାରେ ୭୫.୩୯, ଦଶପଲ୍ଲାରେ ୭୫ ଏବଂ ରଣପୁରରେ ୭୩.୭୦ପ୍ରତିଶତ ମତଦାନ ହୋଇଛି । ମତଦାନ ସମାପ୍ତ ପରେ ନୟାଗଡ଼ ପୌର ପାଳିକା ପାଇଁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ, ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ଦଶପଲ୍ଲା ବ୍ଲକ ପରିସରରେ, ଖଣ୍ଡପଡ଼ା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ଏବଂ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ…
Read Moreବିଶ୍ୱ ଜଳ ସଂରକ୍ଷଣ ଦିବସ ପାଳିଲେ ଛାତ୍ରଛାତ୍ରୀ
ଓଡ଼ଗାଁ(ନୟାଗଡ଼ ଦର୍ପଣ): ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ବ ଜଳ ଦିବସ’। ଏହି ଦିବସ ପାଳନ କରିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ନିବାରଣ ଏବଂ ଜଳ ସଂରକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ତଥା ଏହି କାର୍ଯ୍ୟରେ ସକ୍ରିୟ ସହଯୋଗ ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା। ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କଦ୍ବାରା ବିଶ୍ବ ଜଳ ସଂରକ୍ଷଣ ଦିବସ ଆଜି ପାଳିତ ହୋଇଯାଇଛି। କାଯ୍ୟକ୍ରମ ଅଧିକାରୀ ସୁଷମା ମଞ୍ଜରୀ ପାଣିଗ୍ରାହୀଙ୍କ ତତ୍ବାବଧାନରେ ସ୍ବେଚ୍ଛାସେବୀ ମାନେ ମହାବିଦ୍ୟାଳୟରେ ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ଜଳ ସଂରକ୍ଷଣ ବିଷୟରେ…
Read Moreଇଟାମାଟିରେ “ବିଶ୍ୱ କବିତା ଦିବସ” ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ‘ବିଶ୍ୱ କବିତା ଦିବସ’ ଅବସରରେ ଏକ କବିତା ପାଠୋତ୍ସଵ ଇଟାମାଟିସ୍ଥିତ ଚନ୍ଦ୍ରକାନ୍ତି ନିଳୟ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କବିତା ଆସରରେ ବିଶିଷ୍ଟ ଅତିଥି ଭାବେ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ନାଟ୍ୟଭୂଷଣ ଡ଼ଃ ବିଜୟ ଚୌଧୁରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଧ୍ୟାପକ ଅଶୋକ ନାୟକ, ଶିଶୁ ସହିତ୍ୟିକା ବସିରନ ବିବି ପ୍ରମୁଖ ଯୋଗଦାନ କରି ସାହିତ୍ୟ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମନ୍ତ୍ରଚାରଣ କରାଯାଇଥିବା ବେଳେ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ ସ୍ୱାଗତ ଭାଷଣ…
Read Moreବିଜେଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ନିର୍ବାଚନ ପରବର୍ତ୍ତୀ ହିଂସା ବଢ଼ିବାରେ ଲାଗିଛି। ନିର୍ବାଚନରେ ହାରିବା ପରେ ଘରୁ ଡାକି ନେଇ ବିଜେଡି କର୍ମୀଙ୍କୁ କାଚ ବୋତଲ ଭୁସି ଦେଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ନହରସାହିର ସୁନୀଲ ସେଠୀଙ୍କ ସମ୍ପର୍କୀୟ ଭାଉଜ ସମିତିସଭ୍ୟ ଭାବେ ବିଜେଡି ସମର୍ଥନରେ ନିର୍ବାଚିତ ହୋଇଛନ୍ତି । ସୁନୀଲ ବିଜେଡିର ଜଣେ ଭଲ କର୍ମୀ ହୋଇଥିବା ବେଳେ ତାଙ୍କ ଉପରେ ବିଜେପି କର୍ମୀ ରାଗ ରଖିଥିଲେ। ଗତକାଲି ଉକ୍ତ ଗ୍ରାମର ବିଜେପି କର୍ମୀ ମୁନା ସେଠୀ ସୁନୀଲଙ୍କୁ କୌଣସି ବାହାନା କରି ଘରୁ ଡାକି ନେଇଥିଲେ । ଏକାଠି ମଦ୍ୟପାନ ପରେ ମଦ ବୋତଲ କାଚ ଭାଙ୍ଗି ତାଙ୍କ ପେଟରେ ଭୁଶି ଦେଇଥିବା ଅଭିଯୋଗ ହୋଇଛି। ସୁନୀଲ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ…
Read More