ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦଶପଲ୍ଲାବାସୀ

ଦଶପଲ୍ଲା,(୧୦/୦୮):- ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ୫ଟି ଇନଣ୍ଡୋର ଷ୍ଟାଡିୟମ। ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ରାଜ୍ୟ କ୍ୟାବିନେଟରେ ମୋଟ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମତି ମିଳିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଦଶପଲ୍ଲା, ରଣପୁର, ଖଣ୍ଡପଡ଼ା, ଓଡ଼ଗାଁ ସମେତ ନୟାଗଡ଼ ପୈାରାଞ୍ଚଳକୁ ମିଶାଇ ୫ଟି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅନୁମୋଦନ ମିଳିଛି । ଜିଲ୍ଲାରେ ପାଞ୍ଚଟି ଷ୍ଟାଡିୟମ ନିର୍ମାଣ କରାଯିବା ଘୋଷଣା ପରେ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ଉଦ୍ଦେଶ୍ୟରେ ଆଜି ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ସଂଯୁକ୍ତା ଦାସଗୁପ୍ତା, ଦିଲ୍ଲିପ ପଣ୍ଡା, ସଜ୍ଜନ କୁମାର ରାୟ, ବ୍ଲକ୍ ଚେୟାରମ୍ୟାନ୍ ସୁନନ୍ଦା ସାହୁ ତଥା ବହୁ କ୍ରୀଡାପ୍ରେମୀ ଏବଂ ଜନସାଧାରଣ ଏକ ଶୋଭାଯାତ୍ରାରେ ମହାବୀର…

Read More

କେବେ କାର୍ଯ୍ୟକ୍ଷମ ହେବ ଟୋଲ ଗେଟ?

ଦଶପଲ୍ଲା,(୦୩/୦୮): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ନିକଟବର୍ତ୍ତୀ ଶାଳିଆଗୋଛା ଠାରେ ଟୋଲ୍‌ ଟ୍ୟାକ୍ସ ଆଦାୟପାଇଁ ତିନିବର୍ଷ ପୂର୍ବରୁ ଟୋଲ୍‌ ଗେଟ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିଲାନାହିଁ । ଟୋଲ୍‌ଗେଟ୍‌ କାର୍ଯ୍ୟକ୍ଷମ ନ ହେବାଯୋଗୁଁ ଓଡ଼ିଶା ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ଜଣାପଡ଼ିଛି। ଏହି ଟୋଲ୍‌ଗେଟ୍‌ଟି ଏକ ନିକାଞ୍ଚନ ଜଙ୍ଗଲିଆ ସ୍ଥାନରେ ନିର୍ମିତ ହୋଇଥିବାରୁ ସନ୍ଧ୍ୟାହେଲେ ଏଠାରେ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡା ଜମୁଛି । ଏଣୁ ଏହି ଟୋଲ୍‌ଗେଟ୍‌କୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସର୍ବସାଧାରଣରେ ଦାବି ହେଉଛି ।

Read More

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ଥାନା ଅନ୍ତର୍ଗତ ପୁରୁଣା ଦଶପଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ନିକଟରେ ଏକ ପୋଲ ତଳେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଶବକୁ ଦେଖିବା ପାଇଁ ପୋଲ ଉପରେ ପ୍ରବଳ ଗହଳି ଦେଖିବାକୁ ମିଳିଥିବା ବେଳେ ଏହି ଖବରପାଇ ଘଟଣାସ୍ଥଳରେ ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡା ଓ ଅଗ୍ନିଶ୍ରମ ବାହିନୀ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଦଶପଲ୍ଲା ଥାନା ଅଧିକାରୀଙ୍କ କହିବା ମୁତାବକ ଶବଟିର ମୁହଁରୁ ମାଂସ ଝଡି ପଡ଼ିଥିବାରୁ ଲୋକଟିର ପରିଚୟ ଜଣା ପଡ଼ିନଥିଲା। କିନ୍ତୁ ଶବକୁ ପାଣିରୁ ଉପରକୁ ଆଣିବାପରେ ତା ପକେଟରୁ ଆଧାରକାଡ଼ ଓ ଭୋଟ ପରିଚୟ ପତ୍ର ମିଳିବାରୁ ଜଣାପଡିଛି ଯେ ସେ କନ୍ଧମାଳ ଜିଲ୍ଲାର ବାସିନ୍ଦା। ତେବେ ସେ କେଉଁ…

Read More

ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର…

Read More

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦଶପଲ୍ଲା ଶାଖା ତରଫରୁ ଆଜି ଏକ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ମହାବୀର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କର, ଅବସର ପ୍ରାପ୍ତ ବନପାଳ ପ୍ରଫୁଲ୍ଲ କୁମାର ଦାସ ଓ ସମାଜସେବୀ ଧ୍ରୁବଚରଣ ସାହୁ ଉପସ୍ଥିତ ରହି ଦୈନଦିନ ବିଭିନ୍ନ ପରିସ୍ଥିତିରେ ରହି ମଧ୍ୟ କରୋନା ରୋଗୀମାନଙ୍କ ସେବା କରୁଥିବା ସ୍ବାସ୍ଥ୍ୟକର୍ମୀ ସୁଶ୍ରୀ ପ୍ରଣତି ଦାସ, ପ୍ରତାପ ମାଝୀ, ସୋମନାଥ ପୃଷ୍ଟି, ଅଜିତ ସାହୁ ଓ ବିଶ୍ବମ୍ବର ରଥଙ୍କୁ ସମ୍ବର୍ଦ୍ଧନା କରିବା ସହ ଅତିଥିବୁନ୍ଦ ସେମାନଙ୍କର ଅଦମ୍ୟ ସାହସକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅରୁଣ ମହାକୁଡ଼ ସଂଯୋଜନା କରିବା ସହ ମାନସ କୁମାର ସାହୁ ପରିଚୟ…

Read More

ମହିଂସା ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ କନିଷ୍ଠ ଯନ୍ତ୍ରୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଳକ ସାକେଣି ଗ୍ରାମ ନିକଟରେ ଥିବା ମହିଂସା ଜଳ ପ୍ରକଳ୍ପ ବା ଚେକଡ୍ୟାମରେ ବେଆଇନ ଭାବେ ମାଛଚାଷ କରିବା ସହ ବର୍ଷାଦିନେ ମାଛ ଧରିବା ଉଦ୍ଦେଶ୍ୟରେ ଦୁର୍ବୁର୍ତ୍ତମାନେ ଡ୍ୟାମ ଜଳକୁ ଗେଟ ଖୋଲି ଛାଡିବା ଓ କେନାଲ ବନ୍ଧ ମରାମତିକୁ ନେଇ ସାଧରଣ ଲୋକ, ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ପ୍ରସଙ୍ଗ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସୋମବାର ଦିନ ଦଶପଲ୍ଲା ବ୍ଲକ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଟ ଯନ୍ତ୍ରୀ ମନୋଜ କୁମାର ରାଉତ ଡ୍ୟାମ ନିକଟରେ ପହଞ୍ଚି ଡ୍ୟାମ ସ୍ଥିତି ପରଖିବା ସହ ଚାଷୀମାନଙ୍କ ଅସୁବିଧା କଥା ପଚାରି ବୁଝିଥିଲେ। ଏଥିସହ କେନାଲ ବନ୍ଧକୁ ଅଗଷ୍ଟ ୧୫ତାରିଖ ସୁଦ୍ଧା ଜରୁରୀ ଆବଶ୍ୟକ ଥିବା ସ୍ଥାନକୁ ଯଥାଶୀଘ୍ର ମରାମତି କରିବା ସହ ବେଆଇନ ଭାବେ ମାଛଚାଷ କରୁଥିବା ଲୋକଙ୍କ ବିରୁଦ୍ଧରେ…

Read More

ଜୀବନ ରେଖା ପରିଷଦ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- କରୋନା ମହାମାରୀ ସମସ୍ତଙ୍କୁ ଏମିତି ପ୍ରଭାବିତ କରି ଚାଲିଲା ଯେ ପ୍ରତ୍ୟେକ ସ୍ତରର ମଣିଷମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ସହ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ଜୀବିକା ଠପ୍ କରି ଦେଇଛି। ହେଲେ ଆଜି ଜୀବନରେଖା ପରିଷଦ ପକ୍ଷରୁ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତ ଅଧୀନ ଗୁଣ୍ଠାପାଯୁ, ଖାଲମଡା, ମସାବାଡି, ପଙ୍କୁଆ ଭଳି ଆହୁରି ଅନେକ ଆଦିବାସୀ ବହୁଳ ଗ୍ରାମାଞ୍ଚଳକୁ ଯାଇ ପ୍ରାୟ ପାଞ୍ଚଶହରୁ ସାତଶହ ଅସହାୟ ଗରିବ ଶ୍ରେଣୀର ପରିବାରକୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦଶପଲ୍ଲା ପଞ୍ଚାୟତ ସମିତିର ଅଧକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ପଞ୍ଚାୟତ…

Read More

୩ୟ ଦିବସରେ ସେବା ଉତ୍ସବର ସେବା

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତାମାନେ ଏହି ଅବସରରେ ଦଶପଲ୍ଲା ଏନଏସି ସମେତ ରଙ୍ଗମାଟିଆ, ମହୁଲିଆ, ଅନ୍ଧାରକୋଟ, ମାଳିସାହି ଆଦି ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ମାସ୍କ ବଣ୍ଟନ କରିଥିଲେ। ଏହି ଅବସରରେ ଦଶପଲ୍ଲା ଅଂଚଳର କିଛି ଅସହାୟ ରୋଗୀଙ୍କୁ ସେବା ସମିତି ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ନୟାଗଡ଼ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ, ମାନସ କୁମାର ସାହୁ, ସରୋଜ କୁମାର ମିଶ୍ର, ଇଂ. ଜନ୍ମେଜୟ ଆଚାର୍ଯ୍ୟ, ସମାଜସେବୀ ମନୋଜ ସାହୁ, ଅଭୟ ପ୍ରସାଦ ଜେନା, ରଘୁନାଥ ବେହେରା, ପରମେଶ୍ୱର…

Read More

ବିଭିନ୍ନ ଅତ୍ୟାବଶକୀୟ ଦ୍ରବ୍ୟର ଦରବୃଦ୍ଧି ପ୍ରତିବାଦରେ ବିଭିନ୍ନ ଦଳର ବନ୍ଦ ପାଳନ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବାବେଳେ, ଓଡ଼ିଶାର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରଦାମ ବୃଦ୍ଧିକୁ ନେଇ ବିଭିନ୍ନ ବାମଦଳ ପକ୍ଷରୁ ଆଜି ଦଶପଲ୍ଲା ବ୍ଲକ୍ ସାମ୍ନାରେ ସକାଳ ୬ଘଣ୍ଟିକା ଠାରୁ ମଧ୍ୟାହ୍ନ ୧୨ଘଣ୍ଟିକା ପର୍ଯ୍ୟନ୍ତ ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଥିଲା । ବାମଦଳ ଗୁଡ଼ିକ ହେଲେ ସିପିଆଇ, ସିପିଏମ, ସିପିଆଇଏମଏଲ, ଫରୱାର୍ଡ ବ୍ଲକ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ଦଳ ଗୁଡ଼ିକୁ କଂଗ୍ରେସ ଦୃଢ଼ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ ବଜାର ବନ୍ଦ କରି ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାରର ମୁଖ୍ୟ ଛକ ଗୁଡିକରେ ବିକ୍ଷୋଭ ପଦର୍ଶନ କରିଥିଲା। ଦଳ ତରଫରୁ ସାଧାରଣ ଲୋକଙ୍କୁ ପେଟ୍ରୋଲ…

Read More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଆଜି ସକାଳ ୯ଘଣ୍ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଭୋଗରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ଘଣ୍ଟା ସମୟରେ ଫୁଲବାଣୀ ପଟୁ ଆସୁଥିବା ଏକ କାର୍‌ (ଓଡି୧୨ଡି୦୯୩୩ ) ନିଜର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କଦମ୍ବ ଗଛକୁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Read More